ଜଣେ ଯୁବକ ଉପରେ ପ୍ରେମ ପାଗେଳୀ ହେଲେ ତିନି ଭଉଣୀ, ଶେଷରେ କଲେ ଏମିତି କାମ

କୁହାଯାଏ ପ୍ରେମ ଅନ୍ଧ। ଜାତି-ଅଜାତି, ଧନୀ- ଗରିବ କିଛି ମାନେ ନାହିଁ ପ୍ରେମ। ପ୍ରେମରେ ପଡ଼ିବା ପରେ ପ୍ରେମୀଯୁଗଳ କେବଳ ପରଷ୍ପରକୁ ପାଇବାକୁ ଚାହାଁନ୍ତି । ପ୍ରେମ କେତେବେଳେ କାହାକୁ ହୋଇଯିବ କହି ହେବ ନାହିଁ। ଏହା ସତ୍ବେ ଏମିତି କିଛି ପ୍ରେମ କାହାଣୀ ନଜରକୁ ଆସେ ଯାହାକି ଚର୍ଚ୍ଚାର ପରିସରକୁ ଚାଲିଆସେ । ସେମିତି ଏକ ଲଭ ଷ୍ଟୋରୀ ମାମଲା ରାମପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ତିନିଜଣ ଭଉଣୀ ଗୋଟିଏ ପୁଅକୁ ଭଲ ପାଉଥିଲେ। ଯେତେବେଳେ ଏହି ପ୍ରେମ ବିଷୟରେ ସମାଜ ଏବଂ ପରିବାର ଜାଣିବାକୁ ପାଇଲେ, ସମସ୍ତେ ଏହାକୁ ବିରୋଧ କରିଥିଲେ । କିନ୍ତୁ, ପ୍ରେମରେ ଅନ୍ଧ ଥିବା ତିନି ଭଉଣୀ ପରିବାରଙ୍କ କଥାରେ ସହମତି ନଥିଲେ। ପ୍ରେମକୁ ପାଇବା ପାଇଁ ପରିବାର ଏବଂ ସମାଜର ଚିନ୍ତା ଛାଡି ସେ ଯୁବକଙ୍କ ସହିତ ଘରୁ ପଳାଇ ଯାଇଥିଲେ ।

ପ୍ରେମର ଏହି ଅଦ୍ଭୁତ କାହାଣୀ ଅଜିମନଗର ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରୁ ଆସିଛି । ପ୍ରାୟ ଏକ ସପ୍ତାହ ପୂର୍ବରୁ, ଏଠାରେ ଥିବା ଏକ ଗାଁର ତିନି ଭଉଣୀ କାହାକୁ କିଛି ନ ଜଣାଇ ଘରୁ ଚାଲିଯାଇଥିଲେ । ଏପରି କି ତିନିଜଣ ହଠାତ୍ ନିଖୋଜ ହୋଇଯିବା ପରେ ସମ୍ପର୍କୀୟ ମାନେ ଭୟଭୀତ ହୋଇ ଚୁପଚାପ୍ ଖୋଜିବାକୁ ଲାଗିଲେ। କିନ୍ତୁ ତିନି ଭଉଣୀଙ୍କର ପତ୍ତା ମିଳିଲା ନାହିଁ । ତେବେ ଏହି ଖବରଟି ଗାଁ ଓ ସମସ୍ତ ଆଖପାଖ ଅଂଚଳରେ ମାଡ଼ିଗଲା । ଏବଂ ଏହି ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା | ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହି ଭଉଣୀମାନଙ୍କ ମଧ୍ୟରୁ ଦୁଇଜଣ ବୟସ୍କ ହୋଇଥିବାବେଳେ ଜଣେ ନାବାଳିକା ବୋଲି କୁହାଯାଏ।

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ପୋଲିସକୁ ଖବର ଦେଇନଥିଲେ । ଅଜିମନଗର ପୋଲିସ ଷ୍ଟେସନ ସଭାପତି ରବିନ୍ଦ୍ର କୁମାର କହିଛନ୍ତି ଯେ ସମ୍ପର୍କୀୟଙ୍କ ଠାରୁ ଝିଅ ମାନଙ୍କର ନିଖୋଜ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ଦିଆଯାଇ ନାହିଁ। ଯଦି କୌଣସି ଅଭିଯୋଗ ଆସେ, ତେବେ ପୋଲିସ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.