ଦୁଇଟି ବଡ଼ ବ୍ଲାକ ହୋଲ ଟକ୍କର, ଏହା ବଦଳାଇଦେବ ମହାକାଶ ସମୟ

ବ୍ଲାକ ହୋଲ କ’ଣ ଜାଣିଛନ୍ତି କି ? ଅନେକ ଲୋକ ଏହା ବିଷୟରେ ଶୁଣିଲେ ଡରିଯାଆନ୍ତି। କାରଣ ତାଙ୍କର ଧାରଣା ଥାଏ ଯେ ଏହା ହେଉଛି ନର୍କର ଦ୍ବାର।
ସେଥିପାଇଁ ତା ଏହାକୁ ସୈତାନ୍ ବୋଲି କୁହାଯାଏ। ବର୍ତ୍ତମାନ ନାସା ଏକ ରିସର୍ଚ୍ଚରୁ ଜାରି କରିଥିବା ସୁଚନା ଅନୁଯାୟୀ, ମହାକାଶରେ ଦୁଇଟି ବିଶାଳ ବ୍ଲାକ ହୋଲ୍ ଧକ୍କା ହେବାର ଅଛି। ପୁଣି ଏମାନଙ୍କର ଧକ୍କା ସ୍ପେସର ସମୟ ଚକ୍ରକୁ ବଦଳାଇବ ବୋଲି ଆଶଂକା କରାଯାଉଛି।

ଏହି ବ୍ଲାକ ହୋଲ୍ ର ଦିଆଯାଉଛି PKS 2131-021 । ଏହା ପୃଥିବୀଠାରୁ ପ୍ରାୟ ୯୦୦ ନିୟୁତ ଆଲୋକ ବର୍ଷ ଦୂରରେ ରହିଛି। ଏହି ଦୁଇଟି ବ୍ଲାକ ହୋଲ୍ ଧୀରେ ଧୀରେ ପରସ୍ପର ଆଡକୁ ଗତି କରୁଛନ୍ତି। ନାସାର ଏକ ବିବୃତ୍ତି ଅନୁଯାୟୀ, ଗତ ଦୁଇ ନିୟୁତ ବର୍ଷ ଧରି ଏହି ଦୁଇଜଣ କ୍ରମାଗତ ଭାବରେ ପରସ୍ପର ଆଡକୁ ଗତି କରୁଛନ୍ତି।

ନାସାର ଏକ ସୂଚନା ଅନୁଯାୟୀ ଏହି ଦୁଇ ବ୍ଲାକ ହୋଲ୍ ପ୍ରାୟ ୧୦ କୋଟି ବର୍ଷରୁ ପରସ୍ପର ଆଡ଼କୁ ମାଡ଼ି ଚାଲିଛନ୍ତି। ବର୍ତ୍ତମାନ ଏହା ଏକ ବାଇନାରି ଆର୍ବିଟରେ ଅସିସାରିଛି। ଏହି ଦୁଇଟି ବ୍ଲାକ ହୋଲ୍ ପରସ୍ପରର ପରିକ୍ରମା ପ୍ରାୟ ପ୍ରତି ଦୁଇ ବର୍ଷରେ ଥରେ କରନ୍ତି। ରିପୋର୍ଟ ଅନୁଯାୟୀ ପ୍ରାୟ ୧୦ ହଜାର ବର୍ଷ ଭିତରେ ଏମାନେ ପରସ୍ପର ଧକ୍କା ହେବେ। ଏମାନଙ୍କୁ ନେଇ ନିକଟରେ ଏକ ଷ୍ଟଡି ‘ ଦ ଅଷ୍ଟ୍ରୋଫିଜିକାଲ ଜର୍ନାଲ ଲେଟର୍ସରେ ପ୍ରକାଶିତ ହୋଇଛି।

ଏହି ଦୁଇ ବଡ଼ ବ୍ଲାକ ହୋଲ୍ ଧକ୍କା ହେଲେ ଯେଉଁ ଗୁଣାତ୍ୱକର୍ଷ ଲହରୀ ବା ଶକ୍ତି ବାହାରିବ, ତାହା ମହାକାଶ ସମୟକୁ ବଦଳାଇ ଦେବ। ସ୍ପେସ ଟାଇମ୍ ଭବିଷ୍ୟତବାଣୀ ସର୍ବ ପ୍ରଥମେ ମହାନ୍ ବୈଜ୍ଞାନିକ ଆଲବର୍ଟ ଆଇଷ୍ଟାଇନ ଦେଇଥିଲେ। ତେବେ ସବୁଠୁ ମଜାଦାର ଓ ଆଶ୍ଚର୍ଯ୍ୟର କଥା ହେଉଛି ଯେ କୌଣସି ମଣିଷ ଜାତି ଏହାକୁ ଦେଖିପାରିବେ ନାହିଁ।

PKS 2131-021 ର ରିସର୍ଚ୍ଚରୁ ଏହା ଫାଇଦା ମିଳିବ ଯେ ଏହି ଦୁଇ ବ୍ଲାକ ହୋଲ୍ ଧକ୍କା ହେବା ପୂର୍ବରୁ ସବୁ ଘଟଣାର ତଥ୍ୟ ବୈଜ୍ଞାନିକଙ୍କୁ ଜମା କରିବା ପାଇଁ ସାହାଯ୍ୟ କରିବ। ସୁପରମ୍ୟାସିଭ ବ୍ଲାକ ହୋଲ୍ ଅର୍ଥାତ ଅଧିକ ଗଭୀର ଥିବା ବ୍ଲାକ ହୋଲ, ବହୁତ୍ ବଡ଼, ଗଭୀର ଓ ସୂର୍ଯ୍ୟ ଠାରୁ ପ୍ରାୟ କୋଟି ଗୁଣରେ ଶକ୍ତିଶାଳୀ।

ତେବେ ବ୍ଲାକ ହୋଲ ଖାସକରି ଆକାଶଗଙ୍ଗା ମଧ୍ୟରେ ଦେଖିବାକୁ ମିଳେ। ସ୍ପେସ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ବ୍ଲାକ ହୋଲ୍ ଏତେ ବଡ଼ ହେବାର କାରଣ କ’ଣ। ଏହା ମଧ୍ୟରେ ଅନେକ ଛୋଟ ଛୋଟ ବ୍ଲାକ ହୋଲ୍ ରହିଥିବା କୁହାଯାଉଛି। ଯାହା କି ଧିରେ ଧିରେ ବଡ଼ ହୁଏ। PKS 2131-021 ର ରିସର୍ଚ୍ଚ ଜାରି ରହିଲେ ଏହା ବିଷୟରେ ସବୁ ରହସ୍ୟ ଜଣାପଡ଼ିବ।

PKS 2131-021 ଏକ ସ୍ବତନ୍ତ୍ର ପ୍ରକାର ବ୍ଲାକ ହୋଲ। ଏହାକୁ ବ୍ଲାଜାର କୁହାଯାଏ। ଏହା ଏମିତି ଏକ ବ୍ଲାକ ହୋଲ୍ ଯାହା ଅଧିକ ଶକ୍ତିଶାଳୀ କଣିକା ବା ଲହରୀକୁ ପୃଥିବୀ ଆଡ଼କୁ ପକାଇଥାଏ। ଏହି ବ୍ଲାକ ହୋଲ ଭିତରେ ଅଧିକ ମାତ୍ରାରେ ଗ୍ୟାସୀୟ ପଦାର୍ଥ ରହିଛି। ଏହା ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ପ୍ରାୟ ୧୮୦୦ ରୁ ଅଧିକ ବ୍ଲାଜାର ପାଇଛନ୍ତି। ଏହି ବ୍ଲାଜାରର ଆଲୋକ ଏତେ ମାତ୍ରାରେ ଅଧିକ ହୁଏ ଯେ ଏହା ମହାକାଶ ପାଇଁ କ୍ଷତିକାରକ।

ତେବେ ବୈଜ୍ଞାନିକମାନେ ନିଜର ରିସର୍ଚ୍ଚରେ ପାଇଛନ୍ତି ଯେ ଏହି ଦୁଇ ବ୍ଲାକ ହୋଲ୍ ବହୁତ୍ ବଡ଼ ଓ ଶକ୍ତିଶାଳୀ। ଏମାନେ ପରସ୍ପର ପାଖକୁ ଆସିସାରିଛନ୍ତି । ଏମାନେ ଧକ୍କା ହେଲେ ମହାକାଶ ସମୟ ବଦଳିଯିବ। ଯାହାଦ୍ବାରା ମହାକାଶରେ ଅନେକ ପରିବର୍ତ୍ତନ ହେବାର ଅଛି ବୋଲି କୁହାଯାଉଛି।