ଏପରି କିଛି ଭାରତୀୟ ହୋଟେଲ ଯେଉଁଠି ରହିଛି ଭୂତଙ୍କ ନଜର !
ଯଦି ଆପଣ କେଉଁଠିକୁ ବୁଲିବାକୁ ପ୍ଲାନ କରୁଛନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ଅଟେ। ଆମେ ଆମର ଟ୍ରୀପକୁ ମେମୋରେବୁଲ କରିବା ପାଇଁ ବହୁତ କିଛି କରିଥାନ୍ତି। ପ୍ଳାନ ଭିତରେ ରହିଛି ଲୋକେସନ। ଲୋକେସନ ଚୟନ କରିସାରିଲା ପରେ ହୋଟେଲ ବୁକିଙ୍ଗ୍ କରାଯାଏ। ନିଜର ଅନୁଭବକୁ ମେମୋରେବୁଲ କରିବା ପାଇଁ ଆମେ ସବୁଠୁ ଭଲ ହୋଟେଲ ଖେଳାଜିଥାନ୍ତି। ଭାରତରେ ଇଗ୍ରେଂଜ ଶାସନ ସମୟରେ ବହୁତ ଆଲିସାନ ଭବନ ଏବଂ ହୋଟେଲର ନିର୍ମାଣ କରାଯାଇଥିଲା।
ବହୁତ ଭବନ ଅଛି ଯାହାକୁ ହେରିଟେଜ ଘୋଷଣା କରିଦିଆଯାଇଛି। ବହୁତ ଏମିତି ମନ୍ଦିର ଅଛି ଯାହା ନିଜର ସଂରଚନାତ୍ମକ ସୁନ୍ଦରତା ଠାରୁ ଭୟାନକ ଅନୁଭବ ପାଇଁ ଜଣାଣୁଣା। ସୂଚନା ଅନୁଯାୟୀ ଏହି ହୋଟେଲ ଗୁଡିକରେ ଭୂତ ପ୍ରେତଙ୍କର ସାୟା ରହିଛି। ରହସ୍ୟରେ ଭରପୂର ସେହି ପୁରାତନ ଭବନ ଏବଂ ହୋଟେଲ ବିଷୟରେ ପଢ଼ନ୍ତୁ ଯାହା ଏବେ ଅାତ୍ମା ମାନଙ୍କର ଆଡ୍ଡା ହୋଇଯାଇଛି।
ଏହି ରହସ୍ୟମୟୀ ହୋଟେଲ ଭିତରେ ରହିଛି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟୀ। ଯାହାର ନିର୍ମାଣ ନିଜାମ ସୁଲତାନଙ୍କ ଯୂଦ୍ଧ କ୍ଷେତ୍ରରେ ହୋଇଥିଲା। ଆଶ୍ଚର୍ଯ୍ଯକର କଥା ହେଉଛି ଏହି ହୋଟେଲର ଆଖପାଖରେ ରହସ୍ୟମୟୀ ଘଟଣା ବିଷୟରେ ଅଭିଯୋଗ ମିଳୁଛି। ଏଠାରେ କେତେବେଳେ ଲାଇଟ କିମ୍ବା ଲାଇଟ ମ୍ୟାନର ଉଚ୍ଚରୁ ପଡିଯିବା, ବାଥରୁମର ମିରରରେ ଉର୍ଦ୍ଦୁରେ କିଛି ଲେଖା ହୋଇଥିବା, ଖାଇବା ପ୍ଲେଟ ଏପଟ ସେପଟ ହୋଇ ପଡିବା ଆଦି ଘଟଣା ଦେଖିବାକୁ ମିଳୁଛି।
ବ୍ରିଜରାଜ ଭବନ ରାଜସ୍ଥାନର କୋଟା ଶହରରେ ଅବସ୍ଥିତ। ଏହି ହୋଟେଲର ଇତିହାସ ଭାରତରେ ଇଂରେଜ ମାନଙ୍କ ସହିତ ଜଡିତ ଅଛି। ଏହି ଭବନରେ ମେଜର ଚାର୍ଲ୍ସ ବର୍ଟନ ନାମକ ଏକ ବ୍ରିଟିସ ଅଧିକାରୀ ରହୁଥିଲେ। ଯାହାଦ୍ବାରା ଏହି ଭବନର ରହସ୍ୟମୟୀ କାହାଣୀ ଜଡିତ ରହିଛି। କୁହାଯାଏ ଯେ ୧୮୫୭ରେ କ୍ରାନ୍ତି ଦ୍ବାରା ଚାର୍ଲ୍ସ ବର୍ଟନ ଏବଂ ତାଙ୍କର ପରିବାରକୁ ଏହି ହୋଟେଲରେ ହତ୍ୟା କରାଯାଇଥିଲା। କୁହାଯାଏ ଯେ ସେଠାରେ ଏବେ ମଧ୍ୟ ମେଜରଙ୍କ ଭୂତ ବୁଲୁଛି। ସୂଚନା ଅନୁଯାୟୀ ମଧ୍ୟରାତ୍ରୀରେ ଏଠାରେ ଆଶ୍ଚର୍ଯ୍ଯକର ଘଟଣା ଘଟିବାକୁ ଲାଗୁଛି।
ମୁମ୍ବାଇ ସ୍ଥିତ ତାଜ୍ ହୋଟେଲରେ ମଧ୍ୟ ଅନେକ ରହସ୍ୟକୟୀ କାହାଣୀ ଜଡିତ ହୋଇ ରହିଛି। ହୋଟେଲରେ ରହିବାକୁ ଆସୁଥିବା ଲୋକ ଏବଂ ହୋଟେଲର କର୍ମଚାରୀମାନେ ଏଠାରେ ଅଜବ ପ୍ରକାରର ଘଟଣାକୁ ଅନୁଭବ କରିଛନ୍ତି। ଏହି ହୋଟେଲର ଡିଜାଇନକୁ ବ୍ରିଟିସର ଏକ ବାସ୍ତୁକାର ଡବ୍ଲ୍ୟୁ ଏ ଚେମ୍ବର୍ସ ତିଆରି କରିଥିଲେ। କୁହାଯାଏ ଯେ ଏହି ହୋଟେଲର ବ୍ଲୁ ପ୍ରିଣ୍ଟ ତିଆରି କରି ସେ ଇଂଲଣ୍ଡ ପଳେଇଥିଲେ, କିନ୍ତୁ ଯେତେବେଳେ ସେ ଫେରିଲେ ତେବେ ଏହା ଦେଖିଲେ ହୋଟେଲଟି ସେ ନିର୍ଦ୍ଧାରିତ କରିଥିବା ଦିଗ ଠାରୁ ପୂରା ଓଲଟା ତିଆରି ହୋଇଛି। ଏହା ସବୁ ଦେଖି ସେହି ବାସ୍ତୁକାର ହୋଟେଲର ପଞ୍ଜମ ମହଲାକୁ ଯାଇ ଡେଇଁ ଆତ୍ମହତ୍ୟା କରିଥିଲେ। କୁହାଯାଏ ଯେ ଏହି ହୋଟେଲରେ ଆଜି ମଧ୍ୟ ଚେମ୍ବର୍ସଙ୍କର ଆତ୍ମା ବୁଲୁଛି।