ଅଧିକାଂଶ ଲୋକ ଏହି ଧର୍ମ ଗ୍ରହଣ କରନ୍ତି କି? ଦ୍ରୁତ ଗତିରେ ବୃଦ୍ଧି ପାଉଛି ଜନସଂଖ୍ୟା

ସମଗ୍ର ବିଶ୍ୱରେ ସମସ୍ତ ଧର୍ମର ଲୋକମାନେ ବସବାସ କରନ୍ତି । ଏହା ସତ୍ୟ ଯେ ଅନେକ ଦେଶରେ କିଛି ଖାସ୍ ଧର୍ମର ଲୋକମାନେ ବହୁ ସଂଖ୍ୟାରେ ଅଛନ୍ତି । ପାକିସସ୍ତାନ ସମେତ ଅନ୍ୟାନ୍ୟ ଇସଲାମ ଦେଶ ପରି ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୬୬ ପ୍ରତିଶତରୁ ଅଧିକ ଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ କେଉଁ ଧର୍ମ ଲୋକମାନେ ଏହି ସମୟରେ ଅଧିକ ଧର୍ମ ଗ୍ରହଣ କରୁଛନ୍ତି?

ବିଶ୍ୱରେ କେଉଁ ଧର୍ମରେ ଲୋକମାନେ କେଉଁ ଧର୍ମକୁ ପରିବର୍ତ୍ତନ କରୁଛନ୍ତି ତାହା କହିବା କଷ୍ଟକର । କିନ୍ତୁ ବର୍ତ୍ତମାନ ସମୟରେ ଇସଲାମ ଧର୍ମ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ବେସ୍ ବଢ଼ି ଚାଲିଛି । ଏହା କୁହାଯାଇପାରେ ଯେ ଲୋକମାନେ ଇସଲାମ୍ ଧର୍ମ ଗ୍ରହଣ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ବ୍ରିଟେନରେ ପ୍ରାୟ ୬,୦୦୦ ଲୋକ ଇସଲାମ୍ ଧର୍ମ ଗ୍ରହଣ କରୁଛନ୍ତି । ଏହା ସହ ବ୍ରିଟେନରେ ଯେଉଁମାନେ ମୁସଲମାନ ଧର୍ମ ଗ୍ରହଣ କରୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ । ଏକ ପୋଷ୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୨୦,୦୦୦ ଆମେରିକୀୟ ଅନ୍ୟ ଧର୍ମରୁ ଇସଲାମ୍ ଧର୍ମକୁ ଗ୍ରହଣ କରୁଛନ୍ତି ।

ଏକ ରିସର୍ଚ୍ଚ ସେଣ୍ଟର ଦ୍ବାରା ପ୍ରକାଶିତ ଧର୍ମ ସମ୍ବନ୍ଧୀୟ ଆକଳନ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏହି ରିସର୍ଚ୍ଚ ଅନୁଯାୟୀ କୁହାଯାଇଛି ଯେ ୨୦୩୦ ସୁଦ୍ଧା ମୁସଲମାନଙ୍କ ସଂଖ୍ୟା ୧.୫ ପ୍ରତିଶତ ବଢ଼ିଯିବ । ୧୯୯୦ ରୁ ୨୦୧୦ ପର୍ଯ୍ୟନ୍ତ ବିଶ୍ୱରେ ମୁସଲମାନଙ୍କ ସଂଖ୍ୟା ହାରାହାରି ବାର୍ଷିକ ୨.୨ ପ୍ରତିଶତ ହାରରେ ବଢୁଥିବାବେଳେ ୨୦୧୦ ରୁ ୨୦୩୦ ମଧ୍ୟରେ ୧.୫ ପ୍ରତିଶତ ରହିବ ।

ଏଥି ସହିତ କୁହାଯାଇଛି ଯେ ଭବିଶ୍ୟତର ବିଶ୍ୱ ଧର୍ମର ଅଧ୍ୟୟନରୁ ଅନୁମାନ କରାଯାଇଛି ଯେ ୨୦୫୦ ସୁଦ୍ଧା ଇସଲାମ୍ ବିଶ୍ୱର ସବୁଠାରୁ ଅନୁସରଣକାରୀ ଧର୍ମ ହେବ । ଆଉ ଏକ ତଥ୍ୟ ଅନୁଯାୟୀ, ଦୁନିଆରେ ଏକ ଅଞ୍ଚଳ ଅଛି ଯେଉଁଠାରେ ମୁସଲମାନଙ୍କ ସଂଖ୍ୟା କମ୍ ରହିଛି ଏବଂ ସେହି ଅଞ୍ଚଳର ନାମ ହେଉଛି ଏସିଆ ପ୍ରଶାନ୍ତ ମହାଶାଗରୀୟ ଅଞ୍ଚଳ । ୨୦୧୦ ରେ ଏଠାରେ ମୁସଲମାନଙ୍କର ଜନସଂଖ୍ୟା ୬୧.୭ ପ୍ରତିଶତ ଥିଲା, ଯାହା ୨୦୫୦ ଶୁନ୍ଧା ୫୨.୮ ପ୍ରତିଶତକୁ ବଢ଼ିବ ବୋଲି ଆଶା କରାଯାଉଛି । ଏଥି ସହିତ ୨୦୫୦ ମସିୟାରେ ୟୁରୋପରେ ମୁସଲମାନଙ୍କ ସଂଖ୍ୟା ମଧ୍ୟ କମ୍ ହେବ । ଏହା ବ୍ୟତୀତ ୨୦୫୦ ମସିହାରେ ମୁସଲମାନ ଜନସଂଖ୍ୟା ୨.୭ ବୋଲି ଅନୁମାନ କରାଯାଇଛି, ଯାହା ୨୦୧୦ ମସିହାରେ ୨.୭ ଥିଲା ।