ଏମିତି ପୁଅ ସଭିଙ୍କୁ ମିଳୁ ! ମା’ର ଜୀବନ ବଞ୍ଚେଇବା ପାଇଁ କାଢି ଦେଲା ନିଜ କିଡ୍ନୀ

ବିଶ୍ୱ ମାତୃ ଦିବସରେ ମା’କୁ ସର୍ବ ଶ୍ରେଷ୍ଠ ଗିଫ୍ଟ ଦେଲା ପୁଅ । ନିଜ ଅଙ୍ଗ ଦାନ କରି ମା’ର ଜୀବନ ବଂଚେଇବା ଠାରୁ ଆଉ ବଡ ଗିଫଟ ଆଉ ବା କଣ ହୋଇପାରେ । କଣ ଭାବୁଛନ୍ତି ? ଘଟଣାଟି ପ୍ରକୃତରେ କଣ ସତ ନା ମିଛ । ହଁ ଆଜ୍ଞା ସତ । ନିଜ ମା’ର ଜୀବନ ରକ୍ଷା କରିବାକୁ ଏତେ ସବୁ କରିବାକୁ ତିଳେ ହେଲେ ବି ପଛଘୁଞ୍ଚା ଦେଇନି ନିଜ ଜନ୍ମକଲା ପୁଅ । ଗୋଟେ ପଟରେ ବୁଢ଼ୀ ମା’କୁ ବୋଝ ବୋଲି ଭାବି ତାକୁ ଘରୁ ତଡ଼ି ଦେବାକୁ ଟିକେ ବି ପଛଘୁଞ୍ଚା ଦେଉନଥିବା ବେଳେ ନିଜର ଗୋଟିଏ କିଡ୍ନୀ ଦେଇ ମା’ର ଜୀବନ ବଂଚେଇବା ସମାଜରେ ଏକ ଉଦାହରଣ ସୃଷ୍ଟି କରିଛି ନିଶ୍ଚୟ । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଦୁଇଟି ଯାକ କିଡ୍ନୀ ସମ୍ପୂର୍ଣ୍ଣ ରୂପେ ଖରାପ ହେବା କାରଣରୁ ମା’ଙ୍କ ସ୍ଥିତି ଖରାଫେଂବାକୁ ଲାଗିଲା । ଦେହ ଏମିତି ବିଗିଡ଼ିବାକୁ ଲାଗିଲା ଯେ ସେ ନିଜ ନିତିଦିନିଆ କାମ ବି ଠିକ ଭାବରେ କରିପାରୁନଥିଲେ । ଏମିତି ସ୍ଥିତିରେ ଏକ ମାତ୍ର ଚିକିତ୍ସା ଥିଲା “କିଡ୍ନୀ ଟ୍ରାନ୍ସପମ୍ପ୍ଲାଣ୍ଟ” । ଆଉ ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ନିଜର ଗୋଟିଏ କିଡ୍ନୀ ଦେଇ ମା’ଙ୍କ ଜୀବନ ରକ୍ଷା କରିବାକୁ ହେଲେ ପୁଅ ।

ଯେଉଁ ପୁଅକୁ ଜନ୍ମ କରି ତାକୁ ଲାଳନ ପାଳନ କରି ଏଡିଟିକେରୁ ଏତେ ବଡ କରିଥିଲେ ଆଜି ସେ ହିଁ ତାଙ୍କ ଜୀବନ ବଞ୍ଚେଇଛି । ଏକ ଘରୋଇ ହସ୍ପିଟାଲରେ ପିୟା ମୁଖାର୍ଜୀ ନାମକ ସେହି ମହିଳା ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୟୁରୋଲୋଜି ବିଭାଗର ଏଚଓଡ଼ି ଡଃ ବିକାଶ ଅଗ୍ରୱାଲ କହିଛନ୍ତିକି କିଛି ଦିନ ହେବ ମହିଳାଙ୍କ ପାଦରେ ଖୁବ ଜୋରରେ ଦରଜ ହେଉଥିଲା । ଥକ୍କା ପଣ ଅନୁଭବ ହେଉଥିବାବେଳେ ଓଜନ ମଧ୍ୟ କମିବାକୁ ଲାଗିଲା । ନିୟମିତ ଭାବେ ଔଷଧ ଚାଲିଥିଲେ ବି ସେମିତି କୌଣସି ପ୍ରଭାବ ପଡ଼ିନଥିଲା । ଆଉ ଏପଟେ ଦୁଇଟି ଯାକ କିଡ୍ନୀ ଫେଲ ହୋଇଥିଲା ଆଉ ତାଙ୍କ ଅବସ୍ଥା ଶେଷ ଷ୍ଟେଜରେ ପହଁଚିଯାଇଥିଲା । ମା’ଙ୍କ ଏମିତି ସ୍ଥିତି ଦେଖି ପୁଅ କିଡ୍ନୀ ଦାନ କରିବା ପାଇଁ ଆଗଭର ହୋଇଆସିଥିଲେ । ଆଉ ଏହି କେଶରେ ଡାକ୍ତର ପ୍ରକାଶ କରିଛନ୍ତିକି ଏମିତି ଏକ କେଶରେ ଜଣେ ଅବିବାହିତ ପୁଅ ମା’ଙ୍କୁ ନିଜ କିଡ୍ନୀ ଦେବା ଭଳି ଘଟଣା ଖୁବ ବିରଳ ।

ସୂଚନାରୁ ଜଣା ଯାଇଛିକି ମହିଳା ଜଣଙ୍କ ପେଶାରେ ଜଣେ ଡ୍ୟାନ୍ସର । ଆଉ କିଡ୍ନୀ ଖରାପ ହେବା କାରଣରୁ ପୁଣି ଥରେ ଯେ ସେ ନିଜ ପୂର୍ବବସ୍ଥାକୁ ଫେରିଆସିବେ ସେମିତି ବି ସେ ଭାବି ନଥିଲେ । ଜଣେ ମା ହେବା ଦୃଷ୍ଟିରୁ ପୁଅ ଠାରୁ କିଡ୍ନୀ ନେବା ତାଙ୍କ ପାଇଁ ସେତେଟା ସହଜ ନଥିଲା । କିନ୍ତୁ ପୁଅର ବାରମ୍ବାର ଅନୁରୋଧକୁ ବି ସେ କାଟିପାରି ନଥିଲେ । ଆଉ ଶେଷରେ ପୁଅ ଠାରୁ କିଡ୍ନୀ ନେବା ପାଇଁ ରାଜି ହୋଇଯାଇଥିଲେ । ସେପଟେ ଏକ୍ସପର୍ଟ ମାନଙ୍କ କହିବା ଅନୁଯାୟୀ ଡୋନେସନ ସମୟରେ ସବୁବେଳେ ମହିଳା କିମ୍ବା ଝିଅ ମାନେ ହିଁ ଆଗ ପାଦ ବଢ଼ାନ୍ତି । ଯୁବକ ମାନଙ୍କ ସଂଖ୍ୟା କମ ଥାଏ ଯେଉଁମାନେ ନିଜ ଅଙ୍ଗଦାନ କରି ମା ବାପାଙ୍କ ଜୀବନ ବଞ୍ଚାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.