ଚନ୍ଦ୍ରକୁ କିଏ ଘୁଞ୍ଚାଇପାରିବ, କିଏ ତା ସ୍ଥାନ ପରିବର୍ତ୍ତନ କରିପାରିବ । ଜାଣନ୍ତୁ ରହସ୍ୟ,

ଫିଲ୍ମ ମୁନଫଲ କଥା ଶୁଣିଛନ୍ତି କି । ୪ଫେବୃଆରୀ ୨୦୨୨କୁ ଏକ ଫିଲ୍ମ ଆସିଛି ଯାହାର ନାମ ମୁନଫଲ ଅଟେ । ଯେଉଁଥିରେ ଦେଖାଯାଇଛି କି କୌଣସି ରହସ୍ୟମୟୀ ଶକ୍ତି ଚନ୍ଦ୍ରକୁ ତାର କକ୍ଷଠାରୁ ଧକକ୍କା ଦେଇ ପୃଥିବୀ ଆଡକୁ ପଠାଇ ଦେଉଛି । ଚନ୍ଦ୍ର ପୃଥିବୀ ସହ ଧକ୍କା ହେବାର ରାସ୍ତାରେ ଯାଇସାରିଛି । ପୃଥିବୀ ସହ ଧକ୍କା ହେବା ପରେ କିଛି ସପ୍ତାହ ମଧ୍ୟରେ ତାଣ୍ଡବର ଆଶଙ୍କା ବେଶ ଭୟାନକ ହେଉଛି । ଏସବୁ ଫିଲ୍ମରେ ଦେଖିବାକୁ ମିଳୁଛି । କିନ୍ତୁ ପ୍ରକୃତରେ ମୁଖ୍ୟକଥା ହେଉଛି ଯେଉଁଠି ପୃଥିବୀକୁ ବ଼ଚାଇବାକୁ ଚାଲିଛି ଅହରହ ପ୍ରୟାସ । ସେଠି ଯଦି ସତରେ ଚନ୍ଦ୍ର ପୃଥିବୀ ରାସ୍ତାରେ ଆସୁଛି କିମ୍ବା ପୃଥିବୀଠୁ ଦୂରକୁ ଯାଉଚି ତେବେ କଣ ହେବ କେବେ ଚିନ୍ତା କରିଛନ୍ତି କି । ଜାଣିବା ପ୍ରକୃତରେ କଣ ଘଟଣା ।

ଚନ୍ଦ୍ରଭୂମି ବେଶ ପଥୁରିଆ ଅଟେ । ଯାହା ଚାରିପାଥରେ ଗୋଟିଏ ଗ୍ୟାସର ପରସ୍ତ ରହିଛି । ଯାହାକୁ ଏକ୍ଜୋସ୍ପିୟର କୁହାଯାଏ । ଏହା ପୃଥିବୀ ସହ ପାଖାପାଖି ୪୫୦କୋଟି ବର୍ଷ ପୂର୍ବରୁ ଉତ୍ପତ୍ତି । ସେବେଠାରୁ ଏହା ପୃଥିବୀର ଚାରିପାଖରେ ଏହା ଘୂରିବୁଲୁଛି । ନାସା ହିସାବରେ ପୃଥିବୀ ହେବା ସମୟରେ ଏକ ପ୍ରୋଟୋପ୍ଲେନେଟ ଯାହାର ନାମ ଥିୟା ଅଟେ, ଏହା ଧକ୍କା ହେବା ଫଳରେ ଚନ୍ଦ୍ର ଅଲଗା ହୋଇ ପୃଥିବୀ ପାଖରେ ରହିଥିଲା ।

ଅନ୍ୟଏକ ଥିୟୋରି ହିସାବରେ କୁହାଯାଏ ଯେ ପୃଥିବୀ ଓ ଚନ୍ଦ୍ରର ନର୍ମାଣ ଅନ୍ତରୀକ୍ଷରେ ଦୁଇ ବସ୍ତୁ ଧକ୍କା ହେବା ଫଳରେ ହୋଇଥିଲା । ଏହି ଦୁଇ ବସ୍ତୁ ମଙ୍ଗଳ ଗ୍ରହର ଆଖପାଖଠାରୁ ବି ୫ଗୁଣା ଅଧିକ ଥିଲା । ଏକଥା ମଧ୍ୟ ନାସା ମାନୁଥିବା କୁହାଯାଉଛି । ଚନ୍ଦ୍ର ପୃଥିବୀ ଠାରୁ ମାତ୍ର ୩.୮୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ । ଚନ୍ଦ୍ରର ଓଜନ ପାଖାପାଖି ୭.୩୫ କୋଟି ମ୍ୟାଟ୍ରିକ ଟନ ଅଟେ । ଅର୍ଥାତ ପୃଥିବୀ ଆକାରର ଏକ ଚତୁର୍ଥାଂଶ । ଚନ୍ଦ୍ରକୁ ଦେଖିଲେ ଲାଗେ ଯେମିତି ଏଥିରେ ଖାଲି ଗର୍ତ୍ତ ହିଁ ଗର୍ତ୍ତ ରହିଛି । ଯାହାକି ଆଷ୍ଟ୍ରଏଡସ ଓ ଉଲକାପିଣ୍ଡର ଧକ୍କା ହେବା ଫଳରେ ହୋଇଛି । ସେମଧ୍ୟରୁ ଅଧିକାଂଶ ଗର୍ତ୍ତ କୋଟି କୋଟି ବର୍ଷ ପୁରୁଣା ଅଟେ ।

କାଲିଫର୍ଣ୍ଣିଆର ପାସାଡେନା ସ୍ଥିତ ନାସାର ଜେଟ ପ୍ରୋପଲ୍ସନ ଲାବ୍ରୋଟୋରୀରେ ସେଣ୍ଟର ଫର ନିୟର ଅର୍ଥ ଅବଜେକ୍ଟ ଷ୍ଟଡିଜର ମ୍ୟାନେଜର ପାଲ ଚୋଡସ କହିଛନ୍ତି ଚନ୍ଦ୍ରରେ ଗର୍ତ୍ତ ହେବା ମଧ୍ୟରେ ହଜାର ହଜାର ଆଷ୍ଟୋଏଡ ଧକ୍କା ହୋଇଥିଲା । ପ୍ରତିଧକ୍କା ହେବା ପରେ ସୌରମଣ୍ଡଳର ଚତୁର୍ପାଶ୍ୱରେ ଆବର୍ଜନା ବାହାରିବାରେ ଲାଗିଲା । ଏହି ଆବର୍ଜନା ଏତେ ଥିଲା ଯେ ସୂର୍ଯ୍ୟଙ୍କ ରଶ୍ମି ମଧ୍ୟ ସବୁଆଡେ ବ୍ୟାପିପାରିଲା ନାହିଁ । କିନ୍ତୁ ଧିରେ ଧିରେ ଏହି ସବୁ ଆବର୍ଜନା ଗାୟବ ହେବାରେ ଲାଗିଲା । ଏସବୁ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଥିବା ଏଷ୍ଟ୍ରୋଏଡ ବେଲ୍ଟରେ ଚାଲିଗଲା । ଏବେ ପୃଥିବୀ ଓ ଚନ୍ଦ୍ର ଉପରେ ଆଷ୍ଟୋଏଡ ଓ ଉଲକାପିଣ୍ଡର ଧକ୍କା ହେବା ଆଶଙ୍କା କମ ହୋଇୟାଇଛି ।

ସିଏନଇଓଏସ ର କାର୍ଯ୍ୟ ହେଉଛି ଫୃଥିବୀର ଆଖପାଖରେ ଘୂରିବୁଲିବା ଓ ବିପଦ ଭଳି ଆସୁଥିବା ଆଷ୍ଟ୍ରୋଏଡ ଉପରେ ନଜର ରଖବା । ଏହା ସ୍ଥିର କରେ ଯେ ପୃଥିବୀ ଉପରେ କୋଉ ଆଷ୍ଟରୋଏଡର ବିପଦ ରହିଛି । ଏପର୍ଯନ୍ତ ଏହି ସଂସ୍ଥା ୨୮ହଜାର ନିୟର ଅର୍ଥ ଆବଜେକ୍ଟସ ଖୋଜିଛି ଯାହା ପୃଥିବୀର ୧୯.୪୫ କିଲୋମିଟର ରେଞ୍ଜରେ ଅବସ୍ଥିତ । ପାଲ ଚୋଡସ କହିଛନ୍ତି କି ଏହା ଧକ୍କାହେବାର ପୂରା ଅନୁମାନ ଲଗାଇ ଯାଇପାରିବ । କିନ୍ତୁ ବୈଜ୍ଞାନିକଙ୍କୁ ପୂରା ଭରଷା ଅଛି କି ଚନ୍ଦ୍ରର କେବେ ବି ପୃଥିବୀ ସହ ଧକକ୍କା ହେବ ନାହିଁ ।

ପାଲ କହିଛନ୍ତି କି ଏହି ଟକ୍କର ଏଇଥିପାଇଁ ବି ହୋଇପାରିବ ନାହିଁ କାରଣ ପୃଥିବୀର ଚନ୍ଦ୍ର ମାଧ୍ୟାକର୍ଷଣ ଶକ୍ତି ବହୁତ ହି ବେଶୀ ଅଟେ । ଚନ୍ଦ୍ର ପାଇଁ ଆମ ଗ୍ରହ କାଫି ବଡ ଅଟେ । ମାଧ୍ୟାକର୍ଷମ ଶକ୍ତିରେ ସବୁକ୍ଷେତ୍ରରେ ଟାଣିବା ସମ୍ଭବ ପର ହୋଇନଥାଏ । ଅନେକଥର ଏଥିରେ ଦକ୍ଷତା ବି ଥିବା ଆବଶ୍ୟକ । କେବଳ ଯଦି ତାର ଅର୍ଥ ଟାଣିବା ହୋଇଥାନ୍ତା ତେବେ ତ କେବେଠାରୁ ଚନ୍ଦ୍ର ଟାଣିହେଇ ଧକ୍କା ହୋଇସାରିଥାନ୍ତା । ନିୟର ଅର୍ଥ ବଜେକ୍ଟର ବିପଦ ସେତେବେଳେ ଅଟେ ଯେତେବେଳେ ୪୬୦ଫୁଟ ବ୍ୟାସର କୌଣସି ଆଷ୍ଟୋଏଡ ପୃଥିବୀରେ ଧକ୍କା ଦେବ ତ । କିନ୍ତୁ ଚନ୍ଦ୍ରକୁ ହଲାଇବାକୁ ହେଲେ ବା ସେହି ସ୍ଥାନରୁ ହଟାଇବାକୁ ହେଲେ ଚନ୍ଦ୍ର ଆକାରର ଆଷ୍ଟୋଏଡ ଧକ୍କା ଦେଲେ ଚନ୍ଦ୍ର ନିଜ ସ୍ଥାନରୁ ହଟିପାରେ ।

ଚନ୍ଦ୍ରକୁ ଧକ୍କା ଦେବା ବା ପୃଥିବୀ ଆଡକୁ ଟାଣିବା ବହୁତ ହି ମୁସ୍କିଲ ଅଟେ । ଏହି କାମ କୌଣସି ଆଷ୍ଟୋଏଡ ଟକ୍କର ଦ୍ୱାରା ହି ସମ୍ଭବ । ତାହା ବି ଏତେ ବଡ ହେବା ଦରକାର ଯାହା ଚନ୍ଦ୍ରକୁ ହଲାଇପାରିବ । ଏତି ସହ ଧକ୍କକା ମଧ୍ୟ ସେହିଭଳି ହେବା ଦରକାର ଅର୍ଥାତ ତୀବ୍ରଗତିରେ । ସେମିତି ବି ନୁହେଁ ପୁରା ଚନ୍ଦ୍ର ସେହି ସ୍ଥାନରୁ ଆସିପାରେ ହୁଏତ ଚନ୍ଦ୍ରର କିଛି ଅଂଶ ମଧ୍ୟ ପୃଥିବୀ ଆଡକୁ ଆସିପାରେ । କିନ୍ତୁ ବଡକଥା ଓ ସୌଭାଗ୍ୟବଶତ: ସେଭଳି କୌଣସି ବିପଦର ସମ୍ଭାବନା ଏବେ ପର୍ଯ୍ୟନ୍ତ ନାହିଁ ।

ନାସା ହିସାବରେ ସୌରଣ୍ଡଳରେ ଏମିତି କୌଣସି ଆଷ୍ଟୋଏଡ ନାହିଁ ଯାହା ଚନ୍ଦ୍ରର ଆକାରର ଅଟେ । ସବୁଠୁ ବଡ ଆଷ୍ଟୋଏଡ ଯାହା
ଜଣାପଡିଛି ତାହା ଚନ୍ଦ୍ର ଠାରୁ ୭୦ଗୁଣା ଛୋଟ ଅଟେ । ସେହି ଆଷ୍ଟୋଏଡ ମଙ୍ଗଳ ଓ ବୃହସ୍ପତି ଗ୍ରହର ଆଷ୍ଟୋଏଡ ବେଲ୍ଟରେ ଘୂରିବୁଲୁଛି । ଯାହାର ଦୃରତା ପୃଥିବୀ ଠାରୁ ପାଖାପାଖି ୧୮କୋଟି କିଲୋମିଟର ଅଟେ । ଏମିତିକି ଜଣାପଡିଯାଇଛି କି କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେବାର ନାହିଁ । କିନ୍ତୁ ଯଦି ଜଣେ ମଣିଷ ରୂପି ବସ୍ତୁ ଚନ୍ଦ୍ରକୁ ହଲାଇଦିଏ ତେବେ ବା କଣ କରାଯାଇପାରିବ । ଏହାର ଅର୍ଥ ଆପଣ ଭଲଭାବରେ ବୁଝିପାରୁଥିବେ ।

କହିରଖୁଛୁ , ବର୍ଷ ୨୦୧୫ରେ ଲଞ୍ଚ କରାଯାଇଥିବା ସ୍ପେସ ଏକ୍ସ ଫାଲକନ ୯ ରକେଟ ବୁଷ୍ଟର ମାର୍ଚ୍ଚ ୨୦୨୨ରେ ଚନ୍ଦ୍ରକୁ ଧକ୍କା ଦେବ । ଏହି ରକେଟର ଓଜନ ପାଖାପାଖି ୪୪୦୦ କିଲୋଗ୍ରାମ ଅଟେ । ଏହି ରକେଟରୁ କ୍ଲାଇମେଟ ଷ୍ଟଡି ପାଇଁ ଏକ ସାଟେଲାଇଟ ଲଞ୍ଚ କରାଯାଇଥିଲା । ଯହାକୁ ନାସା ଏବଂ ନୋଆ ମିଶି ନିର୍ମାଣ କରିଥିଲେ । ଏବେ ଏହି ରକେଟ ଘଣ୍ଟା ପ୍ରତି ବେଗ ୯୨୮୮କିଲୋମିଟରହିସାବରେ ଚନ୍ଦ୍ରକୁ ଧକ୍କା ଦେବ । ଯାହାଫଳରେ ଚନ୍ଦ୍ର ଉପରେ ପାଖାପଖି ୬୫ଫୁଟର ଗର୍ତ୍ତ ହେବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.