ଭାରତର ଏହି ମନ୍ଦିରରେ ପୁରୁଷ କରନ୍ତି ଶୃଙ୍ଗାର, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଭାରତରେ ବିଭିନ୍ନ ଧର୍ମର ଲୋକ ରହୁଛନ୍ତି । ଏଠାରେ ଅନନ୍ୟ ରୀତିନୀତି ଏବଂ ପରମ୍ପରା ଦେଖାଯାଏ । ଏହି ଅନନ୍ୟ ପରମ୍ପରାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କେରଳର କୋଟ୍ଟନକୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର । ଏଠାରେ ପୁରୁଷମାନେ ଦେବୀଙ୍କୁ ପୂଜା କରିବା ପାଇଁ ଶୃଙ୍ଗାର କରନ୍ତି । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି ଏବଂ ଏହା ପଛରେ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି ।

କୋଟ୍ଟନକୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର ହେଉଛି କେରଳରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏହି ମନ୍ଦିର ଦେବୀ ଭଦ୍ରକାଳୀଙ୍କୁ ସମର୍ପିତ । ଏହି ମନ୍ଦିର କେବେ ସ୍ଥାପିତ ହୋଇଥିଲା ସେ ବିଷୟରେ କୌଣସି ସୂଚନା ନାହିଁ, କିନ୍ତୁ ଏହା ଏକ ପୁରାତନ ମନ୍ଦିର ବୋଲି ବିଶ୍ୱାସ କରାଯାଏ । ଏହି ମନ୍ଦିରରେ ପୁରୁଷମାନେ ଶୃଙ୍ଗାର କରିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି । ଏହା ପଛରେ ଅନେକ କାରଣ ରହିଛି । କିଛି ଲୋକ ବିଶ୍ୱାସ କରନ୍ତି ଯେ ଶୃଙ୍ଗାର କରିବା ପରେ ପୁରୁଷମାନେ ଦେବୀଙ୍କ ଶକ୍ତିର ପ୍ରତୀକ ହୁଅନ୍ତି । ବିଶ୍ୱାସ କରାଯାଏ ଯେ ଦେବୀ ଭଦ୍ରକାଳୀ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପୁରୁଷମାନଙ୍କୁ ତାଙ୍କ ଶକ୍ତି ଅନୁଭବ କରିବା ପାଇଁ ଶୃଙ୍ଗାର କରିବାକୁ ପଡିଥାଏ । କେତେକ ଲୋକ  ବିଶ୍ୱାସ କରନ୍ତି ଯେ ଏହି ପରମ୍ପରା ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରେ । ଏଥିରୁ ସ୍ପଷ୍ଟ ହୁଏ ଯେ ଦେବୀଙ୍କୁ ପୂଜା କରିବା ପାଇଁ ଉଭୟ ପୁରୁଷ ଓ ମହିଳାଙ୍କର ସମାନ ଅଧିକାର ଅଛି ।

ଏହା ବ୍ୟତୀତ ଅନେକ ପୌରାଣିକ କାହାଣୀ ମଧ୍ୟ ଏହି ପରମ୍ପରା ପଛରେ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଥରେ ଭଦ୍ରକାଳୀ ଏକ ରାକ୍ଷାସର ବଦ୍ଧ କରିଥିଲେ । ଏହି ଯୁଦ୍ଧରେ ଦେବୀ ଭଦ୍ରକାଳୀଙ୍କ ରୂପ ଏତେ ଭୟଙ୍କର ହୋଇଯାଇଥିଲା ଯେ ଦେବତାମାନେ ମଧ୍ୟ ମା’ଙ୍କୁ ଚିହ୍ନି ପାରିନଥିଲେ । ପରେ ଦେବୀ ତାଙ୍କ ରୂପ ବଦଳାଇବା ପାଇଁ ଶୃଙ୍ଗାର କରିଥିଲେ । ତେବେ ଏହି ପରମ୍ପରା କେରଳ ସଂସ୍କୃତିର ଏକ ଖାସ ଅଂଶ । ଏହି ପରମ୍ପରା ସ୍ଥାନୀୟ ଲୋକଙ୍କ ପାଇଁ ଧାର୍ମିକ ଏବଂ ସାଂସ୍କୃତିକ ମହତ୍ତ୍ବକୁ ବହନ କରେ । ତେଣୁ ପୁରୁଷମାନେ ଶୃଙ୍ଗାର କରନ୍ତି ।

ଆଜି ବି ଏହି ପରମ୍ପରା ଜାରି ରହିଛି । କିନ୍ତୁ ଏବେ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେବଳ ସ୍ଥାନୀୟ ଲୋକମାନେ ଏହି ପରମ୍ପରାକୁ ପାଳନ କରୁଥିଲେ, ବର୍ତ୍ତମାନ ଦୂର ଦୂରାନ୍ତରୁ ଲୋକମାନେ ଏହି ମନ୍ଦିରକୁ ଆସି ଶୃଙ୍ଗାର କରି ଦେବୀଙ୍କୁ ପୂଜା କରୁଛନ୍ତି ।

You might also like