ଖାଇବା ଟେବୁଲରେ ବସି ରାମ ଭଜନ ଗାଉଥିଲେ ମହିଳା, ପ୍ରଭୁଙ୍କ ନାମ ଶୁଣି ମହିଳାଙ୍କୁ ଆଲିଙ୍ଗନ କଲା ମାଙ୍କଡ: ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଆପଣମାନେ ପ୍ରତ୍ୟେକ ଦିନ ଅନେକ ଭାଇରଲ ଭିଡିଓ ନିଶ୍ଚିତ ଦେଖିଥିବେ । ଆଉ ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ମହିଳା ବସି ରାମ ଭଜନ ଗାଉଥିବା ବେଳେ ଏକ ମାଙ୍କଡ ଆସି ମହିଳାଙ୍କୁ ଆଲିଙ୍ଗନ କରୁଛି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଭୁଙ୍କ ନାମ ଶୁଣି ମାଙ୍କଡ ସେଠାରେ ବସି ରହିଥିଲା ।

ଭାଇରଲ ଭିଡିଓରେ ମହିଳା ଜଣକ ବସି ହରେ ରାମ ହରେ ରାମ, ରାମ ରାମ ହରେ ହରେ..ହରେ କ୍ରିଷ୍ଣା ହରେ କ୍ରିଷ୍ଣା, କ୍ରିଷ୍ଣା କ୍ରିଷ୍ଣା ହରେ ହରେ ଗୀତ ଗାଉଥିଲେ । ଠିକ୍‌ ଏହି ସମୟରେ ଏକ ମାଙ୍କଡ ଆସି ମହିଳାଠାରୁ ରାମ ଭଜନ ଶୁଣିବା ପରେ ଆଲିଙ୍ଗନ କରିଥିଲା ।

କେବଳ ଏତିକି ନୁହେଁ, ଶ୍ରୀରାମ, ଜୟ ରାମ, ଜୟ ଜୟ ରାମ, ରାମ ରାମ ପହିମାନ, ରାମ ରାମ ରକସମାମ ଗାଇବା ବେଳେ ମାଙ୍କଡ ଧୈର୍ଯ୍ୟ ର ସହିତ ଶୁଣିଥିଲା । ନିଜର ପ୍ରଭୁଙ୍କ ନାମ ଶୁଣି ନିଜକୁ ଅଟକାଇ ପାରିନଥିଲା ।


ତେବେ ମହିଳା ଜଣକ ଏହା କୌଣସି ମନ୍ଦିରରେ ନୁହେଁ ବରଂ ଏକ ଖାଇବା ଦୋକାନରେ ଗାଉଥିବା ବେଳେ ମାଙ୍କଡ ମଧ୍ୟ ଆସି ଟେବୁଲରେ ବସି ଏହା ଶୁଣିଥିଲା । ଟେବୁଲରେ ବସି ରାମ ଭଜନ ଶୁଣିବା ପରେ ମହିଳାଙ୍କ କୋଳରେ ବସିବା ପରେ ଆଲିଙ୍ଗନ କରିଥିଲା । ଭିଡିଓ ଭାଇରଲ ହେବା ପରେ ମିଲିଅନ ଲୋକ ଦେଖିସାରିଲେଣି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।