ମାଛକୁ ଖାଇବାକୁ ଦେଉଛି ମାଙ୍କଡ଼; ଦେଖନ୍ତୁ ମନଛୁଆଁ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ନୂଆ ନୂଆ ଟ୍ରେଣ୍ଡର ଭିଡ଼ିଓ ଦେଖିବାକୁ ମିଳିଥାଏ । ଏହାକୁ ଆମେ ମାନେ ଖୁବ ପସନ୍ଦ ମଧ୍ୟ କରିଥାଉ ଏଥିସହିତ କମେଣ୍ଟ ବି ଦେଇଥାଉ ଏବେ ପଶୁପକ୍ଷୀମାନଙ୍କ ଭିଡ଼ିଓ ସୋଶିଆଲ ମିଡ଼ିଆରେ ପ୍ରାୟ ସମୟରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡ଼ିଓରେ ପଶୁ ପକ୍ଷୀମାନଙ୍କ ଭିତରେ ଥିବା ପ୍ରେମ ଓ କରୁଣାର ଭାବ ଏବଂ କିଛି ମଜାଳିଆ ଜିନିଷକୁ ଦେଖିବାକୁ ମିଳିଥାଏ । ବେଳେବେଳେ ଜୀବଜନ୍ତୁମାନେ ମଣିଷଠାରୁ ବେଶି ବୁଦ୍ଧିମାନ ଓ ସ୍ନେହି ଭାବରେ ନଜର ଆସିଥାନ୍ତି ।

ସବୁଦିନ ଭଳି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହା ଏବେ ଟ୍ରେଣ୍ଡ ହେବାରେ ଲାଗିଛି । ଏହି ଭିଡ଼ିଓରେ ଏକ ମାଙ୍କଡ଼ କିଭଳି ମାଛକୁ ପାଣିରେ ଖାଇବାକୁ ଦେଉଛି ଆଉ ମାଛ ମଧ୍ୟ ଖାଦ୍ୟ ଖାଉଥିବା ନଜର ଆସୁଛି। ଏହି ଭିଡ଼ିଓରେ ମଧ୍ୟ ୟୁଜର୍ସମାନେ ନିଜ ନିଜ ମତ ଦେଉଛନ୍ତି ।

ଭାଇରାଲ ଭିଡ଼ିଓରେ ଆପଣ ଦେଖିପାରିବେ ଏକ ମାଙ୍କଡ଼ ପୋଖରୀ କୂଳରେ ବସିଛି । ହାତରେ ମାଛମାନଙ୍କର ଖାଦ୍ୟ ପକେଟ ରଖିଛି । ଆଉ ପରେ ମାଙ୍କଡ଼ ନିଜ ହାତରେ ସେହି ଦାନାକୁ ମାଛମାନଙ୍କୁ ଖାଇବାକୁ ଦେଉଛି । ପାଣିରେ ପକାଇବା ପରେ ମାଛ ଗୁଡ଼ିକ ଜମା ହୋଇଯାଉଛନ୍ତି । ବହୁତ ମଜାରେ ନିଜ ନିଜ ଖାଦ୍ୟକୁ ଆନନ୍ଦରେ ଖାଇନେଉ ନେଉଛନ୍ତି । ଏହି ଭାଇରଲ ଭିଡିଓ ଲୋକ ମାନଙ୍କର ହୃଦୟକୁ ଜିତୁଛି ।

ଏହି ଭିଡ଼ିଓକୁ ସୁଶାନ୍ତ ନନ୍ଦା ନାମକ ଜଣେ ୟୁଜର ନିଜ ଟ୍ବିଟର ଆକାଉଣ୍ଟ @susantananda3 ରେ ସେୟାର କରିଛନ୍ତି । ଏହି ଭିଡ଼ିଓ ସହ ସେ ଏକ କ୍ୟାପସନ ଲେଖିଛନ୍ତି – ଏହା ପ୍ରେମ ଅଟେ ! ଏହି ଭିଡ଼ିଓଟିକୁ ୧୮ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଜଣେ ୟୁଜର ଲେଖିଛନ୍ତି ଯେ ମାଙ୍କଡଟି ବହୁତ ସୁନ୍ଦର , ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ- ମଣିଷ ମାନଙ୍କ ଠାରୁ ପଶୁ ମାଙ୍କର ବୁଦ୍ଧି ଖୁବ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.