ଆପଣ ସର୍କସରେ ମାଙ୍କଡ଼କୁ ଖେଳ ଦେଖାଉଥିବାର ଦେଖିଥିବେ, ଏଠି ବାସନ ମାଜୁଛି

କେତେକ ଜାଗାରେ ତ ମାଙ୍କଡ଼କୁ ବିଭିନ୍ନ ଖେଳ ଦେଖାଉଥିବାର ଦେଖିବାକୁ ମିଳିଥାଏ । ବେଳେ ବେଳେ ମାଙ୍କଡ଼କୁ ମୁଣ୍ଡରୁ ଉକୁଣି ବାଛିବାର ଦେଖିବାକୁ ମିଳିଥାଏ । ମଣିଷ ଭଳି ପ୍ରାୟ କାମ କରିଥାଏ । କେବଳ ମଣିଷ ଭଳି କଥା କହି ପାରେନା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମାଙ୍କଡ଼କୁ ବାସନ ମାଜୁଥିବାର ଦେଖିବାକୁ ମିଳୁଛି ।

କେନ୍ୟୁଜ୍‌ (ବ୍ୟୁରୋ): ମାଙ୍କଡ଼କୁ ମଣିଷର ପୂର୍ବଜ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ପ୍ରାଣୀ ମାନଙ୍କ ଭିତରେ ମାଙ୍କଡ଼ର କାର୍ଯ୍ୟାକଳାପ ମଣିଷର ପାଖାପାଖି ପ୍ରାୟ ହୋଇଥାଏ । ମଣିଷର ପ୍ରାୟ କଥା ମାଙ୍କଡ଼ ବୁଝି ପାରେ । ମାଙ୍କଡ଼ର କଥାବି ମଣିଷ ଉଣା ଅଧିକେ ବୁଝିଯାଏ । ଏହାସହ ମାଙ୍କଡ଼କୁ ବୁଦ୍ଧିମାନ ପ୍ରାଣୀବି କୁହାଯାଏ । ମାଙ୍କଡ଼ର ବୌଦ୍ଧିକ କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠୁ ଅଧିକ ଥିବା କୁହାଯାଏ । ଖାଦ୍ୟ ଖାଇବା ଅଭ୍ୟାସ କଥାକୁ ବିଚାର କଲେ ମାଙ୍କଡ଼କୁ ସବୁବେଳେ ବୁଦ୍ଧିମାନର ସହ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଥାଏ । ମାଙ୍କଡ଼ ନିଜର ବୁଦ୍ଧିକୁ ଖର୍ଚ୍ଚ କରି ଖାଦ୍ୟକୁ ନିର୍ଣ୍ଣୟ କରିଥାଏ ।
ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏକ ମାଙ୍କଡ଼କୁ ମଣିଷ ଭଳି କାମ କରୁଥିବାର ଦେଖାଯାଉଛି । କେତେକ ଜାଗାରେ ତ ମାଙ୍କଡ଼କୁ ବିଭିନ୍ନ ଖେଳ ଦେଖାଉଥିବାର ଦେଖିବାକୁ ମିଳିଥାଏ । ଖେଳ ଦେଖାଇ ମାଙ୍କଡ଼ ନିଜ ମାଲିକ ପାଇଁ ଟଙ୍କା ରୋଜଗାର କରିଥାଏ । ଏହାସହ ମାଙ୍କଡ଼କୁ କେହି କେହି ନିଜ ଘରେ ପାଳିଥାନ୍ତି । ମାଙ୍କଡ଼କୁ ଘର ଜଗିବାଠୁ ଆରମ୍ଭ କରି ଅନ୍ୟାନ୍ୟ କାମ କରୁଥିବାର ଦେଖିବାକୁ ମିଳିଥାଏ । ବେଳେ ବେଳେ ମାଙ୍କଡ଼କୁ ମୁଣ୍ଡରୁ ଉକୁଣି ବାଛିବାର ଦେଖିବାକୁ ମିଳିଥାଏ । ଏହାସହ ଗୋଡ଼ବି ଘଷିଦିଏ ମାଙ୍କଡ଼ । କହିବାକୁ ଗଲେ ମଣିଷ ଭଳି ପ୍ରାୟ କାମ କରିଥାଏ । କେବଳ ମଣିଷ ଭଳି କଥା କହି ପାରେନା ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମାଙ୍କଡ଼କୁ ବାସନ ମାଜୁଥିବାର ଦେଖିବାକୁ ମିଳୁଛି । ମାଙ୍କଡ଼ଟି ରଗଡ଼ି ରଗଡ଼ିକୁ ବାସନକୁ ଧୋଉଛି । ଏହାସହ ଭିଡିଓରେ ଦେଖାଯାଉଛି କି ଜଣେ ମହିଳା ଆସି ମାଙ୍କଡ଼କୁ କହୁଛନ୍ତି ବାସନକୁ କେମିତି ମାଜିବ । ସେହି ମହିଳା ଜଣକ ଆଉ କିଛି ବାସନ ଆଣି ମାଙ୍କଡ଼କୁ ଆଣିକି ଦେଉଛନ୍ତି ଓ ତାକୁ ମାଜିବାକୁ କହୁଛନ୍ତି । ମାଙ୍କଡ଼ବି ତାଙ୍କ କଥାମାନି ଗୋଟିକ ପରେ ଗୋଟିକ ବାସନକୁ ଭଲ ଭାବେ ରଗଡ଼ି ରଗଡ଼ି ମାଜିବାରେ ଲାଗିଛି । ଏହି ଭିଡିଓଟି ଜଣଙ୍କର ବାଡ଼ିପଟର ରହିଛି ଯେଉଁଠି ମାଙ୍କଡ଼ଟି ବସି ବାସନ ମାଜୁଛି । ଏହାସହ ସେଠାରେ ୧୦ରୁ ୧୫ ଖଣ୍ଡ ବାସନ ଗଦା କରାଯାଇଛି । ଯାହାକୁ ଭଲ ଭାବେ ମାଙ୍କଡ଼କୁ ସଫା କରିବାର ଅଛି ।
ଏହି ଭିଡିଓକୁ ଅରୁଣ ନାମକ ଯୁବକ ନିଜ ଇନଷ୍ଟା ଆଇଡିରେ ପୋଷ୍ଟ କରିଛନ୍ତି । ଭିଡିଓରୁ ଅନୁମାନ କରାଯାଇପାରେ ଯେ ଏହି ମାଙ୍କଡ଼ଟି ମହିଳାଙ୍କ ପୋଷା ମାଙ୍କଡ଼ ହୋଇଥିବ । ଏହି ମାଙ୍କଡ଼ଟି ସବୁଦିନ ଏପରି ବାସନ ମାଜୁଥିବ । ନହେଲେ ତାଙ୍କୁ ଦଣ୍ଡ ସ୍ୱରୂପ ମହିଳା ଜଣଙ୍କ ବାସନ ମଜାଉଥିବେ । ସିଏ ଯାହାବି ହେଉ ମାଙ୍କଡ଼ର ଏହି ଭିଡିଓ ସମସ୍ତଙ୍କୁ ଆନନ୍ଦ ଦେଇଛି । ଏହି ଭିଡିଓ ଦେଖି ସମସ୍ତେ ମଜା ନେବାସହ ବହୁ ମାତ୍ରାରେ ସେୟାର କରୁଛନ୍ତି ।

Leave A Reply

Your email address will not be published.