ଚନ୍ଦ୍ର ଦୋଷ ଉପାୟ : ଚନ୍ଦ୍ର ଦୋଷ ଥିଲେ ବଢ଼ିଥାଏ ମାନସିକ ଚାପ, ମୁକ୍ତି ପାଇଁ ସୋମବାର କରନ୍ତୁ ଏହି ଉପାୟ

ମନୁଷ୍ୟର କର୍ମ ଓ ଭାଗ୍ୟକୁ ଗ୍ରହ ନିୟନ୍ତ୍ରଣ କରିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ଗ୍ରହ ଦୋଷ ଥିଲେ ବ୍ୟକ୍ତି ବିଭିନ୍ନ ପ୍ରକାର ଅସୁବିଧା ଭୋଗ କରିଥାଏ । ତେବେ କିଛି ଉପାୟ ଦ୍ୱାରା ଆମେ ଏହି ଗ୍ରହ ଦୋଷକୁ ସୁଧାରି ପାରିବା । ଯାହା ଆମର ଜୀବନକୁ ସୁଖ ଶାନ୍ତିରେ ଜିଇଁବାକୁ ଦେବ । ଚନ୍ଦ୍ର ଗ୍ରହ ଆମର ମାନସିକ ଅବସ୍ଥାକୁ କଣ୍ଟ୍ରୋଲ କରିଥାଏ । ଚନ୍ଦ୍ର ଦୋଷ ଥିଲେ ଆମେ ମାନସିକ ଅବସାଦ ବା ମାନସିକ ଅଶାନ୍ତି ଭୋଗ କରିଥାଉ । ଆସନ୍ତୁ ଜାଣିବା ଚନ୍ଦ୍ର ଦୋଷ ଥିଲେ କିପରି ଏହାକୁ ସୁଧାର କରି ପାରିବା ।

ସୋମବାର ଉପାୟ

ସୋମବାର ମହାଦେବଙ୍କ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯେଉଁ ଲୋକଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ରହିଥାଏ ସେମାନେ ସୋମବାର ମହାଦେବଙ୍କୁ ପୂଜା କରିବା ଉଚିତ୍‌ ।

ଭୋଳାନାଥ ଚନ୍ଦ୍ରଙ୍କୁ ନିଜର ମସ୍ତକରେ ସ୍ଥାନ ଦେଇଛନ୍ତି । ଚନ୍ଦ୍ର ଦେବଙ୍କୁ ସୋମ ମଧ୍ୟ କୁହାଯାଇଥାଏ । ଚନ୍ଦ୍ର ମନକାରକ ଗ୍ରହ ହୋଇଥାନ୍ତି । କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ଥିଲେ ବ୍ୟକ୍ତି ମାନସିକ ଓ ଶାରିରିକ ଭାବେ କଷ୍ଟ ପାଇଥାନ୍ତି ।

ଚନ୍ଦ୍ରମାଙ୍କ ଶୁଭତ୍ୱ ପାଇବା ପାଇଁ ସୋମବାର ଦିନ ରୁପା ପାତ୍ରରେ ଗଙ୍ଗାଜଳ, ଦୁଧ, ଚାଉଳ ଓ ଚିନି ରଖି ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏମିତି କରିବା ଦ୍ୱାରା ଚନ୍ଦ୍ର ଦୋଷ ଶେଷ ହୋଇଥାଏ ।

ସୋମବାର ଦିନ ବିଧିବଦ୍ଧ ଭାବେ ମହାଦେବଙ୍କୁ ରୁଦ୍ରାଭିଷେକ କରନ୍ତୁ । ଏହି ଦିନ ଚନ୍ଦ୍ରମା ସମ୍ପର୍କିତ ଜିନିଷ ଦାନ କରନ୍ତୁ । ଏହାଦ୍ୱାର ଚନ୍ଦ୍ରମା ଦୋଷ ଦୂର ହୋଇଥାଏ ।

ସୋମବାର ଶିବଙ୍କ ପୂଜା ସହ ‘ଓଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମସେ ନମଃ । ମନ୍ତ୍ର ର ଏକ ମାଳା ଜପ କରନ୍ତୁ । ଏହ ଚନ୍ଦ୍ର ଦେବଙ୍କ ବୀଜ ମନ୍ତ୍ର । ଏହାକୁ ଜପ କଲେ ଚନ୍ଦ୍ରଦେବ ପ୍ରସନ୍ନ ହୋଇଥାନ୍ତି ।

ମୋତି ଆଙ୍ଗୁଠିରେ ଧାରଣ କରବା ଦ୍ୱାରା ଚନ୍ଦ୍ର ଦେବ ଶାନ୍ତ ହୋଇଥାନ୍ତି । ଏହାକୁ ଧାରଣ କରିବା ପାଇଁ ସୋମବାର ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.