ସ୍ପେଶାଲ

ଚମତ୍କାରୀ ଶିବ ମନ୍ଦିର : ଏଠାରେ ବିନା ଅଗ୍ନିରେ ପ୍ରସ୍ତୁତ କରାଯାଇଥାଏ ଭୋଜନ, ଜାଣନ୍ତୁ କେମିତି

ଆମ ଦେଶର ଲୋକମାନଙ୍କ ମନରେ ଧର୍ମକୁ ନେଇ ଗଭୀର ଭକ୍ତି ରହିଛି। ଭାରତର ଅନେକ ସ୍ଥାନରେ ଅଦ୍ଭୁତ ଏବଂ ଅବିଶ୍ୱସନୀୟ ମନ୍ଦିର ରହିଛି। ଏଭଳି ମଧ୍ୟ କିଛି ମନ୍ଦିର ରହିଛି ଯାହା କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଖୁବ୍ ପ୍ରସିଦ୍ଧ। ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାୁ ଯାଉଛୁ , ଯାହା ହିମାଚଳ ପ୍ରଦେଶର ଅବସ୍ଥିତ। ଏଠାରେ ଏକ ସ୍ୱତନ୍ତ୍ର ଶିବଲିଙ୍ଗ ରହିଛି। ଏହି ମନ୍ଦିରରେ ବିନା ଅଗ୍ନିରେ ଭୋଜନ ପ୍ରସ୍ତୁତ କରାଯାଇଥାଏ। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ବିଲକୁଲ୍ ସତ। ଏଠାରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ କେବଳ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସିଥାନ୍ତି।

ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ଶିବ ମନ୍ଦିର ନିକଟରେ ଏକ ନଦୀ ରହିଛି। ଏହି ନଦୀର ପାଣି ଗୋଟିଏ ପଟେ ବରଫ ସମାନ ଥଣ୍ଡା ହୋଇଥିବା ବେଳେ ଅନ୍ୟପଟେ ସୂର୍ଯ୍ୟଙ୍କ ସମାନ ଉତ୍ତପ୍ତ ହୋଇଥାଏ। ଏଠାରେ ଗରମ ପାଣିରେ ମଧ୍ୟ ଲୋକମାନେ ସ୍ନାନ କରିଥାନ୍ତି। କୁହାଯାଇଥାଏ ଏହି ନଦୀ ପାଣିରେ ସ୍ନାନ କରିବା ସମୟରେ ପାଣି ବେଶି ଗରମ କିମ୍ବା ଥଣ୍ଡା ହୋଇନଥାଏ। ସେହିଭଳି ଚାଉଳ ଏବଂ ଡାଲି ଭର୍ତ୍ତି ଏକ ପୁଟୁଳି ଏହି ପାଣିରେ ରଖିଦେଲେ ଏହା କିଛି ଘଣ୍ଟା ପରେ ରାନ୍ଧି ହୋଇଯାଇଥାଏ।

ହିମାଚଳ ପ୍ରଦେଶର କୁଲ୍ଲର ଭୁନ୍ତର ସ୍ଥିତ ପାର୍ବତୀ ଘାଟରେ ପାର୍ବତୀ ନଦୀ କୂଳରେ ଅବସ୍ଥାନ କରୁଥିବା ହିନ୍ଦୁ ଏବଂ ଶିଖମାନଙ୍କର ପ୍ରସିଦ୍ଧ ତୀର୍ଥସ୍ଥଳ। କୁହାଯାଇଥାଏ ଏଠାରେ ଭଗବାନ ଶଙ୍କର, ମାତା ପାର୍ବତୀଙ୍କ ସହ ୧୧ ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏଥିସହ ଏଠାର ଗନ୍ଧକଯୁକ୍ତ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଗଣ୍ଠି ଏବଂ ଚର୍ମ ରୋଗ ଭଳି ଅନେକ ଗମ୍ଭୀର ରୋଗ ଠିକ୍ ହୋଇଯାଇଥାଏ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

8 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

17 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

20 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

54 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

55 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago