ଧ୍ୟାନ ମୁଦ୍ରାରେ ମାଙ୍କଡ, ଭିଡିଓ ଦେଖିଲେ ମନେ ପଡିଯିବ ସ୍କୁଲ କିମ୍ବା କଲେଜ ବେଳର କଥା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହଁରେ କପଡା ଗୁଡାଇ ହୋଇ ବୁଲୁଛି ତ, ଆଉ କେତେବେଳେ ନଳକୂପ ହ୍ୟାଣ୍ଡେଲ ମାରି ନିଜେ ପାଣି ପିଉଛି। ତେବେ ଧ୍ୟାନ ମୁଦ୍ରାରେ ବସିଥିବା ଏକ ମାଙ୍କଡର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଭିଡିଓଟି ଭଲକରି ଦେଖନ୍ତୁ, ମାଙ୍କଡ କେମିତି ଧ୍ୟାନ କରୁଛି। ଠିକ୍‌ ସେମିତି ଯେମିତି ଆପଣଙ୍କୁ ଟିକେ ସମୟ ମିଳିଲେ ଆପଣ ଢୁଳେଇ ପଡନ୍ତି। ଟ୍ରେନରେ ହେଉ କିମ୍ବା ବସ୍‌ରେ ଗଲା ବେଳେ ଅନେକ ଲୋକ ଏପରି ଢୁଳଉ ଥିବାର ଆପଣ ଦେଖିଥିବେ। ମାଙ୍କଡ ଠିକ୍‌ ସେପରି କରୁଛି। କିନ୍ତୁ ଭିଡିଓକୁ ଦେଖିଲେ ଲାଗିବ, ଯେପରି ମାଙ୍କଡ ବସି ଧ୍ୟାନ ମୁଦ୍ରାରେ ଯୋଗ କରୁଛି।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଧା ରାମେନ ନିଜ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି, ଗୋଟିଏ ମାଙ୍କଡ କିପରି ଆଖି ମୁଜି ଧ୍ୟାନରେ ବସିଛି। ଭିଡିଓରେ ମାଙ୍କଡଟି ବେଶ ଶାନ୍ତରେ ଥିବା ଜଣାପଡୁଛି। ଯେପରି ଆପଣ ସ୍କୁଲ କଲେଜରେ ପାଠ ପଢିବା ସମୟରେ ଢୁଳେଇବା ପରେ ଆଉ କିଏ କାଳେ ଦେଖି ଦେଉନି ତ, ଯେମିତି ଏତେ ତେଣେ ଚାହାନ୍ତି, ମାଙ୍କଡଟି ଠିକ୍‌ ସେପରି କରୁଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବା ବେଳେ ଅନେକ କମେଣ୍ଟ ଦେଇଛନ୍ତି। କାହାକୁ କଲେଜ ବେଳର କଥା ମନେ ପଡୁଥିବା ବେଳେ କାହାକୁ ଭିଡିଓ ଦେଖି ନିଦ ଆସିଯାଉଛି ବୋଲି କମେଣ୍ଟ ମଧ୍ୟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.