ସବୁଠୁ ବେଶି ଘାତକ ରାସାୟନିକ ବିଷର ନାମ ଅପେକ୍ଷା କାମ ଜାଣିଲେ ଭୟ କରିଯିବେ

ଆମେ କହୁଛେ ଦୁନିଆ ଯାଇ କୋଉଠି ପହଞ୍ଚିଲାଣି । କାରଣ ଏବେ ସବୁକିଛି ଭେଜାଲ । ଆଉ ତାର କାରଣ ବି ରାସାୟନିକ ପଦାର୍ଥ । ଯାହା ଏବେ ଚିନ୍ତାର କାରଣ ହେଲାଣି । କିନ୍ତୁ ଏହି କେମିକାଲ ଅନେକ କିଛି ଜିନିଷ ବି ପ୍ରସ୍ତୁତ କରୁଛି ଯାହା ବହୁତ ଭୟଙ୍କର । ଏମିତି ଗୋଟେ ଜିନିଷ ହେଉଛି ବିଷ । ଯେବେ ବି ଏହି କଥା ଉଠେ ସେତେବେଳେ ସବୁଠୁ ବେଶି ଘାତକ ରାସାୟନିକ ବିଷ ପୋଲୋନିୟମ କଥା କୁହାଯାଏ । ପୋଲୋନିୟମ ଏକ ଘାତକ ବିଷରେ ଗଣାଯାଏ । କିନ୍ତୁ ଏହାଠୁ ବି ଭୟଙ୍କର ବିଷ ରହିଛି ଯାହାକୁ ଦୁନିଆର ସବୁଠୁ ଭୟଙ୍କର ବିଷ ବୋଲି କୁହାଯାଉଛି । ଆଉ ତାର ନାଁ ହେଉଛି ଷ୍ଟ୍ରିକନାଇନ ।

ଏହା ସେହି ବିଷ ଯାହା ମଣିଷକୁ କଷ୍ଟ ଯନ୍ତ୍ରଣା ଦେଇ ଦେଇ ମୃତ୍ୟୁ ଆଡକୁ ନେଇଯାଏ । ଏହା ପ୍ରଥମେ ମଣିଷର ଅସ୍ତିରୁ ମାଂସକୁ ଅଲଗା କରେ । ଏହାପରେ ଯେପର୍ଯ୍ୟନ୍ତ ମଣିଷର ଶରୀରରେ ଏହା ଥିବା ନେଇ ଜଣାପଡେ ସେପର୍ଯ୍ୟନ୍ତ ଏହି ବିଷ ସେହି ବ୍ୟକ୍ତିକୁ ମୃତ୍ୟୁମୁଖକୁ ନେଇସାରିଥାଏ । ଯଦିଓ ଏହାର ଖୁଲାସା କେବେ ହୋଇନାହିଁ । କିନ୍ତୁ କୁହାଯାଏ କି ଶତ୍ରୁଙ୍କୁ ଦମନ କରିବା ପାଇଁ ଋଷ ଏମିତି ବିଷର ପ୍ରୟୋଗ ସବୁବେଳେ କରିଥାଏ ଏବଂ ଏହାକୁ ପ୍ରାଥମିକତା ବି ଦେଇଥାଏ ।

ଷ୍ଟ୍ରିକନାଇନ ଏକ ପାଉଡର ଭଳି ହୋଇଥାଏ । ଯାହକୁ କୌଣସି ବିଶେଷଜ୍ଞ ହିଁ ଚିହ୍ନିପାରିବେ । ତାଛଡା ସାଧାରଣ ବ୍ୟକ୍ତି ଏହାର ଟେର ମଧ୍ୟ ପାଇପାରିବନି । ଏହାକୁ ବ୍ରିଟେନରେ ପ୍ରତିବନ୍ଧିତ କରାଯାଇଚି । ଏକ ରିପୋର୍ଟ ହିସାବରେ ଋଷର ହ୍ଵିସଲବ୍ଲୋଅର ଅଲେକଜାଣ୍ଡାର ପେରେପିଲିଚନି ଲଣ୍ଡନରେ ଯେତେବେଳେ ମୃତ ଭାବରେ ମିଳିଲେ ସେତେବେଳ ତୋଙକ୍‌ ପାଖରେ ଏହି ଷ୍ଟାଇଫିନ ମିଳିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟ ଯାଞ୍ଚ ସମୟରେ ତାଙ୍କ ଶରୀରରେ ଏହାର ପୃଷ୍ଟି କେବେ ହୋଇପାରିଲା ନାହିଁ । କିନ୍ତୁ ହଁ ଏହି ଘଟଣା ପରେ ବ୍ରିଟିଶରେ ଏହି ଭୟଙ୍କର ବିଷ ଉପରେ ପ୍ରତିବନ୍ଧକ ଲଗାଗଲା । ଏହିଭଳି ତମାମ ରାସାୟନିକ ବିଷକୁ ନେଇ ପ୍ରତିଷ୍ଠା ହାସଲ କରିଥିବା ଏକ୍ସପର୍ଟଙ୍କର କହିବା କଥା ଏହି ବିଷ ମଣିଷକୁ ଲମ୍ବା ସମୟ ଧରି ବଞ୍ଚିବାକୁ ଦିଏ ନାହିଁ କି ମରିବାକୁ ବି ଦିଏ ନାହି । ଆଉ ଶେଷରେ ଏହି ବିଷର ପ୍ରକୋପରେ ବ୍ୟକ୍ତିଟେ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ତ୍ୟାଗ କରେ । ସଂକ୍ଷିପ୍ତରେ ଏହାକୁ ବହୁତ ଭୟଙ୍କର ଓ ଜୀବନ ନେବା ରସାୟନ ବି କୁହାଯାଏ ।

ଅନୁସନ୍ଧାନ ହିସାବରେ ଏହି ରାସାୟନିକ ବିଷ ଯଦି ଅକାଳ ମୃତ୍ୟୁର କାରଣ ବନିଥାଏ । ତେବେ ଏହା ଇନ୍ଦ୍ରିୟକୁ ବଢାଇବାର ବି କାମ କରିଥାଏ । ଏହି ବିଷ ମଣିଷର ଅଙ୍ଗ ସଂସ୍ପର୍ଶରେ ଯଦି ଆସେ ତେବେ ଏହା ବ୍ୟକ୍ତିର ହାଡକୁ ମାଂସଠୁ ଅଲଗା କରିଦିଏ । ଆଉ ତାପରେ ସାଂଘାତିକ ଭାବରେ ମଣିଷର ମୃତ୍ୟୁ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.