ଏହା ହେଉଛି ଦୁନିଆର ସବୁଠାରୁ ଦାମି ସାପ, ମୂଲ୍ୟ ଜାଣିଲେ ଉଡିଯିବ ହୋସ୍
ଦୁନିଆରେ ଏମିତି କିଛି ସାପ ଅଛନ୍ତି ଯାହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଥାଏ। ଆଜି ଆମେ ଆପଣଙ୍କୁ ସେମିତି ଏକ ସାପ ବିଷୟରେ କହିବୁ ଯାହା ହେଉଛି ଦୁନିଆର ସବୁଠାରୁ ଦାମି ସାପ। ଏହି ପ୍ରଜାତି ସାପ ବହୁତ ରଙ୍ଗରେ ଅଛନ୍ତି। କିନ୍ତୁ ସବୁଜ ଏବଂ ନୀଳ ରଙ୍ଗର ପାଇଥନଙ୍କର ସବୁଠୁ ଅଧିକ ଡିମାଣ୍ଡ ରହିଛି। ଅଜଗରଙ୍କ ଏହି ପ୍ରଜାତି ବହୁତ ବିରଳ।
-ପାଇଥନ୍ ସାପର ଏହା ହେଉଛି ସବୁଠାରୁ ଦାମି ସାପ ଯାହା ଇଣ୍ଡୋନେସିୟା ଦ୍ବୀପ, ନ୍ୟୁ ଗିନୀ ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ।
-ଏହି ସାପ ସାଧାରଣତଃ କମ୍ ଦେଖିବାକୁ ମିଳିଥାଏ। ଏକ ରିପୋର୍ଟ ଅନୁଯାୟୀ ଏହି ଅଜଗର ବହୁତ ଚର୍ଚ୍ଚିତ ପ୍ରାଣୀ ମଧ୍ୟରୁ ଗୋଟିଏ।
-୨ମିଟର ଲମ୍ବା ଗ୍ରୀନ ଟ୍ରୀ ପାଇଥନର ଓଜନ ପ୍ରାୟ ଦେଢ଼ କିଲୋ ହୋଇଥାଏ।
-ଏମାନେ ସରୀସ୍ରୁପ ଏବଂ ସ୍ତନପାୟୀ କୀଟ ପତଙ୍ଗ ଖାଇ ନିଜର ପେଟ ଭରିଥାନ୍ତି।
ଏହା ସହ ପଢ଼ନ୍ତୁ : ରାତାରାତି ଗାଏବ ହୋଇଯାଇଥିଲା ପାକିସ୍ତାନର ଏହି ରହସ୍ୟମୟ ଦ୍ୱୀପ ‘ଜଲଜଲା କୋହ’
ଇଣ୍ଡୋନେସିଆରେ ଏହି ସାପ ବହୁତ ଚର୍ଚ୍ଚିତ ଏବଂ ବହୁତ ଅଧିକ ଡିମାଣ୍ଡରେ ବିକ୍ରି କରାଯାଇଥାଏ। ଏହି ସାପଙ୍କର ନିଲାମି ମଧ୍ୟ ଡକାଯାଇଥାଏ। ମାଲେସିୟା କରେନ୍ସୀ ରିଙ୍ଗିତରେ ରିୟର ଗ୍ରୀନ ଟ୍ରୀ ପାଇଥନର ଦାମ ପ୍ରାୟ ୧.୮ ମିଲିୟନ (୩ କୋଟି ଟଙ୍କା)।