ପୁଅ ଠାରୁ ଅଧିକ ମାର୍କ ରଖି ମାଟ୍ରିକ ପାସ୍ କଲେ ମା’, ପରିବାରରେ ଖୁସିର ଲହରୀ

ଶିକ୍ଷା ଏକ ଜୀବନ ବ୍ୟାପୀ ପ୍ରକ୍ରୀୟା । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ଯେକୈାଣସି ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିହେବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳ ସ୍ଥିତ ଲୋହୋରା ସାହିର ସୁଜାତା ନାୟକ । ୪୭ ବର୍ଷୀୟ ସୁଜାତା ନାୟକ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସବୁଠାରୁ ବଡ କଥା ହେଲା ସୁଜାତାଙ୍କ ସହିତ ତାଙ୍କର ୧୬ ବର୍ଷର ସାନ ପୁଅ ଆୟୁଷ ନାୟକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ଦାରିଙ୍ଗବାଡି(କେନ୍ୟୁଜ୍): ଶିକ୍ଷା ଏକ ଜୀବନ ବ୍ୟାପୀ ପ୍ରକ୍ରୀୟା । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ଯେକୈାଣସି ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିହେବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳ ସ୍ଥିତ ଲୋହୋରା ସାହିର ସୁଜାତା ନାୟକ । ସୁଜାତାଙ୍କ ବୟସ ୪୭ ବର୍ଷ। ୪୭ ବର୍ଷୀୟ ସୁଜାତା ନାୟକ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସବୁଠାରୁ ବଡ କଥା ହେଲା ସୁଜାତାଙ୍କ ସହିତ ତାଙ୍କର ୧୬ ବର୍ଷର ସାନ ପୁଅ ଆୟୁଷ ନାୟକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ତେବେ ଏହି ମାଟ୍ରିକ ପରୀକ୍ଷାରେ ଉଭୟ ମା ପୁଅ କୃତକାର୍ଯ୍ୟ ହୋଇଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଜାତା ନାୟକ ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ବେଳେ ପୁଅ ଆୟୁଷ ନାୟକ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ପରୀକ୍ଷା ଦେଇ ମା ସୁଜାତା ୬୦୦ ମାର୍କ ରୁ ୩୪୬ ମାର୍କ ରଖି B2 ପାଇଥିବା ବେଳେ ପୁଅ ଆୟୁଷ ନାୟକ ୬୦୦ ମାର୍କ ରୁ ୨୫୮ ମାର୍କ ରଖି D ପାଇଛନ୍ତି । ତେବେ ସୁଜାତା ନାୟକ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ ।

ସୁଜାତା ଦାରିଙ୍ଗବାଡି ଓଡିଶା ଜୀବିକା ମିଶନର ସିଆରପି ଭାବେ କାର୍ଯ୍ୟ କରୁଥିବାବେଳେ ସେ ଯୁଆଡେ ଯାଇଥିଲେ ତାଙ୍କୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପଚରା ଯାଉଥିଲା। ଯେଉଁଥି ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡୁଥିଲା। ତେବେ କଥାରେ ଅଛି ମନୋବଳ ଶକ୍ତ ଥିଲେ ହାର୍ ମାନିଥାଏ ବୟସ। ସେ ପୁଣି ନିଜକୁ ପ୍ରସ୍ତୁତ କଲେ ଏବଂ ପାଠ ପଢି ଆଜି ମାଟ୍ରିକ ପାସ୍ କରିଛନ୍ତି। ଏହି ପରୀକ୍ଷା ଦେବା ପାଇଁ ତାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଖୁବ୍ ଉତ୍ସାହିତ କରିଥିବା ସେ କହିଛନ୍ତି।

କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଆଜିର ଏହି ଘଟଣା। ତେବେ ସୁଜାତାଙ୍କ ଏଭଳି ସଫଳତା ଅନ୍ୟମାନଙ୍କୁ ନିହାତି ପ୍ରେରଣା ଯୋଗାଇବ ।

 

Leave A Reply

Your email address will not be published.