ଦୁନିଆର ସବୁଠୁ ବିପଦପୂର୍ଣ୍ଣ ଟ୍ରେନ ଟ୍ରାକ, ଏଥିରେ ଯାତ୍ରୀ ନିଜ ମୃତ୍ୟୁ କୁ ଅତିକ୍ରମ କରି କରନ୍ତି ଯାତ୍ରା

ଭୟାନକ ଟ୍ରେନ ଟ୍ରାକ। ଟ୍ରେନ ଯାତ୍ରା ତ ସମସ୍ତେ କରିଛନ୍ତି। ତେବେ ବି ଦୂର ସ୍ଥାନ କୁ ଯାତ୍ରା କଲେ ଟ୍ରେନ ଲାଇନ ଜଙ୍ଗଲ ଓ ପାହାଡ ମଝି ଦେଇ ଯାଇଥାଏ।ଆଜି ଆମେ ଏମିତି ସବୁ ଟ୍ରେନ ଲାଇନ ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ବିପଦପୂର୍ଣ୍ଣ, ଏହି ବାଟ ଦେଇ ଯାତ୍ରୀ ନିଜର ମୃତ୍ୟୁକୁ ଅତିକ୍ରମ କରି ଯାଇଥାନ୍ତି।

ଟ୍ରେନ ଯାତ୍ରା ତ ସମସ୍ତେ କରିଛନ୍ତି। ତେବେ ବି ଦୂର ସ୍ଥାନ କୁ ଯାତ୍ରା କଲେ ଟ୍ରେନ ଲାଇନ ଜଙ୍ଗଲ ଓ ପାହାଡ ମଝି ଦେଇ ଯାଇଥାଏ। ତେଣୁ ଯାତ୍ରୀ ମାନେ ପ୍ରକୃତିର ଭରପୂର ମଜା ମଧ୍ୟ ନେଇଥାନ୍ତି। କିନ୍ତୁ ଏହାରି ମଧ୍ୟରେ କିିଛି ଏମିତି ଭୟାନକ ଟ୍ରେନ ଲାଇନ ମଧ୍ୟ ରହିଛି , ଯେଉଁବାଟ ଦେଇ ଗଲେ ମନରେ ଡ଼ର ଆସିଥାଏ। ଆଜି ଆମେ ଏମିତି ସବୁ ଟ୍ରେନ ଲାଇନ ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ବିପଦପୂର୍ଣ୍ଣ, ଏହି ବାଟ ଦେଇ ଯାତ୍ରୀ ନିଜର ମୃତ୍ୟୁକୁ ଅତିକ୍ରମ କରି ଯାଇଥାନ୍ତି।

ଚେନ୍ନାଇ-ରାମେଶ୍ୱର ଲେନ୍‌:
ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆମ ଭାରତରେ ମଧ୍ୟ ଏଭଳି ମାର୍ଗ ବା ଟ୍ରେନ ଲାଇନ ରହିଛି, ଯାହା ସବୁଠୁ ଖତରନାକ ଏବଂ ଭୟଙ୍କର ରେଲେଓ୍ଵ ଟ୍ରାକ ମଧ୍ୟରେ ଯାଉଛି। ଏହାର ନାମ ପମ୍ବନ ବ୍ରିଜ। ଭାରତ ମହାସାଗର ମଧ୍ୟରେ ଏହି ଟ୍ରେନ ଲାଇନ ତିଆରି ହୋଇଛି। ସମୁଦ୍ର ମଧ୍ୟରେ ଏହା ତିଆରି ହୋଇଥିବାରୁ ଏଠାକୁ ଯିବା ସମୟରେ ମନରେ ଭୟ ଆସିଥାଏ। ୨.୫କିଲୋମିଟର ଏହି ରାସ୍ତା ୧୯୧୪ ମସିହାରେ ତିଆରି ହୋଇଥିଲା। ତେବେ ସବୁ ସମୟ ଅପେକ୍ଷା ସମୁଦ୍ର ପାଣି ବଢ଼ିବା ସମୟରେ ଏହି ଟ୍ରାକ ଅଧିକ ବିପଦପୂର୍ଣ୍ଣ ହୋଇଯାଇଥାଏ ।

କେପଟାଉନ ଲେନ୍‌:
ଦକ୍ଷିଣ ଆଫ୍ରିକାର କେପଟାଉନ ମାର୍ଗରେ ରହିିଛି ଦୁନିଆର ସୁବୁଠ ୁ ଭୟାନକ ଟ୍ରେନ ଲାଇନ। ଏହି ସ୍ଥାନରେ ଚୋରୀ ଓ ଗୁଣ୍ଡାରାଜ ମଧ୍ୟ ଅଧିକ ଦେଖିବାକୁ ମିଳେ। ଏହାପାଇଁ ପ୍ରାୟ ସମୟରେ ଟ୍ରେନ କୁ ବାତିଲ କରିଦିଆଯାଏ ।

ସାଲ୍ଟା ପୋଲବେରିଲା ରୁଟ:
ଆର୍ଜେଣ୍‌ଟିନାରେ ରହିଛି ଏହି ଭୟାନକ ରେଲେଓ୍ଵ ଟ୍ରାକ। ଏହି ଟ୍ରାକ ସାଲ୍ଟାକୁ ଚିଲି ପୋଲବେରିଲା ସହ ଯୋଡ଼ିଥାଏ। ଏହାର ଯାତ୍ରା ମୋଟ ୨୧୭ କିଲୋମିଟର । ଏହା ଯେତିକି ଭୟାନକ ସେତିକି ପ୍ର୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଧ୍ୟ। ଏହାକୁ ନିର୍ମାଣ କରିବା ପାଇଁ ୨୭ ବର୍ଷ ଲାଗିଥିଲା। ୧୯୪୮ ମସିହାଠୁ ଏହି ଟ୍ରାକରେ ଟ୍ରେନ ଯାତାୟାତ କରୁଛି। ଏଥିରେ ୨୯ ପୋଲ ଏବଂ ୨୧ ଟନେଲ ରହିଛି।

ଇକ୍ୱାଡୋର ଡେବିଲ୍ସ ନୋଜ:
ଦର୍ଶକବନ୍ଧୁ ଏହି ଟ୍ରେନ ଲାଇନ ସମୁଦ୍ର ଗର୍ଭରୁ ପାଖାପାଖି ୯ ହଜାର ଫୁଟ ଉପରେ ତିଆରି ହୋଇଛି। ଏହାକୁ ତିଆରି କରିବା ପାଇଁ ୩୩ ବର୍ଷ ସମୟ ଲାଗିଥିଲା। ୧୮୭୨ ମସିହାରେ ଏହା ଆରମ୍ଭ ହୋଇ ୧୯୦୫ ମସିହାରେ ଏହାର ନିର୍ମାଣ ଶେଷ ହୋଇଥିଲା। ପାହାଡ ମଧ୍ୟ ଦେଇ ଯିବା ଆସିବା କରିବାରେ ସମସ୍ୟା କାରଣରୁ ସରକାର ଏହାକୁ ତିଆରି କରିଥିଲେ। ଏହା ଦକ୍ଷିଣ ଆମେରିକାର ଇଞ୍ଜିନିୟର ମାନଙ୍କ ଦ୍ୱାରା ତିଆରି ହୋଇଥିଲା।

ଏସୋ ମିୟାମି ଲେନ୍‌:
ଜାପାନର ଏସୋ ମିୟାମି ରେଲେଓ୍ଵ ଟ୍ରାକ ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରେଲେଓ୍ଵଟ୍ରାକ। ଏହି ଟ୍ରେନ ୩ହଜାର ଫୁଟ ଉପରକୁ ଚଢ଼ି ଯାତ୍ରା କରିଥାଏ। ଶୁଣିକି ଡର ଲାଗୁଥିଲେ ବି ଏହାସତ। ଏଥିରେ ଥିବା ଯାତ୍ରୀ ଏହି ଭୟାନକ ଯାତ୍ରା କରିଥାନ୍ତି। ତେବେ ଏହାରି ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟତାକୁ ମଧ୍ୟ ଉପଭୋଗ କରିଥାନ୍ତି। କିନ୍ତୁ ଉଚ୍ଚତାକୁ ଧ୍ୟାନକୁ ଆଣିଲେ ଏହା ବିପଦପୂର୍ଣ୍ଣ ନିଶ୍ଚିତ।

ଦୁନିଆର ଏଭଳି ଅଦ୍ଭୁତ ଓ ଭୟାନକ ଟ୍ରେନ ଲାଇନରେ ପ୍ରତ୍ୟେକ ଦିନ ଲୋକ ଯାତ୍ରା କରନ୍ତି। ମୃତ୍ୟୁର ସାମ୍ନା କରି ଏହି ମାର୍ଗ ଦେଇ ଯିବା ନିହାତି ବଡ଼ ଆଶ୍ଚର୍ଯ୍ୟକାରୀ କଥା ।

Leave A Reply

Your email address will not be published.