ମେଟ୍ରୋରେ ମାଙ୍କଡ଼! କେତେବେଳେ ଝୁଲୁଛି ତ ଆଉ କେତେବେଳେ ଝରକାପଟେ ଉପଭୋଗ କରୁଛି ବାହାର ଦୃଶ୍ୟ; ଦେଖନ୍ତୁ ଭିଡିଓ

ଟ୍ରେନ୍‌ରେ ଲୋକମାନେ ଯାତ୍ରା କରୁଥିବା ଭିଡିଓ ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ଟ୍ରେନ୍‌ରେ ମଣିଷ ନୁହେଁ, ବରଂ ମାଙ୍କଡ଼ ଯାତ୍ରା କରୁଥିବା ଦେଖାଯାଇଛି। ମାଙ୍କଡ଼ର ଏହି ଟ୍ରେନ୍‌ ଯାତ୍ରା ଭିଡିଓ ବେଶ୍‌ ଆମୋଦଦାୟକ ଲାଗୁଛି। ଭିଡିଓଟି ଦିଲ୍ଲୀ ମେଟ୍ରୋର ବୋଲି ଜଣାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଏକ ମାଙ୍କଡ଼ ଅନ୍ୟ ଯାତ୍ରୀଙ୍କ ସହ ଯାତ୍ରା କରୁଥିବା ଦେଖାଯାଇଛି। ମାଙ୍କଡଟି ମେଟ୍ରୋ ଟ୍ରେନ୍‌ର ଏକ ଡବାରେ ଏଣେ ତେଣେ ବୁଲୁଛି। ପରେ ଆସି ଜଣେ ଯାତ୍ରୀଙ୍କ ପାଖରେ ବସିଯାଉଛି। ଯାତ୍ରୀମାନେ ଅବଶ୍ୟ ମାଙ୍କଡ଼କୁ ଏତେ ପାଖରୁ ଦେଖି ଭୟ କରୁଛନ୍ତି। କିନ୍ତୁ ମାଙ୍କଡ଼ଟି କାହାର କିଛି କ୍ଷତି କରୁନାହିଁ। ସେ ଶାନ୍ତ ହୋଇ କେତେବେଳେ ରେଲିଂରେ ଚଢ଼ୁଛି ତ ଆଉ କେତେବେଳେ ସିଟ୍‌ରେ ବସି ବାହାରର ଦୃଶ୍ୟକୁ ଉପଭୋଗ କରୁଛି।


ଭିଡିଓର ବ୍ୟାକ୍‌ ଗ୍ରାଉଣ୍ଡରେ ଯମୁନାର ବ୍ୟାଙ୍କ ଷ୍ଟେସନ୍‌ର ଆନାଉନ୍ସମେଣ୍ଟର ଶବ୍ଦ ଶୁଣାଯାଉଛି। ଏଣୁ ଏହା ଦିଲ୍ଲୀ ମେଟ୍ରୋର ବ୍ଲୁ ଲାଇନ ବୋଲି ଜଣାପଡ଼ୁଛି। ଏହି ଭିଡିଓକୁ ଟ୍ଵିଟରରେ Paramjit Dhillon ସେୟାର କରିଛନ୍ତି। ଏବେ ଯାଏଁ ଏହି ଭିଡିଓକୁ ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି। ଲୋକମାନେ ମେଟ୍ରୋରେ ମାଙ୍କଡ଼କୁ ଦେଖି ବହୁତ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।

You might also like