ଜଙ୍ଗଲରେ ମାଙ୍କଡ଼ ବି ଧରିଲାଣି ସ୍ମାର୍ଟଫୋନ୍, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ: ଯୁଆଡେ ଦେଖିବ ସିଆଡେ ଇଣ୍ଟରନେଟର ଜଲଓ୍ୱା। ହାତପାଆନ୍ତରାରେ ମିଳୁଛି  ଇଣ୍ଟରନେଟ। ଆଜିକାଲି ଘରେ ଘରେ ବି ଇଣ୍ଟରନେଟ୍ ସୁବିଧା ହୋଇଗଲାଣି । ଗୋଟିଏ କ୍ଲିକରେ ଘରେ ବସି କୌଣସି ସାମଗ୍ରୀ, ଦ୍ରବ୍ୟ ଓ ସେବାକୁ ସହଜରେ ପାଇ ପାରୁଛୁ। ତେବେ ସ୍ମାର୍ଟଫୋନ୍ ଯୁଗରେ କହିବାକୁ ଗଲେ ଜୀବନ ସହଜ ହୋଇଯାଇଛି।  ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ ବର୍ତ୍ତମାନ ଏହି ସ୍ମାର୍ଟଫୋନ୍ କୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ଯ ହେବାଟା ସ୍ବଭାବିକ।

ନିକଟରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।  ଏହି ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଏକ ଜଙ୍ଗଲରେ କିଛି ମାଙ୍କଡ଼ ବସିଛନ୍ତି। ଆଉ ଏହି ମାଙ୍କଡ଼ଗୁଡ଼ିକ ଜଣେ ବ୍ୟକ୍ତି ହାତରେ ଧରିଥିବା ମୋବାଇଲକୁ ସ୍କ୍ରୋଲ୍ କରିବା ସହିତ ମଜା ନେଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। କ୍ୟାପସନରେ ଲେଖିଛନ୍ତି କି, ଡିଜିଟାଇଜେସନ୍ ବାସ୍ତବରେ ଦେଶରେ ଘଟୁଛି । ବର୍ତ୍ତମାନ ପଶୁମାନେ ମଧ୍ୟ ମଣିଷ ପରି ମୋବାଇଲ୍ ବ୍ୟବହାର କରିବା ଆରମ୍ଭ କରି ଦେଲେଣି। ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓକୁ ୧୩,୦୦୦ ରୁ ଅଧିକ ଲୋକ ଦେଖି ସାରିବା ସହିତ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି। ଅନ୍ଯପଟେ  ଆପଣ ତ ଜାଣିଛନ୍ତି ଡିଜିଟାଇଜେସନ୍ ଯୋଗୁଁ ଦେଶ ବିକାଶ ହେଉଛି । ସୋସିଆଲ ମିଡିଆ ହେଉ କିମ୍ବା ମେସେଜିଂ ଆପ୍ ହେଉ କିମ୍ବା ଡେଟିଂ ଆପ୍ ସ୍ମାର୍ଟଫୋନ୍ ହେତୁ ସବୁକିଛି ସମ୍ଭବ ହୋଇ ପାରୁଛି।