ସ୍ପେଶାଲ

ଆଶ୍ଚର୍ଯ୍ୟଜନକ ଘଟଣା: ୩୫ଲକ୍ଷ ଟଙ୍କା ମୂଲ୍ୟର ଚିନି ଖାଇଗଲେ ମାଙ୍କଡ

ଅଲିଗଡ: ଉତ୍ତରପ୍ରଦେଶର ଅଲିଗଡରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ମାଙ୍କଡମାନେ ଏକ ମାସରେ ୩୫ ଲକ୍ଷ ଟଙ୍କା ମୂଲ୍ୟର ଚିନି ଖାଇ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ମାମଲାରେ ୬ ଜଣଙ୍କୁ ଦାୟୀ କରାଯାଇଛି । ଯେଉଁମାନେ ଅଡିଟ୍ ରିପୋର୍ଟରେ ଏହା କହିଛନ୍ତି । ସେମାନଙ୍କୁ ଠାରୁ ଏହି ଟଙ୍କା ଆଦାୟ କରାଯିବ ।

କୃଷକ ସମବାୟ ସୁଗାର ମିଲ୍ସ ଲିମିଟେଡର ଅଡ଼ିଟ୍ ରିପୋର୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ଏହି ପ୍ରସଙ୍ଗରେ ଜିଲ୍ଲା ଅଡିଟ୍ ଅଧିକାରୀ, ସମବାୟ ସମିତି ଏବଂ ପଞ୍ଚାୟତ ଅଡିଟ୍ ଦ୍ୱାରା କିସାନ୍ କୋଅପରେଟିଭ୍ ସୁଗାର୍ ​​ମିଲ୍ ଲିମିଟେଡ୍ ଅଡିଟ୍ କରାଯାଇଥିଲା । ଅଡିଟ୍ ସମୟରେ, ସାଥା ଚିନି ମିଲର ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଷ୍ଟକ୍ ଯାଞ୍ଚ କରାଯାଇଥିଲା ।

ଏତେ କମିଗଲା ଚିନି :

ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧ ରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚିନି ଷ୍ଟକ୍ ଠିକ୍ ଠାକ୍ ଥିବା ଦେଖିବାକୁ ମିଳିଥିଲା । ଏହା ପରେ, ଫେବୃଆରୀ ୨୦୨୪ ରେ ଚିନି ଷ୍ଟକ୍ ୧୫୩୮.୩୭ କ୍ୱିଣ୍ଟାଲ ଥିଲା, ଯାହା ପରବର୍ତ୍ତୀ ମାସରେ ୪୦୧.୩୭ କ୍ୱିଣ୍ଟାଲକୁ ହ୍ରାସ ପାଇଲା । ଏଥି ସହିତ, ଅଡିଟ୍ ରିପୋର୍ଟ ଅନୁଯାୟୀ, ମାଙ୍କଡ ମାନଙ୍କ ପାଇଁ ଏବଂ ବର୍ଷା କାରଣରୁ ୧୧୩୭ କ୍ୱିଣ୍ଟାଲ ଚିନି ନଷ୍ଟ ହୋଇଯାଇଥିଲା ।

ଏହା ବ୍ୟତୀତ ମାର୍ଚ୍ଚ ମାସ ପାଇଁ ଯାଞ୍ଚ କରିବାକୁ ଷ୍ଟକ୍ ଉପଲବ୍ଧ ହିଁ ନଥିଲା । ଏହି ମାମଲାରେ ମ୍ୟାନେଜର ଏବଂ ଆକାଉଣ୍ଟ ଅଫିସରଙ୍କ ସମେତ ୬ଜଣଙ୍କୁ ଦାୟୀ କରାଯାଇଛି । ସେମାନଙ୍କଠାରୁ ଟଙ୍କା ଆଦାୟ ହେବ । ଏହାର ରିପୋର୍ଟ ଆଖୁ କମିଶନରଙ୍କ ନିକଟକୁ ପଠାଯାଇଛି ।

ଏହି ସବୁ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯିବ:

ସମବାୟ ସମିତି ଏବଂ ପଞ୍ଚାୟତ ଅଡିଟ୍ ର ସହକାରୀ ଅଡିଟ୍ ଅଧିକାରୀ ବିନୋଦ କୁମାର ସିଂ ରିପୋର୍ଟରେ କହିଛନ୍ତି ଯେ, ବର୍ତ୍ତମାନର ଆନୁମାନିକ ବଜାର ମୂଲ୍ୟରେ ୩୧୦୦ ଟଙ୍କା ମୂଲ୍ୟରେ ମୋଟ ୧୧୩୭ କ୍ୱିଣ୍ଟାଲ ଚିନି ଉପରେ ୩୫ ଲକ୍ଷ ୨୪ ହଜାର ୭୦୦ ଟଙ୍କା କ୍ଷତି ହୋଇଛି ।

ଏଥିପାଇଁ ଚିଫ୍ ମ୍ୟାନେଜର ରାହୁଲ ଯାଦବ, ମୁଖ୍ୟ ଆକାଉଣ୍ଟ ଅଫିସର ଓମପ୍ରକାଶ, କେମିକାଲ୍ସ ମ୍ୟାନେଜର ବିନୋଦ ଏମ.କେ ଶର୍ମା, ଆକାଉଣ୍ଟାଣ୍ଟ ମହିପାଲ ସିଂ, ସୁରକ୍ଷା ଦାୟିତ୍ୱରେ ଥିବା ଦଲବୀର ସିଂ, ଗୋଦାମ ସୁରକ୍ଷାକର୍ମୀ ଗୁଲାବ ସିଂଙ୍କୁ ଦାୟୀ କରାଯାଇଛି । ଏହା ବ୍ୟତୀତ ଏହି ରିପୋର୍ଟକୁ ସୁଗାର ମିଲ୍ସ ଆସୋସିଏସନ ଲକ୍ଷ୍ନୌର ଆଖୁ କମିଶନର, ଡେପୁଟି ଡାଇରେକ୍ଟରଙ୍କୁ ମଧ୍ୟ ପଠାଯାଇଛି ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

21 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

29 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

44 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

50 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago