ପୁରୁଷ ଓ ମହିଳାମାନେ ସର୍ବଦା ଏହି କଥା ଲୁଚାଇବା ଦରକାର, ଜାଣନ୍ତୁ କ’ଣ କହୁଛି ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟ ପୁରୁଷ ଓ ମହିଳାଙ୍କ ସମ୍ପର୍କରେ କିଛି କଥା କହିଛନ୍ତି । ଯାହାକୁ ସ୍ତ୍ରୀ ପୁରୁଷ କେବେ ବି କାହା ଆଗରେ କହିବା କଥା ନୁହେଁ, ନଚେତ ଭବିଷ୍ୟତରେ କ୍ଷତି ହୋଇପାରେ । ଆସନ୍ତୁ ଜାଣିବା କ’ଣ ଏହି ଜିନିଷ ।

ଚରିତ୍ର

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବିବାହ ପରେ ସ୍ତ୍ରୀ ଓ ପୁରୁଷଙ୍କୁ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରିବା ଉଚିତ୍‌ । ଜଣେ ଅନ୍ୟ ଜଣଙ୍କ ଦୁର୍ବଳତା ଉପରେ ପରଦା ପକାଇବା ଉଚିତ୍‌ । ଘରେ କୌଣସି ଝଗଡା ହେଲେ ଆପୋଷରେ ସମାଧାନ କରିବା ଉଚିତ୍‌ । ପୁରୁଷ ହୁଅନ୍ତୁ ବା ମହିଳା କେହି ବାହାର ବ୍ୟକ୍ତିଙ୍କୁ ନିଜ ଚରିତ୍ର ସମ୍ପର୍କରେ କହିବା କଥା ନୁହେଁ । ଏହା ବୈବାହିକ ଜୀବନରେ ଅସୁବିଧା ଆଣିଥାଏ । କାରଣ ବ୍ୟକ୍ତି ଏହି ରହସ୍ୟର ଲାଭ ଉଠାଇଥାନ୍ତି । ସମୟ ଆସିଲେ ଏହାର ମଜା ନେଇଥାନ୍ତି ଓ ଅପାମାନିତ କରିଥାନ୍ତି ।

ଆର୍ଥିକ କ୍ଷତି

ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କର କିଛି କ୍ଷତି ହୋଇଥାଏ, ତେବେ ତାହାକୁ କାହା ଆଗରେ କୁହନ୍ତୁ ନାହିଁ । ଲୋକେ ଅନ୍ୟର କ୍ଷତିରେ ଉପରେ ଦୁଃଖ ଦେଖାଇଥାନ୍ତି,ହେଲେ ବାସ୍ତବରେ ଖୁସୀ ହୋଇଥାନ୍ତି । ଏମାନେ ପଛରେ ଆପଣଙ୍କର ନିନ୍ଦା ବି କରିଥାନ୍ତି । ସମାଜରେ ସମ୍ମାନ ଜାରି ରଖିବା ପାଇଁ ଧନ ହାନି ସମ୍ପର୍କରେ କାହା ଆଗରେ କୁହନ୍ତୁ ନାହିଁ । ନଚେତ୍‌ ଲୋକ ଆପଣଙ୍କ ଠାରୁ ଦୂରେଇ ଯିବେ ।

ଅପମାନ

ଚାଣକ୍ୟଙ୍କ ମତରେ ଯଦି କେହି ଆପଣଙ୍କୁ ଅପମାନିତ କରିଥାନ୍ତି, ତେବେ ଏ କଥା କାହା ଆଗରେ କୁହନ୍ତୁ ନାହିଁ । କାରଣ ଏହି କଥା ଯାହା ଆଗରେ କହିବେ ସେ ଆପଣଙ୍କ ସମ୍ପର୍କରେ ଅଲଗା ଭାବି ପାରନ୍ତି । ତେଣୁ ଅପମାନ ସମ୍ପର୍କରେ କାହାକୁ କୁହନ୍ତୁ ନାହିଁ । ସେ ପତି ହୁଅନ୍ତୁ ବା ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.