ପ୍ରଥମେ କାମ ସାରିବି, ତା’ ପରେ ଖାଇବି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଏ, ତା’ ବିଷୟରେ କାହାକୁ ବା ଜଣା। ଅନେକ ଥର ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରଲ ହୁଏ, ଯାହା ଦେଖି ଆମେ ଭାବବିହ୍ଵଳ ହୋଇଯାଆନ୍ତି। ଆଉ କେତେ ଏମିତି ଭିଡିଓ ରହିଛି ଯାହାକୁ ଦେଖି ଆମେ ହସକୁ ବି ରୋକିବା ଅସମ୍ଭବ ହୋଇପଡେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ବିଶ୍ୱାସ ହେଉନି ଭିଡିଓ ଦେଖିଥିଲେ ନିଶ୍ଚିତ ଜାଣିପାରିବେ। ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍‌ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଦୃଶ୍ୟକୁ ଦେଖିବାକୁ ହୋଟେଲ୍‌ ପାଖରେ ଭିଡ ମଧ୍ୟ ଜମିଛି। ଏହାକୁ ଲୋକେ ମୋବାଇଲରେ ରେକର୍ଡ କରିଛନ୍ତି, ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।

୧ ମିନିଟ୍ ୪ ସେକେଣ୍ଡର ଏହି ଭିଡିଓରେ, ମାଙ୍କଡ଼ଟି ଅବିକଳ ମଣିଷ ପରି ବାସନ ମାଜିବାରେ ଲାଗିପଡିଛି । ନିକଟରେ ଥିବା ଦୋକାନୀମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଜଣେ ଦୋକାନୀ ମାଙ୍କଡ଼ର ଏହି ନିଆରା ଦୃଶ୍ୟକୁ ନିଜ ଫୋନ୍‌ କ୍ୟାମେରାରେ କଏଦ କରି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଭାଇରଲ କରିଛନ୍ତି। ଭିଡିଓକୁ ରାହୁଲଗୋଏଲ ନାମକ ବ୍ୟକ୍ତି ଟ୍ଵିଟରରେ ସେୟାର କରିଛନ୍ତି।

ସୂଚନା ଅନୁସାରେ,ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଅବସ୍ଥିତ ବଜାରସୁକୁଲର ଗିରିଧାରୀ ମର୍ଯ୍ୟ ହୋଟେଲକୁ ଗତକାଲି ଅପରାହ୍ନରେ ହଠାତ୍ ଏକ ମାଙ୍କଡ ଆସିଥିଲା । ହୋଟେଲ ବାହାରେ ଥିବା ଏକ ହ୍ୟାଣ୍ଡ ପମ୍ପ ନିକଟରେ ଧୋଇବା ପାଇଁ ଏକ କଢେଇ ଏବଂ ଅନ୍ୟ କିଛି ବାସନକୁ ରଖାଯାଇଥିଲା । ମାଙ୍କଡଟି ବାସନ ପାଖରେ ପହଞ୍ଚି ସଫା କରିବା ଆରମ୍ଭ କରିଦେଇଥିଲା । ସେ ନିଜ ହିସାବରେ ବାସନଗୁଡିକୁ ସଫା କରିବାପରେ ସେସବୁକୁ ଅଲଗା ଅଲଗା ରଖୁଥିଲା । ହୁଏତ ଏକଥା ଶୁଣି ଆପଣ ବିଶ୍ୱାସ କରିପାରୁନଥିବେ। କିନ୍ତୁ ଭିଡିଓକୁ ନିଜ ଆଖିରେ ଦେଖିବା ପରେ ନିଶ୍ଚିତ ଜାଣିପାରିବେ।

ଘଟଣାକୁ ଦେଖି ହୋଟେଲ୍‌ ମାଲିକ ଗିରିଧାରୀ ଲାଲ ମର୍ଯ୍ୟ ସେଠାରେ ପହଞ୍ଚି ମାଙ୍କଡଟିକୁ ଖାଇବା ଜିନିଷ ଦେଇଥିଲେ । ହେଲେ ମାଙ୍କଡ କୌଣସି ଖାଦ୍ୟ ପଦାର୍ଥକୁ ଛୁଇଁ ବି ନଥିଲା । ସେଠାରେ ରଖାଯାଇଥିବା ସବୁ ବାସନକୁ ମାଜିସାରିବା ପରେ ହିଁ ମାଙ୍କଡ ସେହି ଖାଦ୍ୟକୁ ଖାଇଥିଲା । ଖାଦ୍ୟ ଖାଇବା ପରେ ମାଙ୍କଡ଼ ସେଠାରୁ ଚାଲିଯାଇଥିଲା । ମାଙ୍କଡଟିର ଏପରି କାର୍ଯ୍ୟକଳାପ ପାଇଁ ପାଖଆଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

ନିକଟରେ ଭାଇରଲ ହୋଇଥିବା ଆଉ ଏକ ଭିଡିଓରେ ଆପଣ ଦେଖିପାରିବେ ଏକ ମାଙ୍କଡ଼ ପୋଖରୀ କୂଳରେ ବସିଛି । ହାତରେ ମାଛମାନଙ୍କର ଖାଦ୍ୟ ପକେଟ ରଖିଛି । ଆଉ ପରେ ମାଙ୍କଡ଼ ନିଜ ହାତରେ ସେହି ଦାନାକୁ ମାଛମାନଙ୍କୁ ଖାଇବାକୁ ଦେଉଛି । ପାଣିରେ ପକାଇବା ପରେ ମାଛ ଗୁଡ଼ିକ ଜମା ହୋଇଯାଉଛନ୍ତି । ବହୁତ ମଜାରେ ନିଜ ନିଜ ଖାଦ୍ୟକୁ ଆନନ୍ଦରେ ଖାଇନେଉ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.