ମା’ ଭଗବତୀ ମନ୍ଦିରର ପବିତ୍ର ଜଳର ଚମତ୍କାରିତା ଦୂର କରେ ଭକ୍ତର ଏହିସବୁ ସମସ୍ୟା

ଦେବଭୂମି ଉତ୍ତରାଖଣ୍ଡରେ ଥିବା ଲୋକଙ୍କ ଆସ୍ଥା ବହୁ ପୁରାତନ । ଏଠାରେ ଥିବା ପ୍ରତିଟି ମନ୍ଦିର ଓ ମନ୍ଦିରରେ ଥିବା ଭକ୍ତଙ୍କ ଉପସ୍ଥିତି ଏହାର ପ୍ରମାଣ ଦିଏ । ଦେବୀ ଦେବତାଙ୍କ ଏହି ପବିତ୍ର ଭୂମିରେ ଥିବା ହଜାର ହଜାର ମନ୍ଦିରର ରହିଛି ନିଜର ସ୍ୱତନ୍ତ୍ର କାହାଣୀ । ଏହି ମନ୍ଦିର ମାନଙ୍କ ମଧ୍ୟରୁ ପାଷାଣ ଦେବୀ ମନ୍ଦିର ନାମକ ଏକ ସ୍ୱତନ୍ତ୍ର ମନ୍ଦିର ରହିଛି । ଏହି ମନ୍ଦିରଟି ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଅବସ୍ଥିତ । ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ମନ୍ଦିର ଅନେକ ମହତ୍ୱ ରଖିଥାଏ ।

ଖାସ୍ କରି ନବାରାତ୍ରିର ପବିତ୍ର ପର୍ବରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ନବରାତ୍ରିର ଶେଷ ଦିନ ଏହି ମନ୍ଦିରର ମହତ୍ୱ ବଢ଼ାଇଥାଏ । କାରଣ ଏହି ଦିନ ମନ୍ଦିରରେ ବିରାଜିତ ଥିବା ମାତା ଭଗବତୀଙ୍କ ୯ ସ୍ୱରୂପ ଗୋଟିଏ ଦିନରେ ଦେଖିବାକୁ ମିଳେ । ମାତାଙ୍କ ଏହି ୯ଟି ସ୍ୱରୂପକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ ।

000
pc: Patrika

ମାନ୍ୟତା ଅନୁଯାୟୀ, ମାତାଙ୍କ ପାଦୂକା ମନ୍ଦିର ପାଖରେ ଥିବା ନୈନିତାଲର ପୋଖରୀରେ ରହିଛି । ତେଣୁ ଏହି ପୋଖରୀକୁ କୈଳାସ ମାନସରୋବର ଭଳି ପବିତ୍ର ମନାଯାଏ । ଶ୍ରଦ୍ଧାଳୁମାନେ ଏହି ପୋଖରୀର ଜଳକୁ ନିଜ ଘରକୁ ନେଇଥାନ୍ତି । ବିଶ୍ୱାସ ରହିଛି ଯେ ଏହି ପାଣିରେ ଲୋକଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗ ଦୂର ହୋଇଥାଏ । ଏହାସହ ଏହି ଜଳକୁ ଘରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।

ଏଠାରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ମାତାଙ୍କୁ ନାଲି ଚୁନରୀ ଓଢ଼ା ଯାଏ । ମାତାଙ୍କ ସ୍ନାନ ଜଳ ଦ୍ୱାରା ଶରୀରର ସବୁ ରୋଗ ଦୂର ହୋଇଥାଏ । ଏହି ଜଳକୁ ନେବା ପାଇଁ ବହୁ ଦୂରରୁ ଭକ୍ତ ଆସିଥାନ୍ତି । ବିଶେଷ କରି ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.