ଭଲ ପାଇ ଭୁଲ କରି ଦେଲେ ସୌରଭ, ମୁସ୍କାନ୍ ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ବାମୀର

ମିରଟ ଜେଲର ୧୨ ନମ୍ବର ବାରାକରେ ମୁସ୍କାନ୍ । ସ୍ବାମୀ ହନ୍ତା ପତ୍ନୀ । ପ୍ରେମିକକୁ ନିଜର କରିବା ପାଇଁ ସ୍ବାମୀର ଜୀବନ ନେଇଗଲା ସ୍ତ୍ରୀ । ସ୍ବାମୀକୁ ମାରି ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କଲା । ତା’ପରେ ପ୍ରେମିକ ସହ ହିମାଚଳ ପ୍ରଦେଶକୁ ଚାଲିଗଲା ହନିମୁନରେ । ଧରାପଡ଼ିବା ପରେ ଏବେ ଉଭୟ ମୁସ୍କାନ୍ ଓ ତାର ପ୍ରେମିକ ସାହିଲ ଜେଲରେ ।

ଉତ୍ତରପ୍ରଦେଶ ମିରଟର ବ୍ରହ୍ମପୁରୀ ନିକଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ବିବାହ କରିଥିଲେ । ନିଜ ଛୋଟ ପରିବାର ସହିତ ଗତ ୩ ବର୍ଷ ଧରି ଇନ୍ଦିରାନଗରରେ ଦୁହେଁ ରହୁଥିଲେ । ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ ସୌରଭ। ହେଲେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଉଚ୍ଛନ ହୋଇଗଲା ସୁନାର ସଂସାର ।

ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମିରଟ ଆସିଥିଲେ । ତାଙ୍କ ପତ୍ନୀ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ବୁଲିବାକୁ ହିମାଚଳ ପ୍ରଦେଶ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ ସେ ଘରର ଗେଟରେ ତାଲା ପକାଇ ଦେଇଥିଲେ । କେହି ବି ଦୁହିଁଙ୍କୁ ଦେଖି ନଥିଲେ । ଦୀର୍ଘଦିନ ଧରି କେହି ନ ଦେଖିବାରୁ ସନ୍ଦେହ ହେଲା । ତା’ପରେ ସାମ୍ନାକୁ ଆସିଥିଲା ସ୍ତ୍ରୀର କାଣ୍ଡ କାରଖାନା।

ପତ୍ନୀ ମୁସ୍କାନ ବଏଫ୍ରେଣ୍ଡ ସହିତ ମିଶି ସ୍ବାମୀକୁ ହତ୍ୟା କରିବା ପରେ ମୃତଦେହକୁ ଏକ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଘୋଳରେ ସିଲ୍ କରି ଦେଇଥିଲା । ଡ୍ରମ ସ୍ଥାନାନ୍ତର କରି ନପାରିବାରୁ ଶ୍ରମିକଙ୍କୁ ଡାକିଥିଲା । ହେଲେ ଡ୍ରମରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ଶ୍ରମିକ । ଏହାପରେ ପୋଲିସ ମୁସ୍କାନଙ୍କୁ ଗିରଫ କରି ପଚରା ଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା।

ମୃତ ସୌରଭ ରାଜପୁତଙ୍କ ମାଆ କହିଛନ୍ତି, ତାଙ୍କ ନାତୁଣୀ ବାପାଙ୍କ ମର୍ଡର ଦେଖିଥିବା ପଡ଼ୋଶୀଙ୍କୁ କହିଥିଲା । କିଭଳି ମୁସ୍କାନ୍ ଏବଂ ତାଙ୍କ ପ୍ରେମିକ ମିଶି ସୌରଭଙ୍କୁ ମାରି ଖଣ୍ଡ ଖଣ୍ଡ କରି ଡ୍ରମରେ ସିଲ୍ କରିଥିଲେ । ସେପଟେ ଏହି ହତ୍ୟାକାଣ୍ଡରେ ମୁସ୍କାନଙ୍କ ବାପା ମା’ ଝିଅକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି ଆମ ଜ୍ବାଇଁ ବହୁତ ଭଲ ପିଲା ଥିଲା । ମୁସ୍କାନକୁ ଅତି ଭଲ ପାଉଥିଲା । ତେବେ ମର୍ଚ୍ଚାଣ୍ଟ ନେଭି ଅଫିସର ସୌରଭ ମୁସ୍କାନଙ୍କର ସାହିଲ ସହ ପ୍ରେମ ସଂପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା ।

ତେଣୁ ସୌରଭଙ୍କୁ ରାସ୍ତାରୁ ହଟାଇ ନିଜ ପିଲା ଦିନର ସାଥୀ ସାହିଲକୁ ପାଇବା ପାଇଁ ପ୍ରସ୍ତୁତ କଲା ଷଡ଼ଯନ୍ତ୍ର । ବର୍ବରତାର ସବୁ ସୀମା ପାର୍ କରି ସ୍ବାମୀକୁ ଖାଇବାରେ ନିଶାଦ୍ରବ୍ୟ ମିଶାଇ ବେହୋସ କରିଥିଲା । ତାପରେ ହତ୍ୟା କରିଥିଲା । ଏହାପରେ ମୁସ୍କାନ ପ୍ରେମିକ ସହ ହିମାଚଳ ପ୍ରଦେଶ ପଳାଇ ଯାଇଥିଲା । ଖାଲି ସେତିକି ନୁହେଁ ପରିବାର ଲୋକଙ୍କୁ କୌଣସି ସନ୍ଦେହ ହେବାକୁ ଦେଇନଥିଲା ମୁସ୍କାନ । ସେଠାକାର ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରୁଥିଲା ସେ । ଯେମିତି କି ସମସ୍ତଙ୍କ ଅନୁଭବ ହେବ ଯେ, ଉଭୟେ ହିମାଚଳରେ ବୁଲୁଛନ୍ତି । ଏଥିପାଇଁ ସ୍ବାମୀର ଫୋନ ମଧ୍ୟ ସାଙ୍ଗରେ ନେଇଥିଲା । ମୁସ୍କାନ ସୌରଭଙ୍କ ମୋବାଇଲରୁ ତାଙ୍କ ଭଉଣୀ ସହ ଚାଟ୍ କରିଥିଲା । କଥାରେ ତାଳ ମେଳ ରହୁ ନଥିବାରୁ ସୌରଭଙ୍କ ଭଉଣୀର ସନ୍ଦେହ ହେଲା ।

ସାହିଲ ଓ ମୁସ୍କାନ ପିଲା ବେଳେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ତେବେ ପରେ ସେମାନଙ୍କର ଆଉ ଦେଖା ସାକ୍ଷାତ ହୋଇନଥିଲା । ପରେ ସ୍କୁଲ ସାଥୀଙ୍କ ହ୍ବାଟସପ୍ ଗ୍ରୁପରୁ ମୁସ୍କାନ ଯୋଡ଼ି ହୋଇଥିଲଶ ସାହିଲ ସହିତ । ପରସ୍ପରକୁ ଭଲ ପାଇ ବସିଲେ ସେମାନେ । ଆଉ ତାପରେ ସୌରଭଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଦୁହେଁ । ଅନ୍ୟପଟେ ଅଭିଯୁକ୍ତ ମୁସ୍କାନଙ୍କ ପ୍ରେମିକ ସାହିଲ ଗୁଣି ଗାରେଡ଼ି କରୁଥିବା ନେଇ ଚର୍ଚ୍ଚା ହେଉଛି । କାରଣ ତାଙ୍କ ରୁମ୍ ରେ ଥିବା ଚିତ୍ର ଏହି ସନ୍ଦେହକୁ ଆହୁରି ବଢ଼ାଇଛି ।

ପରକୀୟା ପ୍ରୀତିରେ ଅନ୍ଧ ହୋଇ ନିଜ ହାତରେ ନିଜ ସୁନାର ସଂସାର ଭାଙ୍ଗି ଦେଇଛି ମୁସ୍କାନ । କିନ୍ତୁ ଏଇ ନିରୀହ ଶିଶୁଟିର କଣ ଯେ ଦୋଷ ଅନାଥ ହୋଇଯାଇଛି କୁନି ପିଲାଟି । ନା ବାପା ଅଛି ନା ମାଆ ଅଛି ପାଖରେ । ଜେଲକୁ ଆସିବା ପରେ ମୁସ୍କାନ ବିଚଳିତ ହୋଇ ପଡ଼ିଛି । ରାତିରେ ତାକୁ ନିଦ ହେଉନି ବୋଲି ପୋଲିସ୍ କହିଛି । ଏବେ ଦେଖିବାର କଥା ପୋଲିସ୍ କି ପ୍ରମାଣ ଯୋଗାଡ଼ କରୁଛି ଓ ଅଦାଲତ କି ସଜା ଦେଉଛନ୍ତି ମୁସ୍କାନ ଓ ସାହିଲକୁ ।

Also Read:ଆମେରିକାରେ ଭାରତୀୟ ଯୁବକ ଗିରଫ, ହମାସ ସହିତ ସଂପର୍କ ରଖିଥିବା ସନ୍ଦେହ