କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର ଟପ୍ପର

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ଗରିବ ଚାଷୀ ପରିବାରର ଝିଅ ଟପ୍ପର ହୋଇଛନ୍ତି l କେ.ନୂଆଗାଁ ବ୍ଲକ ମହାଶିଙ୍ଘ ପଂଚାୟତର ଗୋଇବନ୍ଧl ଗ୍ରାମର ରାଜୀବ ଲୋଚନ ମଲ୍ଲିକଙ୍କ ଝିଅ ମିନାକ୍ଷୀ ମଲ୍ଲିକ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ସଫଳତା ସାଉଁଟିଛନ୍ତି l

minakhiଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ମିନାକ୍ଷୀ A1 ଗ୍ରେଡ଼ ରେ ମୋଟ ୫୫୬ ନମ୍ବର ସହ ୯୨.୬୭ % ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ମିନାକ୍ଷୀ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ନିଜ ଗାଁ ଗୋଇବନ୍ଧl ସରକାରୀ ସ୍କୁଲରେ ପାଠ ପଢିଥିଲେ l ଗରିବ ଚାଷୀ ପରିବାରରେ ଜନ୍ମିତ ମିନାକ୍ଷୀଙ୍କୁ ପିଲାଦିନୁ ପାଠ ପ୍ରତି ବହୁତ ଆଗ୍ରହ ରହିଥିଲା l ପରିବାର ରେ ଆର୍ଥିକ ଅନଟନ ସତ୍ୱେ ପାଠରୁ କେବେ ନିବୃତ ରହିନଥିଲେ ମିନାକ୍ଷୀ l ଏପରି ନିଷ୍ଠା ଓ ଆଗ୍ରହ ଦେଖି ପିତା ମାତା ମିନାକ୍ଷୀଙ୍କୁ  ଷଷ୍ଠ ରୁ ଦଶମ  ଶ୍ରେଣୀ ଯାଇଁ ତୁମୁଡିବନ୍ଧ ବ୍ଲକର  ଜଲେଶପଟା ସ୍ଥିତ ସରକାରୀ ଉଚ୍ଚ  ବାଳିକା  ବିଦ୍ୟାଳୟ ରେ ପାଠ ପଢାଇଥିଲେ l ମିନାକ୍ଷୀଙ୍କ ବାପା ରାଜୀବ ଲୋଚନ ଜଣେ ଚାଷୀ ଓ ମା ନୀଳନ୍ତି ଜଣେ ଦିନ ମଜୁରିଆ l ଚାରି ସନ୍ତାନ ସହ ପରିବାରକୁ ପ୍ରତିପୋଷଣ କରୁଛନ୍ତି ରାଜୀବ l ଅଭାବ ଅନଟନ ମଧ୍ୟରେ ନାନା ସମସ୍ୟା ସତ୍ୱେ ଝିଅର ପାଠ ପ୍ରତି ଆଗ୍ରହ  ଦେଖି ଉତ୍ସାହିତ କରୁଥିଲେ l

minakhi 2ଆଗକୁ ଯୁକ୍ତ ଦୁଇ ରେ ବିଜ୍ଞାନ ରେ ପାଠ ପଢିବା ସହ ବଡ଼ ହୋଇ ଜଣେ ଡ଼କ୍ଟର ହେବା କୁ ଲକ୍ଷ୍ୟ ରଖିଛନ୍ତି ମିନାକ୍ଷୀ l ସରକାରୀ ସହାୟତା ମିଳିଲେ ଆଗକୁ ଭଲ ପଢିବା ସହ ନିଜ ଲକ୍ଷ୍ୟ ହାସଲ କରି ପାରିବେ ବୋଲି ତାଙ୍କ ପିତା ମାତା କହିଛନ୍ତି l ନିଜର ଅସାଧ୍ୟ ସାଧନ ଓ ପାଠ ପ୍ରତି ଦୃଢ଼ତା ସବୁ ବାଧା ବିଘ୍ନ କୁ ଏଡାଇବାରେ ସଫଳ ହୋଇଛନ୍ତି ମିନାକ୍ଷୀ l ପଛୁଆ ଓ ଦୁର୍ଗମ ଅଂଚଳ ଭାବେ ଜଣାଶୁଣା କନ୍ଧମାଳ ଜିଲ୍ଲା ପାଇଁ ଏବେ ଉଦାହରଣ ସାଜିଛନ୍ତି ମିନାକ୍ଷୀ l ଯିଏ କି ଅନ୍ୟ ସମସ୍ତ ଝିଅ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣl l

minakhi 1ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏକ ଚାଷୀ ପରିବାର ଝିଅ ଜିଲ୍ଲାରେ ଟପ୍ପର ହେବା ଅଂଚଳ ପାଇଁ ତଥା ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ପାଲଟିଛି l ଆଗକୁ ବି ମିନାକ୍ଷୀ ଏପରି ପାଠ ପଢି  ସଫଳତା ହାସଲ କରିବା ସହ ନିଜ ଲକ୍ଷ୍ୟ ସ୍ଥଳରେ ପହଁଚନ୍ତୁ, ଏହା ହିଁ ଆମେ ଆଶା କରୁଛୁ।

ବାଲିଗୁଡାରୁ ଗୋପୀେନାଥ ମିଶ୍ରଙ୍କ ରିପୋର୍ଟ, କେନ୍ଯୁଜ୍

Leave A Reply

Your email address will not be published.