କରଜରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଋଣ ବା କରଜ କାହାକୁ ନେବାକୁ ପସନ୍ଦ ନୁହେଁ । ହେଲେ ପରିସ୍ଥିତିରେ ପଡ଼ି ବ୍ୟକ୍ତି କରଜ ନେଇଥାନ୍ତି । କିଛି ବ୍ୟକ୍ତି ନିଜର ସୁଖ ସୁବିଧା ପାଇଁ ମଧ୍ୟ କରଜ ନେଇଥାନ୍ତି । ଜ୍ୟୋତିଷ ଅନୁଯାୟୀ କୁଣ୍ଡଳୀରେ ଥିବା ଗ୍ରହର ପରିବର୍ତ୍ତନ ଯୋଗୁ ବ୍ୟକ୍ତିର ଆର୍ଥିକ ସ୍ଥିତି ବିଗିଡି ଥାଏ । ଯେଉଥିପାଇଁ ତାକୁ ବାଧ୍ୟରେ କରଜ ନେବାକୁ ପଡିଥାଏ । ତେବେ ଏମିତି କିଛି ଉପାୟ ରହିଛି ଯାହାକୁ ଆପଣାଇ କରଜରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ବି କରଜରେ ବୁଡିଛନ୍ତି ଓ ଏଥିରୁ ମୁକ୍ତି ଚାହୁଁଛନ୍ତି ତ ଏହି ଉପାୟ ଆପଣାନ୍ତୁ ।

କରଜରୁ ମୁକ୍ତିର ଉପାୟ

୧. ମା’ ଲକ୍ଷ୍ମୀଙ୍କୁ କରନ୍ତୁ ପୂଜା – ଯଦି ଆପଣ ଶୀଘ୍ର କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

୨. ଅଟା ଓ ଗୁଡ଼ର ଉପାୟ – ଗୁରୁବାର ଦିନ ୧୨୫୦ ଅଟା ରେ ୧୨୫୦ ଗୁଡ ମିଶାଇ ରୁଟି ବନାନ୍ତୁ ଓ ସେହି ରୁଟିକୁ ଗାଇକୁ ଖୁଆଇ ଦିଅନ୍ତୁ । ମନାଯାଏ ଏପରି ଲଗାତାର ୩ ଗୁରୁବାର କରିବା ଦ୍ୱାରା କରଜରୁ ମୁକ୍ତି ମିଳିପାରେ ।

୩. କଳା କୁକୁରକୁ ରୁଟି ଖୁଆନ୍ତୁ – କରଜରୁ ମୁକ୍ତି ପାଇବା ପାଇଁ ଲାଲ କିତାବ ଅନୁସାରେ ଆପଣ ଶନିବାର ଦିନ ସୋରିସ ତେଲରେ ରୁଟି ମିଶାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ମନାଯାଏ ଏମିତି କରିବା ଦ୍ୱାରା ରାହୁ, କେତୁ ଓ ଶନି ଗ୍ରହଙ୍କ ପ୍ରକୋପ କମ ହୋଇଥାଏ । କଳା କୁକୁର ଉପାୟ ବହୁତ ଭଲ ହୋଇଥାଏ ।

୪. ଏହି ଦିନ ନିଅନ୍ତୁ କରଜ – ଯଦି ଆପଣଙ୍କର କିଛି ଜରୁରୀ କାମ ପାଇଁ କରଜ ଦରକାର ପଡୁଛି ତ ବୁଧବାର ଦିନ କରଜ ନିଅନ୍ତୁ । ମନାଯାଏ ଯେ ବୁଧବାର ଦିନ ନେଇଥିବା କରଜ ଶୀଘ୍ର ସୁଝି ହୋଇଯାଏ ।

୫. କରଜ ଫେରସ୍ତର ସବୁଠୁ ଭଳ ଦିନ – ଯଦି କରଜ ଫେରସ୍ତ କରିବାକୁ ଅଛି, ତେବେ ମଙ୍ଗଳବାର ସବୁଠୁ ଭଲ ଦିନ । ଯେମିତି ହେଉ ପ୍ରଥମ କିସ୍ତୀ ମଙ୍ଗଳବାର ଦିନ ଦିଅନ୍ତୁ । ଫଳରେ କରଜ ଶୀଘ୍ର ଶେଷ ହୋଇଯାଏ ।

Leave A Reply

Your email address will not be published.