ଡେଙ୍ଗା ହେବା ପାଇଁ ଦିନକୁ ୩୦୦୦ ଥର ସ୍କିପିଂ କରାଉଥିଲା ମା ଏବେ ଆଉ କାମ କରୁନି ଝିଅର ଆଣ୍ଠୁ

ଚାଇନାରେ ଲୋକଙ୍କ ଉଚ୍ଚତା ବହୁତ ଲମ୍ବା ହୋଇନଥାଏ । ଏପରି ପରିସ୍ଥିତିରେ ଜେନଜିୟାଙ୍ଗ ପ୍ରଦେଶର ଜଣେ ମା ନିଜ ଝିଅର ଲମ୍ବା ହେବା ପାଇଁ ଏକ୍ସରସାଇଜ କରିବାକୁ ନିଷ୍ପତ୍ତି ନେଇଥିଲେ । ମା ନିଜ ଝିଅକୁ ଡେଙ୍ଗା କରାଇବା ପାଇଁ ଏତେ ଏକ୍ସରସାଇଜ କରାଇଲା ଯେ ଆଗାମୀ ସମୟରେ ଝିଅଟି ଚଲାବୁଲା କରିବାରେ ମଧ୍ୟ ଅସୁବିଧା ହୋଇଥିଲା ।

ଜେନଜିୟାଙ୍ଗ ରାଜ୍ୟର ହ୍ୟାଙ୍ଗଝୋଉର ବାସିନ୍ଦା ମହିଳା ୧୩ ବର୍ଷୀୟ ଝିଅକୁ ଦିନକୁ ୩୦୦୦ ଥର ରସିରେ ଡେଇଁବାକୁ ବାଧ୍ୟ କରୁଥିଲେ । ଝିଅଟି ନିଜ ମାଙ୍କ ପାଖରେ ଅନେକଥର ଅଭିଯୋଗ କରୁଥିଲା ଯେ ଅଧିକ ଏକ୍ସରସାଇଜ କଲେ ତା ଆଣ୍ଠୁରେ ଯନ୍ତ୍ରଣା ହେଉଛି, କିନ୍ତୁ ମା ମୁଣ୍ଡରେ ତାର ଡେଙ୍ଗା ହେବାର ଭୁତ ପଶିଥିଲା ଏବଂ ସେ ଝିଅର କୌଣସି କଥା ଶୁଣୁନଥିଲେ । ମହିଳା ଝିଅଟିକୁ ସେପର୍ଯ୍ୟନ୍ତ ରସି ଡେଇଁବାପାଇଁ ବାଧ୍ୟ କରୁଥିଲେ, ଯେପର୍ଯ୍ୟନ୍ତ ତାର ଆଣ୍ଠୁ ଜବାବ ଦେଇନଥିଲା ।

ଆଶ୍ଚର୍ଯ୍ୟର କଥା ଯେ ଡେଙ୍ଗା କରିବା ଚକ୍କରରେ ମା କୌଣସି ଡକ୍ଟରଙ୍କଠାରୁ ମଧ୍ୟ ପରାମର୍ଶ ନେଲେନାହିଁ, ବରଂ ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଝିଅକୁ ରସିରେ ଡେଇଁବାପାଇଁ ବାଧ୍ୟ କରିଚାଲିଲେ। ଆରମ୍ଭରେ ସେ ଝିଅଟିକୁ ୧୦୦୦ ଥର ରସି ଡେଇଁବାକୁ କହୁଥିଲେ, କିନ୍ତୁ ସମୟ ବଢ଼ିବାମାତ୍ରେ ମା ଦିନକୁ ୩୦୦୦ ସ୍କିପିଂ ସ୍ଥିର କରିଦେଲେ ।

ମା ନିଜ ଝିଅକୁ ଲଗାତାର ଭାବରେ ୩ମାସ ଧରି ଟର୍ଚର କରିଚାଲିଲେ। ଏହାପରେ ଝିଅଟିର ଆଣ୍ଠୁ ଜବାବ ଦେଲା ଏବଂ ସେତେବେଳେ ଯାଇ ମା ନିଜ ଝିଅକୁ ଡାକ୍ତରଙ୍କ ପାଖକୁ ନେଇ ପହଞ୍ଚିଲେ । ଡାକ୍ତର କହିଛନ୍ତି ଯେ ଝିଅଟିକୁ ଟ୍ରାକସନ ଏପୋଫିସିଟିସ ହୋଇଯାଇଛି। ବର୍ତ୍ତମାନ ଚୀନର ଏହି ମହିଳାଙ୍କ ପାଖରେ ଅନୁତାପ କରିବା ଛଡା ଅନ୍ୟ କୌଣସି ଉପାୟ ନାହିଁ।