ଫିଲ୍ମ ଷ୍ଟାଇଲରେ ବିଦାଇ, ସ୍ୱପ୍ନକୁ ସତ କରି ହେଲିକପ୍ଟରରେ ବସି ବର ଘରକୁ ଗଲେ କନ୍ୟା

ବିବାହକୁ ନେଇ ସମସ୍ତଙ୍କ ମନରେ ଥାଏ ଗଭୀର ଉତ୍ସୁକତା। ସମସ୍ତେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଚାହାଁନ୍ତି। ଏଥପାଇଁ ଅନେକ ଯୁବକ ଯୁବତୀ ମାନେ ୟୁନିକ ଉପାୟ ସବୁକୁ ଆପଣେଇଥାନ୍ତି। ଏମିତି ହିଁ ଜଣେ ଦୁଲହନଙ୍କର ବିଦାଇ ବହୁତ ୟୁନିକ ଏବଂ ଫିଲ୍ମୀ ଷ୍ଟାଇଲରେ ହୋଇଛି।

groomଏହି ଘଟଣା ଦେଖିବାକୁ ମିଳିଛି ଝୁନଝୁନୁ ଜିଲ୍ଲାର ଚିଡାଓ୍ଵା ଇଲାକାରେ ଥିବା ଅଜିତାପୁରାରେ। ଏଠାରେ ଜଣେ ବର କନ୍ୟାଙ୍କର ସ୍ୱପ୍ନକୁ ପୂରଣ କରିଛନ୍ତି କନ୍ୟାଙ୍କା ବାପା। ଝିଅର ଗୋଟେ ଜିଦ୍‌ ଥିଲା ଯେ ସେ ହେଲିକେପ୍ଟରରେ ବିଦା ହେବେ। ଏଥିପାଇଁ ଝିଅର ବାପା ନିଷ୍ପତ୍ତି ନେଇଥିଲେ ଯେ ବିଦାଇ କେବଳ ହେଲିକେପ୍ଟରରେ ହିଁ ହେବ। ଯେତେବେଳେ ବିବାହ ଠିକ୍‌ କରାଗଲା ସେତେବେଳେ ସେ ବର ଘର ଲୋକଙ୍କୁ ହେଲିକେପ୍ଟରରେ ବିଦା ହେବା କଥା ବିଷୟରେ ଜଣାଇଦେଇଥିଲେ।

helicapterଦୁହିଁଙ୍କ ବିବାହ ସମ୍ପନ୍ନ ହେଲା ପରେ ସକାଳୁ ବଡ ସଂଖ୍ୟାରେ ହେଲିକେପ୍ଟର ପାଖରେ ଭୀଡ ଜମିଥିଲା। ଗାଁରେ ଏକ ସ୍କୁଲ ପାଖରେ ହେଲିପ୍ୟାଡ୍‌ ଆଗରେ ଲୋକମାନେ ବହୁତ ଭୀଡ ଜମିଥିଲା। କନ୍ୟା ଜଣଙ୍କ ଏକ କଲେଜରେ ପାଠ ପଢ଼ନ୍ତି ଏବଂ ବର ଜଣଙ୍କ ନାସିକରେ ରେଲେଓ୍ଵ ଷ୍ଟେସନ ମାଷ୍ଟର ପଦରେ କାଯ୍ୟର୍ରତ ଅଛନ୍ତି। ତେବେ ଏହି ବିବାହ ବହୁତ ହି ଅନୋଖା ଷ୍ଟାଇଲରେ ହୋଇଥିଲା, ଯାହାକୁ ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ତେବେ କନ୍ୟାର ଇଚ୍ଛାକୁ ତାଙ୍କ ବାପା ପୂରଣ କରି ହେଲିକେପ୍ଟରରେନିଜ ଝିଅକୁ ବିଦା କରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.