ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ କରୁଛନ୍ତି ଆତ୍ମହତ୍ୟା, ଜାଣନ୍ତୁ କଣ ହୋଇପାରେ କାରଣ

ଏକ ସର୍ଭେରୁ ଜଣାଯାଇଛିକି ୧୫ ରୁ ୧୯ ବର୍ଷ ମଧ୍ୟରେ ଯୁବକଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା । ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଥିବା ନେଇ ରେକର୍ଡ ହୋଇଛି । ଯାହା ମଧ୍ୟରୁ ୭୭ ପ୍ରତିଶତ ହେଉଛନ୍ତି ନିମ୍ନ ତଥା ମାଧ୍ୟମ ଆୟକାରୀ ବ୍ୟକ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏମଧ୍ୟରୁ ଅଧିକାଂଶ କୀଟନାଶକ ପିଇ, ଗଳାରେ ଫାଶୀ ଲଗାଇ ଅଥବା ନିଜକୁ ଗୁଳି କରି ଆତ୍ମହତ୍ୟା କରୁଥିବା ନେଇ ରେକର୍ଡ ହୋଇଛି । ଯାହାକୁ ସହଜରେ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ଡବ୍ଲୁଏଚଓର ବରିଷ୍ଠ ମନାତତ୍ତ୍ୱବିତ ଡ଼ଃ ସନ୍ତୋଷ ବାଂଗଡ ପ୍ରକାଶ କରିଛନ୍ତି । ତାଙ୍କ ଅନୁଯାୟୀ ଡିପ୍ରେସନ ତଥା ଆଲକୋହଲର ମାତ୍ରାଧିକ ସେବନ ବି ଆତ୍ମହତ୍ୟା ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ । ସମ୍ପର୍କରେ ଫାଟ ସୃଷ୍ଟି ହେବା, ରୋଗ, ଶରୀର ଯନ୍ତ୍ରଣାକୁ ସହି ନପାରି ବି ଅଧିକାଂଶ ଲୋକ ଜୀବନ ହାରିବାକୁ ଉଚିତ ମଣିଥାନ୍ତି । ସୁଇସାଇଡ କରିବାର ଅନ୍ୟ ସବୁ ପ୍ରମୁଖ କାରଣ ଗୁଡିକ ଭିତରେ ରହିଛି ଡିପ୍ରେସନ, ବାଇପୋଲାର ଡ଼ିଜୋରଡ଼ର, ସିଜୋଫ୍ରେନିଆ, ଅଟିଜ୍ମ, ପରସାନିଲିଟି ଡ଼ିଜୋରଡ଼ର ଅଥବା ପୂର୍ବରୁ ପରିବାରର ଯଦି କେହି ଆତ୍ମହତ୍ୟା କରିଥିବେ । ଏସବୁ ବ୍ୟତୀତ ଚାକିରୀ ଯିବା ନେଇ ଭୟ, ଛାଡପତ୍ର ବି ପ୍ରମୁଖ କାରଣ ହୋଇପାରେ ।

ମୁମ୍ବାଇ ସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ସିନିୟର କନ୍ସଲଟାଣ୍ଟ ଭାବେ କାର୍ଯ୍ୟରତ ଥିବା ଡଃ ସନ୍ତୋଷ ବାଙ୍ଗଡଙ୍କ କହିବା ଅନୁଯାୟୀ, ଚେଷ୍ଟା କଲେ ଆତ୍ମହତ୍ୟା ଘଟଣାକୁ କମ କରାଯାଇ ପାରିବ । ଆତ୍ମହତ୍ୟା କରିବା ପୂର୍ବରୁ କିଛି ଲୋକଙ୍କ ଠାରେ ଅଜବ ଲକ୍ଷଣ ମାନ ଦେଖାଦେଇଥାଏ । ଏମାନେ ନିଜକୁ ଅନ୍ୟମାନଙ୍କ ଠାରୁ ଭିନ୍ନ ବୋଲି ଭାବିଥାନ୍ତି, ପ୍ରାୟ ସବୁ ସମୟରେ ଡିପ୍ରେସନରେ ଥାଆନ୍ତି, ଏମିତିକି କାହାର ଫୋନ ବି ଉଠାନ୍ତି ନାହିଁ । ଯଦି ଆଖପାଖର ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥି ଏହି ଲକ୍ଷଣ ଗୁଡିକୁ ବୁଝିପାରନ୍ତି ଓ ସମୟ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଅନ୍ତି ତେବେ ଆତ୍ମହତ୍ୟା ସଂଖ୍ୟାକୁ ଅନେକ ସଂଖ୍ୟାରେ କମାଇ ଦିଆଯାଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.