ମାଙ୍କଡର ମଦ ନିଶା, ଓ୍ଵାଇନ୍‌ ସପରେ ପଶି ଢ଼କ ଢ଼କ ପିଇଲା ମଦ

ମାଙ୍କଡକୁ ହେଲା ମଦ ନିଶା। ହଁ ଆଜ୍ଞା ମଦ ପିଇବା ପାଇଁ ପାଗଳ ହେଲା ମାଙ୍କଡ। ଆଉ ସିଧା ଯାଇ ପହଁଚିଗଲା ଓ୍ଵାଇନ୍‌ ସପରେ। କଣ ଆପଣ ଏକଥାକୁ ବିଶ୍ୱାସ କରିପାରୁନାହାଁନ୍ତି? କିନ୍ତୁ ଏମିତି ହିଁ ହୋଇଛି। ମାଙ୍କଡର ମଦ ପିଇବା ଷ୍ଟାଇଲ ଦେଖିଲେ ଆପଣ ବି ଆଁ କରି ଚାହିଁରହିବେ।

ମଧ୍ୟପ୍ରଦେଶ ମଣ୍ଡଲାର ଏହି ଦୃଶ୍ୟ ଏବେ ଇଣ୍ଟରନେଟରେ ଧମାଲ ମଚାଉଛି। ମାଙ୍କଡକୁ ମଦ ପିଉଥିବାର ଦେଖି ଲୋକେ ଖୁବ୍‌ ଏଞ୍ଜୟ କରୁଛନ୍ତି। କାହିଁକିନା ଲୋକମାନେ ମଦ ଦୋକାନରେ ବସି ଲୋକଙ୍କୁ ମଦ ପିଉଥିବାର ଦେଖିଥିବେ କିନ୍ତୁ ଗୋଟେ ମାଙ୍କଡର ଏମିତି ମଦ ନିଶା ଦେଖି ନିହାତି ଭାବେ ଆଶ୍ଚର୍ଯ୍ୟ ହେଉଥିବେ ଆପଣ।

monkeyଦେଖୁନାହାଁନ୍ତି ମଦ ପିଉଥିବା ଏହି ମାଙ୍କଡର ମଦ ପିଇବା ଷ୍ଟାଇଲକୁ। ହାତରେ ବୋତଲକୁ ଧରି ଏକଦମ୍‌ ଢ଼କ୍‌ ଢ଼କ୍‌ କରି ମଦ ପିଇଯାଉଛି ମାଙ୍କଡଟି। ଦୋକାନୀ ଜଣକ ମାଙ୍କଡକୁ ବିସ୍କୁଟ ଖୋଲି ଦେଉଛନ୍ତି, କିନ୍ତୁ ଏ ମାଙ୍କଡ କାହିଁକି ବର ଶୁଣିବ, ସେ ତାର ମନ ଖୁସିରେ ପୂରା ଦବଙ୍ଗ ଷ୍ଟାଇଲରେ ବସି ମଦ ପିଇବାରେ ବ୍ୟସ୍ତ।

ଏ ମାଙ୍କଡର ବୋତଲ ଧରିବା ଆଉ ଠିପି ଖୋଲିବା ଷ୍ଟାଇଲ ଦେଖିଲେ ଲାଗୁଛି ଯେପରି ମାଙ୍କଡଟି ପୁରୁଣା ଖିଲାଡୀ। ଦେଖୁନାହାଁନ୍ତି କେମିତି ଦାନ୍ତରେ ଠିପି ଖୋଲିବାକୁ ଚେଷ୍ଟା କରୁଛି। ଆଉ ଶେଷରେ ଦାନ୍ତରେ ମଦ ବୋତଲ ଠିପିକୁ ଖୋଲିବି ଦେଉଛି। ତେବେ କିନ୍ତୁ ଏହା ପ୍ରଥମ ନୁହେଁ ଯେ ଗୋଟେ ମାଙ୍କଡ ଏପରି ମଦ ପିଉଛି, ଏହାପୂର୍ବରୁ ବି ଏମିତି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟି ସାରିଛି। କିନ୍ତୁ ଏ ଚିତ୍ର ନିହାତି ଭାବେ ଆପଣଙ୍କ ମୁହଁରେ ସ୍ମାଇଲ ନେଇଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.