ପୁରୁଷମାନେ ମଧ୍ୟ ନାକ ଫୋଡ଼ାଇବା ଉଚିତ୍‌, ଜାଣନ୍ତୁ ଏନେଇ କ’ଣ କୁହେ ଲାଲ କିତାବ

ମହିଳାମାନେ କାନ, ନାକ ଫୋଡ଼ାଇବା ପ୍ରଚଳନ କାହିଁ କେଉଁ ଯୁଗରୁ ଚାଲି ଆସୁଛି। କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ମହିଳାମାନେ ନାକ ଫୋଡ଼ାଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲାଲ କିତାବରେ ପୁରୁଷମାନଙ୍କୁ ମଧ୍ୟ ନାକ ଫୋଡ଼ାଇବାକୁ କୁହାଯାଇଛି। ନାକ ଫୋଡ଼ାଇ ସେଥିରେ ଏକ ଚାନ୍ଦିର ନାକ ଫୁଲ ୪୩ ଦିନ ପର୍ଯ୍ୟନ୍ତ ପିନ୍ଧିବାକୁ ପୁସ୍ତକରେ ପରାମର୍ଶ ଦିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ…

Amazon.com: Tiny Silver Nose Ring hoop - 24 gauge snug Nose Hoop ...

  • ଯଦି ବୁଧ କିମ୍ବା ଚନ୍ଦ୍ର ଅଷ୍ଟମ ଘରେ ରହି ଖରାପ ଫଳ ପ୍ରଦାନ କରୁଥାନ୍ତି ତେବେ ନାକ ଫୋଡ଼ାଇବା ଜରୁରୀ।
  • ଯଦି ଚନ୍ଦ୍ର ଷଷ୍ଠ ଘରେ ରହି ଅଶୁଭ ଫଳ ଦେଉଛନ୍ତି, ତେବେ ମଧ୍ୟ ନାକ ଫୋଡ଼ାଇବା ଉଚିତ।
  • ବୁଧ ନବମ କିମ୍ବା ଦ୍ୱାଦଶ ଘରେ ଥିଲେ ମଧ୍ୟ ନାକ ଫୋଡ଼ାଇବା ଜରୁରୀ। ଲାଲ କିତାବ ଅନୁସାରେ ଏହା ଦ୍ୱାରା ବୁଧଙ୍କ ପ୍ରଭାବ ନଷ୍ଟ ହୋଇ ଚନ୍ଦ୍ର ସ୍ଥାପିତ ହୋଇଯାଆନ୍ତି।
  • ଚନ୍ଦ୍ର କିମ୍ବା ବୁଧ ଯେକୌଣସି ଘରେ ରହି ବି ଯଦି ଅଶୁଭ ଫଳ ପ୍ରଦାନ କରୁଥାନ୍ତି ତେବେ ବି ନାକ ଫୋଡ଼ିବା ଜରୁରୀ।
  • ବେଳେବେଳେ ରାହୁ କୁଣ୍ଡଳୀରେ ଥିଲେ ମଧ୍ୟ ଶୁଭ ଫଳ ପ୍ରଦାନ କରିନଥାନ୍ତି। ଏଭଳି ସ୍ଥିତିରେ ନାକ ଫୋଡ଼ିଲେ ଶୁଭ ଫଳ ମିଳିଥାଏ। କିନ୍ତୁ ଏହା ପୂର୍ବରୁ ଥରେ ଲାଲ କିତାବ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯାଆନ୍ତୁ।

Nose Piercing Leaves 21-year-old Woman Paraplegic

କାହିଁକି ନାକ ଫୋଡ଼ିବା ଜରୁରୀ:

ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୌଣସି ନା କୌଣସି ଗ୍ରହଙ୍କ ପ୍ରତିନିଧିତ୍ୱ କରିଥାନ୍ତି। ଲାଲ କିତାବ ଅନୁସାରେ ନାକର ଅଗ୍ରଭାଗ ବୁଧ ଓ ସମ୍ପୂର୍ଣ୍ଣ ନାକ ବୃହସ୍ପତିଙ୍କ ପ୍ରତିନିଧିତ୍ୱ କରିଥାଏ। ନାକରେ ଯେଉଁ ବାୟୁ ଆତଯାତ କରିଥାଏ ତାହାକୁ ବୃହସ୍ପତି ବାୟୁ କୁହାଯାଏ। ଏଣୁ ନାକକୁ ସଫାସୁତୁରା ରଖିବା ଜରୁରୀ। ଯଦି ଆପଣଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଛି ତେବେ ଏଥିପାଇଁ ଗୁରୁ ଦାୟୀ। ଏହା ଦ୍ୱାରା ବୁଧ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଏଣୁ ବୁଧଙ୍କୁ ସନ୍ତୁଷ୍ଟ କରିବାକୁ ନାକ ଫୋଡ଼ାଇବାକୁ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.