ଏହି କିଲ୍ଲାରେ ରହିଛି ଚତ୍ମକାରୀ ପାରସ ପଥର ! ଯାହା ଲୁହାକୁ ମଧ୍ୟ କରିଦିଏ ସୁନା

ଦୁନିଆରେ ଏପରି କେତେକ ଚତ୍ମକାରୀ ଜିନିଷ ରହିଛି, ଯାହା ବିଷୟରେ ଲୋକମାନେ କେବଳ କାହାଣୀ ଶୁଣିଛନ୍ତି। ଏପରି ଏକ ଚମତ୍କାରୀ ପଥର ହେଉଛି ପାରସ ପଥର। ଯାହା ବିଷୟରେ ଆପଣ ନିଶ୍ଚିତ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ଏପର୍ଯ୍ୟନ୍ତ ଏହି ପଥରକୁ କେହି ଖୋଜି ପାଇନାହାନ୍ତି। ଏହି କିଲ୍ଲାରେ ପାରସ ପଥର ରହିଛି ବୋଲି ଦାବି କରାଯାଉଛି। ଏହା ଶୁଣି ଲୋକେ ପ୍ରତିବର୍ଷ ଏହି କିଲ୍ଲାକୁ ଖୋଳିବା ପାଇଁ ପହଞ୍ଚିଯାଉଛନ୍ତି।

1

ପାରସ ପଥର ଦୁନିଆର ଏଭଳି ଏକ ପଥର ଯାହା ଲୁହାକୁ ଛୁଇଁବା ମାତ୍ରେ ମଧ୍ୟ ସୁନା ହୋଇଯାଏ। କୁହାଯାଏ ଭୋପାଳ ଠାରୁ ଦୂର ୫୦ କିଲୋମିଟର ଦୂର ରାୟସେନ କିଲ୍ଲାରେ ଏହି ପଥର ରହିଛି। ଏହି କିଲ୍ଲାର ରାଜାଙ୍କ ପାଖେ ପାରସ ପଥର ରହିଥିଲା ବୋଲି ଲୋକେ ବିଶ୍ୱାସ କରନ୍ତି। ଏହି ପଥର ପାଇଁ ଅନେକ ଯୁଦ୍ଧ ହୋଇଛି ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଯେତେବେଳେ କିଲ୍ଲାର ରାଜାଙ୍କୁ ଲାଗିଥିଲା କି, ସେ ଯୁଦ୍ଧରେ ହାରିଯିବେ ସେ ପାରସ ପଥରକୁ କିଲ୍ଲାରେ ଥିବା ପୋଖରୀରେ ପକାଇଦେଇଥିଲେ।

6

ରାଜା ଏହି ପଥର କେଉଁଠି ଲୁଚାଇଛନ୍ତି, କାହାକୁ କହିନଥିଲେ। ପରେ ଯୁଦ୍ଧ ସମୟରେ ତାଙ୍କର ମୃତ୍ୟୁ ହୋଇଗଲା ଏବଂ ଏହା ବିଷୟରେ କେହି ଜାଣିପାରିଲେ ନାହିଁ। ଏହି କିଲ୍ଲାର ରାଜାଙ୍କ ମୃତ୍ୟୁ ପରେ ଅନେକ ରାଜା କିଲ୍ଲାକୁ ଖୋଳି ପାରସ ପଥର ଖୋଜିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଫଳତା ମିଳିନଥିଲା। ଆଜି ମଧ୍ୟ ଏଠାରେ ଲୋକ  ଆସି ଏହାକୁ ଖୋଜିବାରେ ବ୍ୟସ୍ତ ରହିଛନ୍ତି। କିନ୍ତୁ କେହି ଖୋଜି ଏପର୍ଯ୍ୟନ୍ତ ପାଇନାହାନ୍ତି। ଏହି କିଲ୍ଲାରେ ପାରସ ପଥରକୁ ନେଇ ଅନେକ କାହାଣୀ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏପରି କିଛି ପ୍ରମାଣ ମିଳିନାହିଁ। କିନ୍ତୁ ଲୋକମାନେ ବିଭିନ୍ନ କାହାଣୀ ଶୁଣି ଏହିସ୍ଥାନକୁ ପାରସ ପଥର ଖୋଜିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.