ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ସହିତ ରୁହନ୍ତି ନାହିଁ ଏଠିକାର ଲୋକେ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା । ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ । ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ । କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’ । କିନ୍ତୁ ଭାବନାତ୍ମକ ଭାବରେ ଜାପାନ ବହୁତ ସଂଘର୍ଷ କରୁଛି । ଜାପାନରେ ଅନେକ ଲୋକ ଏକାକୀତାର ଶିକାର ହୋଉଛନ୍ତି । ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି । ଏଠାରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ସହିତ ରୁହନ୍ତି ନାହିଁ ବରଂ କଣ୍ଢେଇ ସହିତ ରୁହନ୍ତି । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଜାପାନ ହୁଏତ ବିଶ୍ୱର ସବୁଠାରୁ ବିକଶିତ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରେ । କିନ୍ତୁ ଏହି ଦେଶରେ ଏକାକୀତା ସମସ୍ୟା ବୃଦ୍ଧି ପାଉଛି । ଜାପାନରେ ସାମାଜିକ ବିଚ୍ଛିନ୍ନତାର ସାମାଜିକ ସମସ୍ୟା ବହୁ ବର୍ଷ ଧରି ଦେଖାଯାଉଛି । ଏହାକୁ ହିକିକୋମୋରି କୁହାଯାଏ । ଏଥିରେ ଲୋକମାନେ ଅନ୍ୟମାନଙ୍କଠାରୁ ଏବଂ ସମାଜଠାରୁ ପୃଥକ ଭାବରେ ରୁହନ୍ତି ।

ଏକାକୀତା ଏତେ ଅଧିକ ଯେ ଲୋକଙ୍କ ପାଖରେ କଥା ହେବା ପାଇଁ ଲୋକ ନାହାନ୍ତି ଏବଂ ଏହି କାରଣରୁ ଜାପାନର ଲୋକମାନେ କଣ୍ଢେଇ ସହିତ ସମୟ କାଟୁଛନ୍ତି। କଣ୍ଢେଇ ସହିତ ବୁଲିବାକୁ ଯାଉଛନ୍ତି। ପାର୍କରେ ବସି ଆଇସକ୍ରିମ ଖାଉଛନ୍ତି । ଜାପାନରେ ଅନେକ ଲୋକ ଜୀବନସାରା ଅବିବାହିତ ରହି ସାରା ଜୀବନ କଣ୍ଢେଇ ସହିତ ବିତାଇ ଦିଅନ୍ତି ।

ଜାପାନରେ ଏକ ନଗୋରୋ ଗାଁ ଅଛି । ଯେଉଁଠାରେ ଲୋକଙ୍କ ସଂଖ୍ୟା ୩୦୦ ରୁ ହ୍ରାସ ପାଇ ମାତ୍ର ୨୭ରେ ପହଞ୍ଚିଲାଣି। ଆଉ ଏବେ ପରିସ୍ଥିତି ଏପରି ଯେ ଏହି ଗାଁରେ ଲୋକ କମ୍ ଏବଂ କଣ୍ଢେଇ ଅଧିକ । ଏହି ଗାଁରେ ପ୍ରାୟ ୩୦୦ କଣ୍ଢେଇ ଅଛି । ଏହା ବ୍ୟତୀତ ଆଉ ଗୋଟିଏ ସ୍ଥାନ ଅଛି, ଯାହାର ନାମ ‘ଦି ହେମଲେଟ ଅଫ ଇଚିନାନୋ କ୍ୟୋଟୋ ନିକଟରେ ଅବସ୍ଥିତ ଏହି ଗାଁର ଲୋକଙ୍କ ସଂଖ୍ୟା ଏବେ ମାତ୍ର ୬୦କୁ ହ୍ରାସ ପାଇଛି । ଏଠାରେ ରହୁଥିବା ଲୋକମାନେ ଏକାକୀତା ଦୂର କରିବା ପାଇଁ କପା ଭର୍ତ୍ତି କଣ୍ଢେଇ ସହିତ ରୁହନ୍ତି । ଏହିପରି ରହିଛି ଆଶ୍ଚର୍ଯ୍ୟ ଜନକ କଥା ।