କରୋନାରେ ଷ୍ଟ୍ରିଟଫୁଡ ମିସ କରୁଛନ୍ତି କି ? ତାହେଲେ ଆସିଗଲା ଗୁପ୍ଚୁପ ATM..ଦେଖନ୍ତୁ ଭିଡିଓ

କରୋନା ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ ଭାବେ ବଦଳାଇ ଦେଇଛି । ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯେ ଲୋକଙ୍କ ଯିବା ଆସିବା ଉପରେ ରୋକ ଲାଗିଯାଇଛି । ଏଭଳି ପରିସ୍ଥିତିରେ ଲୋକମାନେ ଷ୍ଟ୍ରିଟଫୁଡ ବା ରାସ୍ତାରେ ବିକ୍ରି ହେଉଥିବା ଚାଟ , ଗୁପ୍ଚୁପ ଇତ୍ୟାଦି ଖାଦ୍ୟକୁ ବହୁତ ମିସ କରୁଛନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ କରୋନା କାଳରେ ଚାଟ, ଗୁପ୍ଚୁପ ଆଇସକ୍ରିମ ଇତ୍ୟାଦିକୁ ମିସ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ସ୍ୱତନ୍ତ୍ର ଏଟିଏମ୍ । ଏହି ଏଟିଏମ୍ ମାଧ୍ୟମରେ ଆପଣ ବିନା କୌଣସି ମଣିଷକୁ ଛୁଇଁ ଗୁପ୍ଚୁପ ଖାଇପାରିବେ କିନ୍ତୁ ଏଥିରେ ଏକ ଅସୁବିଧା ଅଛି । ତାହା ହେଉଛି ଆପଣ ଯେପରି ଗୁପ୍ଚୁପଵାଲା ଭାଇଙ୍କଠାରୁ ଆଉଟିକେ ପାଣି ଏବଂ ମିଠା ଚଟନି ମାଗି ଖାଉଥିଲେ ତାହା କରିପାରିବେ ନାହିଁ । କାରଣ ଏହା କଣ ଏକ ମେସିନ୍ କରିପାରିବ ? ସେଠାରେ କୌଣସି ବ୍ୟକ୍ତି ନାହାନ୍ତି ଯିଏ ଆପଣଙ୍କୁ କମ୍ ଟଙ୍କା ପାଇଁ ଅତିରିକ୍ତ ଖାଇବାକୁ ଦେଇପାରିବେ । ତେବେ ବର୍ତ୍ତମାନ ଗୁପ୍ଚୁପ ଏଟିଏମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗୁପ୍ଚୁପର ଏହି ମେସିନ୍ ଦେଖିବା ପରେ ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ଆପଣ ମଧ୍ୟ ଏହି ମେସିନରୁ ଗୁପ୍ଚୁପ ଖାଇବାକୁ ଭାବୁଥିବେ । ତାହେଲେ ଆସନ୍ତୁ ଦେଖିବା କିପରି ଆପଣ ଏହି ମେସିନରୁ ଗୁପ୍ଚୁପ ଖାଇପାରିବେ ।


କ’ଣ ହେଲା…? ଗୁପ୍ଚୁପର ଏଟିଏମ ମେସିନ୍ ଦେଖିବା ପରେ ଆପଣ ମଧ୍ୟ ଚକିତ ହୋଇଗଲେ, ନୁହେଁ କି ? ବର୍ତ୍ତମାନ ଏହା ହେଉଛି ଏକମାତ୍ର ଜିନିଷ ଯାହା ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ମେସିନ୍ ଦେଖିବା ପରେ ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ ତ ଏହାକୁ ସର୍ବଶ୍ରେଷ୍ଠ ମେସିନ୍ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.