ସ୍ପେଶାଲ

ବାପା ନୁହେଁ ଏ ରାକ୍ଷସ, ନିଜର ୧୩ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରି ଧରାପଡ଼ିଲା, ଲୋକ ଲଜ୍ୟାରେ ମୁହଁ ଲୁଚାଇଲା

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୧୩ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ । ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ନିତାଇ ସରକାର ନାମକ ବ୍ୟକ୍ତି ଗତ ୫ ତାରିଖ ମଧ୍ୟରାତ୍ରରେ ବାପ-ଝିଅର ପବିତ୍ର ସମ୍ପର୍କକୁ ଭୁଲି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ନିତାଇ ଆଜିକୁ ୨ ବର୍ଷ ହେବ ବାଲିମେଳା ସହରରେ ବସବାସ କରିବା ସହ ଜଳ ବିଦ୍ୟୁତ କେନ୍ଦ୍ରରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ୮ ମାସ ତଳେ ନିଜ ସ୍ତ୍ରୀ ସହ ପାଟିତୁଣ୍ଡ ହେବାରୁ ସାନ ପୁଅକୁ ନେଇ ସେ ବାପ ଘରକୁ ଚାଲି ଯାଇଥିଲା। ଘରେ ବାପା ଓ ୧୩ ବର୍ଷୀୟ ନାବାଳିକା ଝିଅ ରହୁଥିଲେ।

୫ ତାରିଖରେ ଏଭଳି ଅମାନୁଷିକ ଘଟଣା ପରେ ନାବାଳିକା ଝିଅ ତା ପରଦିନ ସେହି ଅଞ୍ଚଳର ଦୁର୍ଗା ବେହେରା ନାମକ ଜଣେ ମହିଳାଙ୍କୁ ନିଜ ବାପା ଏପରି କାଣ୍ଡ ଘଟାଇଥିବା କଥା କହିଥିଲା । ଏଥିସହିତ ନାବାଳିକା ଝିଅ ଜଣକ ଏ ସମ୍ପର୍କରେ କାହାକୁ ନ କହିବାକୁ ଦୁର୍ଗାଙ୍କୁ ଅନୁରୋଧ କରିଥିଲା। ଗତ ୮ ତାରିଖରେ ବାପା ନିତାଇ ପୁଣି ଏ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ନିଜ ଝିଅକୁ ଧମକ ଦେଇଥିଲେ। ଶେଷରେ ନାବାଳିକା ଝିଅଟି ବାଧ୍ୟହୋଇ ପଡ଼ୋଶୀ ମାନଙ୍କ ସହାୟତା କ୍ରମେ ୯ ତାରିଖ ସନ୍ଧ୍ୟା ସମୟରେ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।

ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ତୁରନ୍ତ ଆକ୍ସନ ମୋଡ଼ରେ ଆସି ଘଟଣାକୁ ଗୁରୁତ୍ୱ ସହ ନେଇ ଓରକେଲ ଥାନାରେ କେସ ନଂ ୩୯୫/୨୩ ମାମଲା ରୁଜୁ କରି ସଙ୍ଗେ ସଙ୍ଗେ ପିତା ନିତାଇକୁ ଥାନାରେ ଅଟକ ରଖିଥିଲେ। ତେବେ ଆଜି ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ପରେ ପିଶାଚ ପିତା ନିତାଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

28 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

35 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago