ରାଜା ଜନକ ମିଥିଳାପୁରୀରୁ ହୋଇଥିଲେ ବହିଷ୍କୃତ, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଆମେ ସମସ୍ତେ ଜାଣିଛେ, ମାତା ସୀତାଙ୍କ ପିତା ହେଉଛନ୍ତି ରାଜା ଜନକ। ମିଥିଳାପୁରୀର ରାଜା ଜନକ ଭୋଗ ବିଳାସରେ ରହିବାଙ୍କୁ ବେଶ୍‌ ପସନ୍ଦ କରଥାନ୍ତି। ଦିନେ ରାଜା ଜନକ ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ସେ ଦେଖିଲେ ଯେ, ଶତ୍ରୁ ଦେଶର ସେନାଗଣ ତାଙ୍କ ରାଜଧାନୀ ମିଥିଳା ଉପରେ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ଶତ୍ରୁସେନାର ବିଜୟ ହେବା ସହ ରାଜା ଜନକଙ୍କର ପରାଜୟ ହୋଇଛି। ଏହାପରେ ରାଜା ଜନକଙ୍କୁ ବନ୍ଦୀ କରି ବିଜୟୀ ରାଜାଙ୍କ ପାଖକୁ ନିଆଯାଇଛି। ଯୁଦ୍ଧରେ ହାରିଥିବା କାରଣରୁ ତାଙ୍କ ପାଇଁ ୨ଟି ଦଣ୍ଡ ନିର୍ଦ୍ଧାରିତ କରାଯାଇଥିଲା।

ପ୍ରଥମତଃ ତାଙ୍କୁ ମାଡ଼ ମାରି ରାଜଧାନୀରୁ ବାହାର କରିବା, ଅନ୍ୟଟି ହେଉଛି ତାଙ୍କୁ ମୃତ୍ୟୁ ଦଣ୍ଡ ଦେବା। ପ୍ରଥମ ଦଣ୍ଡକୁ ରାଜା ଜନକ ସ୍ୱୀକାର କଲେ। ଦଣ୍ଡ ଅନୁଯାୟୀ ରାଜା ଜନକଙ୍କୁ ମାଡ଼ ମରାଯାଇ ତାଙ୍କୁ ମିଥିଳାପୁରୀରୁ ବାହାର କରାଗଲା। ନିଜ ଶୋଚନୀୟ ଅବସ୍ଥାରେ ରାଜା ଜନକ ମର୍ମାହିତ ହୋଇପଡିଲେ। ରାଜ୍ୟ ସୀମାରେ ଥିବା ଏକ ଗଛମୂଳେ ମନ ଦୁଃଖରେ ବସିଲେ।

janaka34
pc: MithilaConnectLocal

ସ୍ୱପ୍ନରେ ଥିବା ରାଜା ଜନକଙ୍କୁ ବିଚଳିତ ହେବାର ଦେଖି ରାଣୀ ଡରିଗଲେ। ପରେ ରାଜାଙ୍କୁ ନିଦରୁ ଜାଗ୍ରତ କରି ବିଚଳିତ ହେବାର କାରଣ ପଚାରିବାକୁ ଲାଗିଲେ। ରାଜା ଶୋଇବା ଅବସ୍ଥାରୁ ଉଠି ରାଣୀଙ୍କୁ ଦେଖିଥିବା ସ୍ୱପ୍ନ ବିଷୟରେ କହିଲେ। ଏହାକୁ ଶୁଣି ରାଣୀ ତାଙ୍କୁ ବୁଝାଇବାକୁ ଆରମ୍ଭ କଲେ। ସେଥିପାଇଁ ବିଚଳିତ ନହେବାକୁ ମଧ୍ୟ କହିଲେ। ବାସ୍ତବ ଜୀବନରେ ନିଜ କର୍ମ ପ୍ରତି ଧ୍ୟାନ ଦେବା ସହ ଆତ୍ମଜାଗରଣ ପାଇଁ ପରାମର୍ଶ ଦେଲେ।

ରାଣୀଙ୍କ ଏହି କଥା ଶୁଣି ରାଜା ଜନକ କ୍ଷଣିକ ପାଇଁ ଚୁପ୍‌ ରହିଲେ। ପରେ ନିଜ ଆତ୍ମଜାଗରଣ ପାଇଁ ନିଷ୍ପତ୍ତି ନେଲେ। ଜନକରୁ ‘ଜନକ ବିଦେହ’ ହୋଇଲେ । ଭୋଗୀରୁ ଯୋଗୀ ବନିଲେ। ଏଭଳି ଭାବେ ରାଜା ଜନକ ଭୋଗୀରୁ ଯୋଗୀ ବନିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.