ପୃଥିବୀରେ ହେଉଛି ବଡ ପରିବର୍ତ୍ତନ: ଠପ୍‌ ହୋଇଯିବ ବିମାନ ଓ ସାଟେଲାଇଟ ସହିତ ଯୋଗାଯୋଗ, ବନ୍ଦ ହୋଇଯିବ ମୋବାଇଲ

ଗତ କିଛି ବର୍ଷ ହେବ ପୃଥିବୀରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ବାୟୁମଣ୍ଡଳ ତଥା ଜଳବାୟୁର ସ୍ଥିତିରେ ପରିବର୍ତ୍ତନ ଘଟିଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ପୃଥିବୀର ଉପରି ଭାଗରେ ବି ଧୀରେ ଧୀରେ ସ୍ଥିତି ବଦଳିବାରେ ଲାଗିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆମ ଗ୍ରହ ପୃଥିବୀର ଚୁମ୍ବକୀୟ ଶକ୍ତି କମିବାରେ ଲାଗିଛି । ଯାହାର ପ୍ରଭାବ ଆଗାମୀ ଜୀବନ ଉପରେ ପଡିପାରେ। ଏହା ଫଳରେ ଆପଣଙ୍କ ମୋବାଇଲ ଫୋନ ଆଗାମୀ ଦିନରେ ଆଉ କାମ ନକରିପାରେ। ଏଭଳି ହେବାର ସମ୍ଭାବନା ମଧ୍ୟ ରହିଛି।

magnetic'

ଚୁମ୍ବକୀୟ ଶକ୍ତି କମ୍‌ ହେବା ଯୋଗୁଁ ସାଟେଲାଇଟରୁ ଆରମ୍ଭ କରି ସ୍ପେସ କ୍ରାଫ୍ଟ ପର୍ଯ୍ୟନ୍ତ ସବୁକିଛି ବନ୍ଦ ହୋଇଯିବ। ଏଭଳି କ’ଣ ପାଇଁ ହେଉଛି ଏପର୍ଯ୍ୟନ୍ତ ବୈଜ୍ଞାନିମାନେ ମଧ୍ୟ ପତ୍ତା ଲଗାଇପାରୁନାହାନ୍ତି। ଦୁଇବର୍ଷ ହେବ ଏହା ଲାଗିରହିଛି । ଏହି ଚୁମ୍ବକୀୟ ଶକ୍ତି ହିଁ ସୂର୍ଯ୍ୟଙ୍କ ଠାରୁ ପୃଥିବୀକୁ ଆସୁଥିବା ଶକ୍ତିଶାଳୀ ଚୁମ୍ବକୀୟ ତରଙ୍ଗ ଓ କଣିକା ମାନଙ୍କୁ ପୃଥିବୀ ପୃଷ୍ଠକୁ ପଶିବାକୁ ଦିଏନାହିଁ । ଏବାବଦରେ ସାଧାରଣରେ ସେତେଟା ଜଣା ପଡୁନଥିଲେ ମଧ୍ୟ ସୂର୍ଯ୍ୟଙ୍କ କଣିକା ଜୀବଜଗତ ପାଇଁ ଏହା ଖୁବ କ୍ଷତିକାରକ । ସ୍ପେସ ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀର ବାହାର ଭାଗରେ ଥିବା ପରସ୍ତରେ ଥିବା ଗରମ ତରଳ ଲୁହାରେ ହିଁ ଏହି ଆବରଣ ସୃଷ୍ଟି ହୋଇଥାଏ ।

earth-2

ପୃଥିବୀର ଏକ ବହୁତ ବଡ ଅଂଶରେ ଏହି ଚୁମ୍ବକୀୟ ଶକ୍ତି କମିବାରେ ଲାଗିଛି। ବିଶେଷ ଭାବେ ଆଫ୍ରିକାରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ କ୍ଷେତ୍ରରେ ପୃଥିବୀ ପୃଷ୍ଠର ଏହି ଚୁମ୍ବକୀୟ ଶକ୍ତି କମିବାରେ ଲାଗିଛି । ଚୁମ୍ବକୀୟ ଶକ୍ତି କମୁଥିବା ଅଞ୍ଚଳ ପ୍ରାୟ ୧୦ ହଜାର କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ୧୯୭୦ରୁ ୨୦୨୦ ମଧ୍ୟରେ ଏହି ଚୁମ୍ବକୀୟ ଶକ୍ତି ୨୪ ହଜାର ରୁ ୨୨ ହଜାର ନାନୋଟେସଲା( ଚୁମ୍ବକୀୟ ଶକ୍ତି ମାନକ)ରେ ପହଞ୍ଚିଛି। ଏହି ଚୁମ୍ବକୀୟ ପରସ୍ତ ଆମ ପୃଥିର ପୃଷ୍ଠର ପାଖାପାଖି ୩ ହଜାର କିଲୋମିଟର ତଳେ ଅବସ୍ଥିତ ।

11

ଏହାଛଡା ଏହି କାରଣରୁ ପୃଥିବୀ ଚାରିପରେ ଘୁରି ବୁଲୁଥିବା ସାଟେଲାଇଟ ଗୁଡିକର ଟେକନିକ ଗୁଡିକ ବି ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଏହା ପଛର ପ୍ରକୃତ କାରଣ ଖୋଜି ବାହାର କରିବାକୁ “ୟୁରୋପୀୟ ସ୍ପେସ ଏଜେନ୍ସି”ର ବୈଜ୍ଞାନିକ ମାନେ ଚେଷ୍ଟା ଚଳାଇଛନ୍ତି । ପୃଥିବୀ ପୃଷ୍ଠରେ ଏହି ଶକ୍ତି କମିବା ଯୋଗୁଁ ଉପରେ ଥିବା ସାଟେଲାଇଟ ଏବଂ ଉଡନ୍ତା ବିମାନ ସହିତ ଯୋଗାଯୋଗ କରିବା ବହୁତ ମୁସ୍କିଲ ହେବ। ଏହାଯୋଗୁଁ ମଧ୍ୟ ମୋବାଇଲ ଫୋନ ବନ୍ଦ ହୋଇଯିବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.