ମୃତ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟ କାମ ନକରିବା ପଛରେ ଜାଣନ୍ତୁ ବୈଜ୍ଞାନିକ କାରଣ

ଏବେ ସ୍ମାର୍ଟଯୁଗରେ ନିଜ ଜିନିଷକୁ ଲକ୍‌ କରିବାକୁ ମଧ୍ୟ ସ୍ମାର୍ଟ ଉପାୟ ଆସିଲାଣି। ଏହାକୁ ଆମେ ସ୍ମାର୍ଟ ଲକ୍‌ ବା ଫିଙ୍ଗର ପ୍ରିଣ୍ଟ ଲକ୍‌ ମଧ୍ୟ କହିପାରିବା। ଯାହାଦ୍ୱାରା କେହି ବି ବ୍ୟକ୍ତି ଆମର ପର୍ସନାଲ ତଥ୍ୟ ସମ୍ପର୍କରେ ଜାଣିପାରିବେନି । ତେବେ ବଞ୍ଚିଥିବା ବେଳେ ତ ବ୍ୟକ୍ତି ଅନେକବାର ଏହି ସ୍ମାର୍ଟ ଲକ୍‌ କୁ ବ୍ୟବହାର କରିଥାଏ। କିନ୍ତୁ ମଲାପରେ ଏହାକୁ କେମିତି ବ୍ୟବହାର କରାଯାଏ। କେହି ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର ଫିଙ୍ଗରପ୍ରିଣ୍ଟ ସହ କଣ ହୋଇଥାଏ? ତାହା ପ୍ରକୃତରେ କାମ କରେ ନା ନାହିଁ , ଏସବୁ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ଆଜିକାଲିର ସ୍ମାର୍ଟଯୁଗରେ ସବୁଠି ଫିଙ୍ଗରପ୍ରିଣ୍ଟର ଆବଶ୍ୟକତା ରହିଛି। ଆଧାର କାର୍ଡ ହେଉ ଅବା ବ୍ୟାଙ୍କ kyc ଏମିତି ବି ମୋବାଇଲ ଫୋନକୁ ବ୍ୟବହାର କରିବା ପାଇଁ ହେଲେ ମଧ୍ୟ ଏହାର ବ୍ୟବହାର କରାଯାଏ । କିନ୍ତୁ ଯଦି ହଠାତ୍‌ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଫିଙ୍ଗର ପ୍ରିଣ୍ଟ ସେପରି ରହିନଥାଏ । ଏହା ବଦଳିଯାଇଥାଏ। କାରଣ ମୃତ୍ୟୁ ପରେ ମଣିଷ ଶରୀରରେ ଇଲେକଟ୍ରିକାଲ ଶକ୍ତି ଶେଷ ହୋଇଯାଇଥାଏ। ମସ୍ତିଷ୍କ ସହ ପୂରା ଶରୀର କାମ କରିବା ବନ୍ଦ କରିଦିଏ। କହିଦେବାକୁ ଚାହୁଁ ଯେ, ଇଲେକଟ୍ରିକାଲ ଶକ୍ତି ଶେଷ ହେବା ଦ୍ୱାରା ଶରୀର କୋଶିକା ତନ୍ତ୍ର ମଧ୍ୟ କାମ କରିବା ବନ୍ଦ ହୋଇଯାଏ । ମଲା ପରେ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟସ୍‌ କାମ କରିବା ବନ୍ଦ କରିଦିଏ । ଏହା ସମ୍ପୂର୍ଣ୍ଣ ବ୍ଲର ବା ଅସ୍ପଷ୍ଟ ହୋଇଯାଏ । ମୃତବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ କେବଳ ଫରେନସିକ ଏକ୍ସପର୍ଟ ଲ୍ୟାବରେ ହିଁ ସଠିକ ରୂପେ ମିଳିପାରିବ।

ବ୍ୟକ୍ତିଙ୍କର ଫିଙ୍ଗରପ୍ରିଣ୍ଟରେ ଏକ ଖାସ ରୂପରେ ସିମେଣ୍ଟ୍ରି ରହିଥାଏ। ଯାହା ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ପରିଚୟ ଜାଣିବାରେ ସହାୟକ ହୋଇଥାଏ। ଏଥିରେ ସ୍କିନର ପ୍ରିଣ୍ଟ ନେବା ପାଇଁ ସିଲିକନ୍‌ ପୁଟ୍ଟୀର ବ୍ୟବହାର କରାଯାଏ। ଏହା ଉପରେ ଯେଉଁ ଚିହ୍ନ ରହିଯାଏ ତାହା ସାହାଯ୍ୟରେ ବ୍ୟକ୍ତିର ପରିଚୟ ଜଣାପଡେ।

କିନ୍ତୁ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ମୋବାଇଲ ଫୋନର ଫିଙ୍ଗରପ୍ରିଣ୍ଟରେ ଯେଉଁ ସେଂସର ଲାଗିଥାଏ, ତାହା ବ୍ୟକ୍ତିର ମୃତ୍ୟୁ ପରେ କାମ କରିନଥାଏ । ଏହି ସେଂସର ଏତେ ଆଡଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଛି ଯେ ଏହା ଜୀବିତ ଓ ମୃତ ବ୍ୟକ୍ତି ମଧ୍ୟରେ ଫରକ ଜାଣିପାରେ। ଯଦି ଆପଣ ବି କେବେ ଜଣେ ମୃତ ବ୍ୟକ୍ତିର ଫିଙ୍ଗରକୁ ସେହି ବ୍ୟକ୍ତିର ଫୋନ ସେଂସରରେ ଟଚ୍‌ କରାଇବେ ତେବେ ଏହା ଅନଲକ୍‌ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.