ନିଜ ୧୦ମାସର ଝିଅକୁ ଛାଡି ଦେଶ ସେବା କରିବାକୁ ଯାଉଥିବା ବେଳେ କାନ୍ଦି ପକାଇଲେ ମହିଳା ସୈନିକ, ଭାଇରାଲ୍ ହେଉଛି ଭିଡିଓ

ଗୋଟେ ସନ୍ତାନକୁ ଯିଏ ସବୁଠୁ ଅଧିକ ଭଲ ପାଇଥାଏ ସେ ହେଉଛି ମା’। ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହା ଆପଣଙ୍କୁ ଭାବବିହ୍ବଳ କରିଦେବ। ଗୋଟେ ମା’ ଓ ସନ୍ତାନକୁ ନେଇ ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିଛି ।

ନୂଆଦିଲ୍ଲୀ: ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’। ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଏହାର ଅର୍ଥ ବ୍ୟାପକ। ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯିଏ ସଂସାରକୁ ଆଣେ ସେ ହେଉଛି ମା’ । ଦୁନିଆର ସବୁ ମିଠା, ସ୍ନେହ, ଶ୍ରଦ୍ଧା, ପ୍ରେମ ଭରି ରହିଛି ତା କୋଳରେ । ଗୋଟେ ସନ୍ତାନକୁ ଯିଏ ସବୁଠୁ ଅଧିକ ଭଲ ପାଇଥାଏ ସେ ହେଉଛି ମା’। ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହା ଆପଣଙ୍କୁ ଭାବବିହ୍ବଳ କରିଦେବ। ଗୋଟେ ମା’ ଓ ସନ୍ତାନକୁ ନେଇ ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିଛି ।

 

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମା’ ତାଙ୍କର ୧୦ମାସର କୁନି ଝିଅକୁ ଛାଡ଼ି ନିଜ କର୍ମକ୍ଷେତ୍ରକୁ ଯାଉଛନ୍ତି। ନିଜ ଛୁଆକୁ ଛାଡି ଟ୍ରେନ୍ ରେ ଯିବା ସମୟରେ ମା’ ନିଜର କୋହ ସମ୍ଭାଳି ପାରୁନି। ସେ ଷ୍ଟେସନରେ ଝିଅକୁ ଧରି ଭୋଭୋ ହୋଇ କାନ୍ଦି ପକାଉଛନ୍ତି। ଆଉ ପାଖରେ ଥିବା ସ୍ବାମୀ ଏବଂ ପରିବାରର ଅନ୍ଯ ସଦସ୍ଯଙ୍କୁ ଆଲିଙ୍ଗନ କରି କାନ୍ଦୁଛନ୍ତି। ଏହି ଭିଡିଓଟିରେ ଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ମା’ଜଣଙ୍କ ସେନା ବାହାନୀରେ କାର୍ଯ୍ଯରତ ଥିବା ତାଙ୍କ ପୋଷାକରୁ ବାରି ହୋଇପଡୁଛି।

ତେବେ ଏହି ଭିଡିଓକୁ @ସୁବାଷବାଜେପେୟୀ୧୮ ନାମକ ପେଜରୁ ସେୟାର କରାଯାଇଛି। ଭିଡିଓଟିକୁ ଏଯାଏ ପାଖାପାଖି ଏକ ଲକ୍ଷ ୪୦ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓରେ ଦିଆଯାଇଥିବା କ୍ୟାପସନରେ ଲେଖାଯାଇଛି, ‘ଯେତେବେଳେ ଦେଶ ପାଇଁ ଥିବା କର୍ତ୍ତବ୍ୟ ଆଗରେ ଘର ପ୍ରତି ଥିବା କର୍ତ୍ତବ୍ୟ ହାରି ଯାଇଥାଏ।’

ସୋସିଆଲ ମିଡିଆରୁ ଯାହା ସୂଚନା ମିଳିଛି, ଏହି ମହିଳା ସୈନିକଙ୍କ ନାମ ବର୍ଷଣି ପାଟିଲ। ସେ ତାଙ୍କ କର୍ମସ୍ଥଳୀକୁ ଛୁଟି ସାରି ଫେରିଯାଉଛନ୍ତି। ସେହି ସମୟରେ ଘରେ ସେ ତାଙ୍କ ୧୦ମାସର ଛୁଆ, ସ୍ବାମୀ ଓ ପରିବାରଲୋକଙ୍କୁ ଛାଡ଼ି ଯାଉଥିବାବେଳେ ନିଜର ଲୁହକୁ ଅଟକାଇ ପାରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.