ଜୁନିୟର ଛାତ୍ରଙ୍କୁ ଲଣ୍ଡା କରାଇ ‘ତୋହଫା କବୁଲ୍‌ ହୈ’ କହିବାକୁ ବାଧ୍ୟ କଲେ ସିନିୟର, ଜାଣନ୍ତୁ କଣ ହେଲା ଛାତ୍ରଙ୍କ ଅବସ୍ଥା

ରାଗିଂ ନାଁରେ ଗୁଣ୍ଡାଗିରି । ୧୫୦ ଜଣ ଜୁନିୟର ଛାତ୍ରଙ୍କୁ ଜବରଦସ୍ତ ଲଣ୍ଡା କରିଛନ୍ତି ସିନିୟର୍‌ ଛାତ୍ର । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସେଫଇସ୍ଥିତ ଉତ୍ତରପ୍ରଦେଶ ୟୁନିଭର୍ସିଟି ଅଫ୍‌ ମେଡିକାଲ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟରେ । ଏମବିବିଏସର ପ୍ରଥମ ବର୍ଷରେ ନାମ ଲେଖାଇଥିବା ୧୫୦ ଜଣ ଛାତ୍ରଙ୍କୁ ସିନିୟର୍‌ ଛାତ୍ରମାନେ ଜବରଦସ୍ତ ଲଣ୍ଡା କରିଛନ୍ତି । କେବଳ ସେତିକି ନୁହେଁ ସେହି ବେଶରେ ହଷ୍ଟେଲ୍‌ ସାମ୍ନାରେ ପରେଡ୍‌ କରାଇ ହଜୁର, ତୋହଫା କବୁଲ୍‌ ହୈ ନାରା ଲଗାଇଥିଲେ । ଅନ୍ୟପଟେ ଘଟଣାଟି ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟର କୂଳପତି କହିଛନ୍ତି ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ragging collage

କିଛି ଦିନ ତଳେ ଏହି କଲେଜରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ ପରେ ବିଷ ପିଆଇଥିବା ଘଟଣା ସାମ୍ନାକୁ ଆସିଥିଲା। ଛାତ୍ରୀ ଜଣକ ଜଣେ ସିନିୟର ବ୍ୟାଚର ଛାତ୍ରଙ୍କ ବିରୋଧରେ ଯୌନ ଶୋଷଣ ଓ ହତ୍ୟା ଉଦ୍ୟମର ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରୀ କରିଥିଲେ। ଏହାର କିଛି ଦିନ ପରେ ପୁଣି ଏପରି ରାଗିଂ ଘଟଣା ସାମ୍ନାକୁ ଆସିଥିବାରୁ ଅଭିଭାବକଙ୍କ ମହଲର ଉତ୍ତେଜନା ପ୍ରକାଶ ପାଇଛି।

ragging

ଶିକ୍ଷାନୁଷ୍ଠାନରେ ରାଗିଂକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରିବାକୁ ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି। ହେଲେ ଆଜି ବି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଯାହା ସାଧାରଣରେ ତୀବ୍ର ଅସନ୍ତାଷ ସୃଷ୍ଟି କରୁଛି।