ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ବାଘ ସହ ଲଢ଼ିଲା ମଇଁଷି, ଭାଇରାଲ ହେଲା ଭିଡିଓ

ମାଆ ମାନେ ଧର୍ଯ୍ୟ ଓ ସାହସର ପ୍ରତୀକ ହୋଇଥାନ୍ତି । ପ୍ରତ୍ୟେକ ମାଆ ତାର ପିଲାଙ୍କୁ ରକ୍ଷା କରିବା ପାଇଁ ଅନେକ କିଛି ଅସମ୍ଭବ କାର୍ଯ୍ୟ କରିପାରେ। କେବଳ ମଣିଷ ଜାତି ନୁହେଁ ବରଂ ପଶୁ ଜାତିରେ ମଧ୍ୟ ଏହି ଉଦାହରଣ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଛି । ଯାହାକୁ ଲୋକ ଖୁବ ପସନ୍ଦ କରୁଛନ୍ତି ।

ଏହି ଭିଡିଓରେ ଏକ ମଇଁଷି ନିଜ ଛୁଆ ସହ ବୁଲୁଥିବା ସମୟରେ ପଛରୁ ବାଘ ଆକ୍ରମଣ କରିଥିଲା । ପଛରୁ ବାଘ ଆସି ଏହି ଛୁଆ ଉପରେ ଆକ୍ରମଣ କରିଲା । ଏହାକୁ ଦେଖି ମଇଁଷି ତାର ଛୁଆକୁ ରକ୍ଷା କରିବା ପାଇଁ ବାଘ ସହ ଏକା ଲଢ଼ିବାକୁ ଲାଗିଲା । ଦେଖନ୍ତୁ ଏହି ଭିଡିଓ..

ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ବାଘ ସହ ଲଢ଼ୁଥିବାର ଦୃଶ୍ୟ ଏକ କ୍ୟାମେରାରେ କଏଦ ହୋଇଥିଲା । ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗୁୁଛି । ଏହାକୁ ସୁଶାନ୍ତ ନନ୍ଦ ଆଇଏଫଏସ୍ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ୨୮ହଜାରରୁ ଅଧିକ ଲୋକ ଦେଖିବା ସହ ୫୦୦ରୁ ଅଧିକ ରିଟ୍ୱିଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.