ମହିଳାଙ୍କୁ ଜୀବିକାର ନୂଆ ବାଟ ଦେଖାଇଲା ମିଶନ ଶକ୍ତି ‘ସୁବର୍ଣ୍ଣାଶ୍ରୀ’

ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ତେବେ ଏହି ପରିପେକ୍ଷୀରେ ମହିଳାଙ୍କୁ ଜିବୀକାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି ସୁବର୍ଣ୍ଣାଶ୍ରୀ । ସୁବର୍ଣ୍ଣାଶ୍ରୀ ପ୍ରଡ୍ୟୁସର ଗୃପ ତିଆରି କରି ହୋଇପାରିଛନ୍ତି ଆତ୍ମ ନିର୍ଭରଶୀଳ ।

ସୁବର୍ଣ୍ଣପୁର: ଦିନେ ରୋଷେଇ ଶାଳରେ ବସି ରହି ସ୍ୱାମୀଙ୍କ ଠାରୁ ହାତ ଖର୍ଚ୍ଚ ମାଗୁଥିବା ମହିଳା ଏବେ ନିଜେ ସ୍ୱାବଲମ୍ବୀ। ନିଜେ ପରିବାର ଚଳାଇବାକୁ ସକ୍ଷମ । ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ତେବେ ଏହି ପରିପେକ୍ଷୀରେ ମହିଳାଙ୍କୁ ଜିବୀକାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି ସୁବର୍ଣ୍ଣାଶ୍ରୀ । ସୁବର୍ଣ୍ଣାଶ୍ରୀ ପ୍ରଡ୍ୟୁସର ଗୃପ ତିଆରି କରି ହୋଇପାରିଛନ୍ତି ଆତ୍ମ ନିର୍ଭରଶୀଳ ।

ଆରମ୍ଭ ହେବା ଦିନଠୁ ସୁବର୍ଣ୍ଣାଶ୍ରୀ ଦୋକାନ ଭିତରେ ଲୋକଙ୍କ ଭିଡ । ଘର କରଣା ସାମଗ୍ରୀ ଠାରୁ ଆରମ୍ଭ କରି ସମ୍ବଲପୁରୀ ପାଟଶାଢୀ,ସମ୍ବଲପୁରୀ କପଡା,ଶୁଖିଲା ଖାଦ୍ୟ ରାଶି ଲଡୁ,ବାଦାମ ଲଡୁ,କଖାରୁ ବଡି,ଆଚାର,ମୁଗ, ହରଡ,କୋଲଥ ଭଜାଡାଲି,ଟେରାକୋଟା ରେ ତିଆରି ବିଭିନ୍ନ ସାମଗ୍ରୀ ,ହାତ ତିଆରି ଘର କରଣା ,କାଠରେ ତିଆରି ଘୋଡା,ହାତୀ ଇତ୍ୟାଦି କରୁଛନ୍ତି ବିକ୍ରୀ । ଅନ୍ୟ ଦୋକାନୀ ମାନଙ୍କ ଠାରୁ କମ ଦାମରେ ବିକ୍ରୀ କରୁଥିବାରୁ ଗ୍ରାହକଙ୍କ ଭିଡ ହେଉଥିବା ଦେଖିବାକୁ ମିଳିଛି ।

saree

ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକରେ ଥିବା ସୁବର୍ଣ୍ଣାଶ୍ରୀର ଦୃଶ୍ୟ । ଯେଉଁଠି ସ୍ୱାୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରତିଦନ ବିକ୍ରୀ କରାଯାଉଛି । ଆଉ ଗ୍ରାହକମାନେ ପ୍ରତିଦିନ ଏହି ସୁବର୍ଣ୍ଣାଶ୍ରୀ କୁ ଆସି କିଣା କିଣି କରୁଥିବାରୁ ମିଶନ ଶକ୍ତିର ସଦସ୍ୟମାନେ ମଧ୍ୟ ବେଶ ଦୁଇ ପଇସା କମାଇ ପାରୁଛନ୍ତି ।

ତେବେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଓରମାସର ସହାୟତାରେ ସୋନପୁର ବ୍ଲକ ଛକରେ ଉଭୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ପାଇଁ ଏହି ମିଶନ ଶକ୍ତି ସୁବର୍ଣ୍ଣାଶ୍ରୀ ଖୋଲାଯାଇଥିବାବେଳେ କିଛିଦିନ ତଳେ ମନ୍ତ୍ରୀ ନିରଂଜନ ପୂଝାରୀ ଓ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କରକମଳରେ ଖୋଲାଯାଇଥିବା ଏହି ସୁବର୍ଣ୍ଣାଶ୍ରୀର ବଢିଛି ବେଶ ଚାହିଦା । ସକାଳୁ ସଂଧ୍ୟ ପର୍ଯ୍ୟନ୍ତ ସୁବର୍ଣ୍ଣାଶ୍ରୀରେ ଜମୁଛି ଗ୍ରାହକଙ୍କ ଭିଡ । ଆଉ ଗ୍ରାହକଙ୍କ ମନପସନ୍ଦର ସାମଗ୍ରି ବିକ୍ରୟ କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଏହାଦ୍ୱାରା ମହିଳାଙ୍କୁ ଆର୍ଥିକ ଅଭିବୃଦ୍ଧି କରିବାରେ ସହାୟକ ହେବବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।

ସୁବର୍ଣ୍ଣପୁର ଜିଲ୍ଲାରେ ମହିଳା ସଶକ୍ତିକରଣ ପଇଁ ଅନେକ ଯୋଜନା କରାଯାଇଥିବାବେଳେ ଏସବୁ ଭିତରେ ଏବେ ସବୁଠୁ ଆଗରେ ରହିଛି ସୋନପୁର ବ୍ଲକ ଛକରେ ଖୋଲାଯାଇଥିବା ମିଶନ ଶକ୍ତି ସୁବର୍ଣ୍ଣାଶ୍ରୀ । ଏହା ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବାରେ ସହାୟକ ହେବ ନିଶ୍ଚୟ।