ସ୍ପେଶାଲ

ଭାରତରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିଜ୍‌ ରୋଗରେ ଆକ୍ରାନ୍ତ, ପ୍ରକାଶ ପାଇଲା ICMR ରିପୋର୍ଟ

ଭାରତର ଅନେକ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ । କିନ୍ତୁ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ତୁଳନାରେ ଡାଇବେଟିଜ୍‌ ସବୁଠାରୁ ମାରାତ୍ମକ ରୋଗ । ଡାଇବେଟିଜ୍‌ ଏପରି ଏକ ରୋଗ ଯାହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଇଥାଏ । ତେବେ ଭାରତରେ ୧୦ କୋଟିରୁ ଅଧିକ ଲୋକ ଏହି ଡାଇବେଟିଜ୍‌ ରୋଗରେ ଆକ୍ରାନ୍ତ । ଆଇସିଏମଆର ର ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ବର୍ତ୍ତମାନ ୧୦୧ ମିଲିୟନ ରୁ ଅଧିକ ଲୋକ ଡାଇବେଟିଜ୍‌ର ଶିକାର ହୋଇ ସାରିଛନ୍ତି । କିନ୍ତୁ ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁସାରେ ଏହାର ମାତ୍ରା ପାଖାପାଖି ୭୦ମିଲିୟନ ଥିଲା । ଅଧ୍ୟୟନରେ କୁହାଯାଇଛି ଯେ, କିଛି ରାଜ୍ୟରେ ଏହି ମାମଲା ସ୍ଥିର ରହିଛି । ସେହିପରି କିଛି ରାଜ୍ୟରେ ଏହି ମାମଲା ଦ୍ରୁତଗତିରେ ବଢି ଚାଲିଛି । ଯେଉଁ ରାଜ୍ୟ ମାନଙ୍କରେ ଡାଇବେଟିଜ୍‌ ମାମଲା ବଢି ଚାଲିଛି, ସେଠାରେ ଏହାକୁ ରୋକିବା ଜରୁରୀ ହୋଇଛି ।

ରିପୋର୍ଟ ଅନୁସାରେ ପାଖାପାଖି ୧୩୬ ମିଲିୟନ ଲୋକ ଅର୍ଥାତ ୧୫.୩ ପ୍ରତିଶତ ଲୋକ ପ୍ରିଡାଇବେଟିଜ୍‌ ରୋଗରେ ଆକ୍ରାନ୍ତ ଥିବା ଅଧ୍ୟୟନରୁ ପ୍ରକାଶ ପାଇଛି । ଗୋଆ (୨୬.୪%), ପୁଡୁଚେରୀ (୨୬.୩%) ଏବଂ କେରଳ (୨୫.୫%)ରେ ଡାଇବେଟିଜ୍‌ରେ ଅଧିକ ପ୍ରସାର ଦେଖାଯାଇଛି । କିନ୍ତୁ ଆଗାମୀ ବର୍ଷ ମାନଙ୍କରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ଅରୁଣାଚଳପ୍ରଦେଶ ଭଳି ରାଜ୍ୟମାନଙ୍କରେ ଡାଇବେଟିଜ୍‌ ମାମଲା ବୃଦ୍ଧି ଘଟି ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଛି ।

ମଦ୍ରାସ ଡାଇବେଟିଜ୍‌ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ରଞ୍ଜିତ ମୋହନ ଅଞ୍ଜନା କହିଛନ୍ତି ଯେ, ଗୋଆ, କେରଳ, ତାମିଲନାଡ଼ୁ ଏବଂ ଚଣ୍ଡିଗଡ଼ରେ ମଧୁମେହ ମାମଲା ଅନୁସାରେ ପ୍ରିଡାଇବେଟିଜ୍‌ ମାମଲା କମ ରହିଛି । ପୁଡୁଚେରୀ ଏବଂ ଦିଲ୍ଲୀରେ ଏହା ପାଖାପାଖି ସମାନ ରହିଛି, ତେଣୁ ଏହି ମାମଲା ସ୍ଥିର ଥିବା କୁହାଯାଉଛି । କିନ୍ତୁ ଯେଉଁ ରାଜ୍ୟ ମାନଙ୍କରେ ମଧୁମେହ ମାମଲା କମ ରହିଛି ସେଠାରେ ପ୍ରିଡାଇବେଟିଜ୍‌ ମାମଲା ଅଧିକ ଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ଉତ୍ତରପ୍ରଦେଶରେ ମଧୁମେହରେ ପିଡ଼ିତ ପ୍ରତ୍ୟେକ ବ୍ୟକ୍ତି ତୁଳନାରେ ୪ ଜଣ ପ୍ରିଡାଇବେଟିଜ୍‌ ବ୍ୟକ୍ତି ରହିଛନ୍ତି । ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିମାନେ ଖୁବଶୀଘ୍ର ଡାଇବେଟିଜ୍‌ ରୋଗୀ ହୋଇଯିବେ ବୋଲି ଆଶଙ୍କା କରାଯାଉଛି । ମଧ୍ୟପ୍ରଦେଶରେ ଜଣେ ଡାଇବେଟିଜ୍‌ ରୋଗୀ ହୋଇଥିଲେ ଅନ୍ୟ ୩ ଜଣ ପ୍ରିଡାଇବେଟିଜ୍‌ ରୋଗୀ ରହିଛନ୍ତି । ସିକିମରେ ମଧୁମେହ ଏବଂ ପ୍ରିଡାଇବେଟିଜ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ସୂଚନା ମିଳିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

3 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

4 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

4 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

5 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

6 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

6 hours ago