ସ୍ପେଶାଲ

ୱିକିପିଡିଆରେ ‘wiki’ ର ଅର୍ଥ କ’ଣ? ଅଧିକାଂଶ ଲୋକ ଜାଣିନାହାନ୍ତି ଏହାର ଉତ୍ତର

ଆଜିର ସମୟରେ, ଯଦି ଆମେ କିଛି ବୁଝିପାରୁ ନାହୁଁ, ତେବେ ଆମେ ଏହାକୁ ଗୁଗୁଲ୍ କରିଥାଉ । କିନ୍ତୁ ସେଠାରେ ଅନେକ ଜିନିଷ ଏଭଳି ମଧ୍ୟ ଅଛି ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରୁ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆମେ ଏହାର ଅର୍ଥ ଜାଣିନାହୁଁ । ଏହିପରି ଶବ୍ଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ୱିକିପିଡିଆ, ଇଣ୍ଟରନେଟ ଜଗତର ଏକ ବିଶ୍ୱସ୍ତ ନାମ । କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟର ଏହି ଦୁନିଆରେ ‘ୱିକି’ ର ଅର୍ଥ କ’ଣ? ଅଧିକାଂଶ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣନ୍ତି ନାହିଁ ।

ଜାନୁଆରୀ ୧୫, ୨୦୦୧ ରେ ୱିକିପିଡିଆ ଆମ ଜୀବନରେ ଆସିଥିଲା । ଏହା ପରେ, ଯଦି ଆମେ ଇଣ୍ଟରନେଟରେ କିଛି ଜାଣିବାକୁ ଚାହୁଁ, ତେବେ ଆମର ବିଶ୍ୱାସ ୱିକିପିଡିଆ ପରି ଅନଲାଇନ୍ ଏନସାଇକ୍ଲୋପିଡିଆରେ ରହିଥାଏ । ସମସ୍ତେ ଜାଣନ୍ତି ଯେ ୱିକିପିଡିଆ ହେଉଛି ଏକ ମାଗଣା ଅନଲାଇନ୍ ଏନସାଇକ୍ଲୋପିଡ଼ିଆ, ଯେଉଁଥିରେ ବିଭିନ୍ନ ପ୍ରକାରର ସୂଚନା ରହିଛି । ତଥାପି, ଯେଉଁମାନେ ଅନ୍ଧ ଭାବରେ ଏହାକୁ ବିଶ୍ୱାସ କରନ୍ତି ସେମାନେ ହୁଏତ ଜାଣି ନଥିବେ ଯେ କେହି ଏହାକୁ ଏଡିଟ କରିପାରିବେ ।

ୱିକିପିଡିଆ ନିଜେ କହିଛି ଯେ ଏହାର ନାମ ୱିକି ଏବଂ ଏନସାଇକ୍ଲୋପିଡ଼ିଆର ମିଶ୍ରିତ ରୂପ । ଏଥିରେ, ୱିକି ଅର୍ଥ ଦ୍ରୁତ କିମ୍ବା ଅତି ଶୀଘ୍ର । ହାୱାଇ ଭାଷାରେ, ୱିକି ଅର୍ଥ quick କିମ୍ବା ଅତି ଶୀଘ୍ର । ଆପଣଙ୍କୁ କହି ରଖୁଛୁ ଯେ ୱିକିପିଡିଆ ହେଉଛି ଏକ ପ୍ଲାଟଫର୍ମ, ଯେଉଁଠାରେ ଆପଣ ତୁରନ୍ତ ବିଷୟ ସମ୍ବନ୍ଧୀୟ ସୂଚନା ପାଇପାରିବେ। ଏହାର ନାମକୁ ପ୍ରମାଣିତ କରି ୱିକିପିଡିଆ ଏପର୍ଯ୍ୟନ୍ତ ୬୨ ମିଲିୟନ କିମ୍ବା ୬.୨ କୋଟିରୁ ଅଧିକ ଆର୍ଟିକିଲ ପବ୍ଲିସ କରିଛି, ଯାହା ୩୦୦ ରୁ ଅଧିକ ଭାଷାରେ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago