ମାତାଙ୍କ ଏହି ପ୍ରସିଦ୍ଧ ମନ୍ଦିରରେ ଭକ୍ତଙ୍କର ସବୁ ସମସ୍ୟାର ସମାଧାନ ହୋଇଯାଏ

ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ। ଦେଶରେ ମାତାଙ୍କର ଏଭଳି ମନ୍ଦିର ରହିଛି ଯାହାକୁ ଦେଖିବା ମାତ୍ରେ ଆର୍ଥକ ସମସ୍ୟା ସମାଧାନ ହୋଇଯାଏ । ଆଜି ଆମେ କହିବୁ ସହି ସବୁ ମନ୍ଦିର ସମ୍ପର୍କରେ।

ମହାଲକ୍ଷ୍ମୀ ମନ୍ଦିର(ମୁମ୍ବାଇ):

ମୁମ୍ବାଇର ଏହି ମହାଲକ୍ଷ୍ମୀ ମନ୍ଦିର ଇଂରେଜ କାଳରୁ ସ୍ଥାପିତ ହୋଇଛି। କୁହାଯାଏ ଯେ ସେ ସମୟରେ ମାତା ଜଣେ ଦୋକାନୀର ସ୍ୱପ୍ନରେ ଆସିଥିଲେ। ଦେବୀଙ୍କ ଆଦେଶ ପରେ ଦୋକାନୀ ଜଣକ ସମୁଦ୍ରରୁ ୩ଟି ମୂର୍ତ୍ତି ବାହାର କରି ମନ୍ଦିରରେ ସ୍ଥାପନା କରିଥିଲେ। ଏହି ମନ୍ଦିରରେ ମାତାଙ୍କୁ ଦର୍ଶନ କଲେ ଅନେକ କୃପା ଲାଭ ହୋଇଥାଏ।

କୋଲ୍ହାପୁର ମହାଲକ୍ଷ୍ମୀ ମନ୍ଦିର:

ଏହି ମନ୍ଦିରଟି ୭୦୦ ବର୍ଷ ପୁରୁଣା ମନାଯାଏ ।ଏହି ମନ୍ଦିରର ନିର୍ମାଣ ଚାଲୁକ୍ୟ ବଂଶର ରାଜା କର୍ଣ୍ଣଦେବ କରିଥିଲେ । ମନ୍ଦିରର ଗର୍ଭଗୃହର ଦର୍ଶନ କଲେ ଧନର ଅଭାବ ରୁହେ ନାହିଁ।

lord maa
pc: holdify

ଇନ୍ଦୋର ମହାଲକ୍ଷ୍ମୀ ମନ୍ଦିର:

ଇନ୍ଦୋରର ରାଜବାଡ଼ା ସ୍ଥିତ ମହାଲକ୍ଷ୍ମୀ ମନ୍ଦିର ସହରର ଗୌରବକୁ ବଢ଼ାଇଥାଏ। କୁହାଯାଏ କି ବର୍ଷ ୧୯୩୩ରେ ୩ ମହଲା ବିଶିଷ୍ଟ ଏହି ମନ୍ଦିର ନିଆଁ ଲାଗିବା କାରଣରୁ ନଷ୍ଟ ହୋଇଯାଇଥିଲା। ପରେ ଏହାର ମରାମତି କରି ମନ୍ଦିରର ଭବ୍ୟ ରୂପ ଦିଆଗଲା। ଏଠାରେ ପ୍ରତ୍ୟେକ ଭକ୍ତଙ୍କ ପାଇଁ ମାତାଙ୍କର ବିଶେଷ କୃପା ରହିଥାଏ।

ଅଷ୍ଟଲକ୍ଷ୍ମୀ ମନ୍ଦିର:

ଚେନ୍ନାଇ ଏହି ମନ୍ଦିରରେ ମାତାଙ୍କ ଆଠଟି ସ୍ୱରୂପ ପୂଜା ପାଉଛନ୍ତି। ଏଠାରେ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ମଧ୍ୟ ବିରାଜମାନ ଅଛନ୍ତି। ମାତାଙ୍କ ଦର୍ଶନରେ ଏଠାରେ ଭକ୍ତଙ୍କୁ ଅନେକ ସାନିଧ୍ୟ ମିଳିଥାଏ। ସବୁ ସମସ୍ୟାର ସମାଧାନ ହୋଇଯାଏ।

Leave A Reply

Your email address will not be published.