ସ୍ପେଶାଲ

ଏମିତି କଣ କେଉଁ ମାଆ କରିପାରେ? ନିଜ ସନ୍ତାନକୁ ମାରିବାକୁ ଭାଲୁ ସାମ୍ନାକୁ ଠେଲିଦେଲେ ମହିଳା

ଉଜବେକିସ୍ତାନରୁ ଏକ ଛାତି ଥରା ଦୃଶ୍ୟ ସାମନାକୁ ଆସିଛି। ଏକ ମାଆ ନିଜ ଝିଅକୁ ପହଁରା ଶିଖାଇବା ପାଇଁ ଏକ ଚିଡ଼ିଆଖାନାରେ ଥିବା ପାର୍କକୁ ନେଇଯାଇଥିଲେ ଓ ନିଜ ଶିଶୁକୁ ଭାଲୁ ସାମ୍ନାକୁ ଧକ୍କା ମାରିଥିଲେ। ହି ଘଟଣା ଚିଡ଼ିଆଖାନାରେ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇକି ରହିଛି। କଥାରେ ଅଛି ଭଗବାନ୍ ସବୁ ଯାଗାରେ ପହଞ୍ଚି ପାରନ୍ତି ନାହିଁ ସେଥିପାଇଁ ନିଜର ପ୍ରତିରୂପ ସ୍ୱରୂପ ମାଆଙ୍କୁ ବନେଇଛନ୍ତି,ନିଜ ଛୁଆର ରକ୍ଷା କରିବା ପାଇଁ। ଏକ ମାଆ ସବୁବେଳେ ବିପଦରୁ ନିଜ ଛୁଆକୁ ରକ୍ଷା କରିବା ପାଇଁ କିଛିବି କରିପାରିବ। କିନ୍ତୁ ଯଦି ନିଜ ମାଆ ଛୁଆର ଶତ୍ରୁ ପାଲଟି ଯିବ ତେବେ କ’ଣ ହେବ? ଏମିତି ଏକ ଛାତି ଥରା ଦୃଶ୍ୟ ଉଜବେକିସ୍ତାନ ତାଷ୍କେନ୍ଦରେ ଘଟିଛି। ଯେଉଁଠି ଏକ ମାଆ ନିଜ ଝିଅକୁ ପହଁରା ଶିଖାଇବା ପାଇଁ ଏକ ଚିଡ଼ିଆଖାନାରେ ଥିବା ପାର୍କକୁ ନେଇକି ଯାଇଥିଲେ ଓ ନିଜ ଛୁଆକୁ ଭାଲୁ ସାମ୍ନାକୁ ଧକ୍କା ମାରିଥିଲେ।ଏହି ଘଟଣା ଚିଡ଼ିଆଖାନାରେ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇ ଭାଇରାଲ ହେବାକୁ ଲାଗିଛି।

ଏହି ଭିଡିଓ ଦେଖିଲା ପରେ ଆପଣ ନିଜେ ଭାବିବାକୁ ଲାଗିବେ ଏକ ମାଆ ନିଜ ଛୁଆ ସହ ଏମିତି କେମିତି କରିପାରିବ। ଏହି ଘଟଣା ସମୟରେ, ଚିଡ଼ିଆଖାନାର କର୍ମଚାରୀ ଭାଲୁ ଗୁମ୍ଫାରେ ପହଁଚିଗଲେ ଓ ଛୁଆକୁ ବଞ୍ଚେଇଦେଲେ।
ମିଡିଆ ରିପୋର୍ଟର ତଥ୍ୟ ମୁତାବକ ଏକ ୩ବର୍ଷର ଝିଅ ନିଜ ମାଆ ସହ ଚିଡ଼ିଆଖାନା ଯାଇଥିଲା । ଏହାପରେ ଝିଅର ମାଆ ଭାଲୁକୁ ଦେଖେଇବା ପାଇଁ ଭାଲୁ ଗୁମ୍ଫାର ରେଲିଂ ପାଖରେ ଛିଡ଼ା ହେଇଥିଲେ। ସବୁ କିଛି ଠିକ୍ ଠାକ୍ ଚାଲିଥିଲା କିନ୍ତୁ କିଛି ସମୟ ପରେ ଏମିତି ହେଲାଯେ ସେଠାରେ ଥିବା ସମସ୍ତ ଲୋକ ଭୟଭୀତ ହୋଇଯାଇଥିଲେ। ମହିଳା ଜଣକ ନିଜ ଝିଅକୁ ଭାଲୁ ଦେଖେଇବା ବାହାନାରେ ରେଲିଂରୁ ଧକ୍କା ମାରିଥିଲେ। ଏହାର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି।

ଆପଣ ଭିଡିଓରେ ଦେଖିପାରିବେ ଛୁଆଟି ଭାଲୁ ରହୁଥିବା ସ୍ଥାନରେ ପଡ଼ିବା ପରେ,ଭାଲୁଟି ଛୁଆ ପାଖକୁ ଯିବାପାଇଁ ଚେଷ୍ଟା କରିଛି କିନ୍ତୁ ଖୁସିର କଥା ଜୁଜୁ ନାମକ ଭାଲୁ ଛୁଆଟିର କୌଣସି କ୍ଷତି କଲା ନାହିଁ। ଭାଲୁଟି ଛୁଆଟିକୁ ଶୁଙ୍ଘିଦେଲା ଓ ଛାଡିଦେଲା। ଛୁଆଟି ଭାଲୁ ଘରେ ପଡ଼ିଯିବାର ଶୁଣି ଚିଡ଼ିଆଖାନାର କର୍ମଚାରୀ,ଭାଲୁ ରହୁଥିବା ସ୍ଥାନକୁ ଦୌଡ଼ିକି ଯାଇଥିଲେ। ଏହାପରେ କର୍ମଚାରୀ ଛୁଆଟିକୁ ଭାଲୁ ଗୁମ୍ଫାରୁ ଉଦ୍ଧାର କରିଲେ । ଏହି ଘଟଣାରେ ଛୁଆଟି ଅଳ୍ପ କ୍ଷତାକ୍ତ ହେଇଥିଲା,କିନ୍ତୁ ଛୁଆଟି ବହୁତ୍ ଭୟଭୀତ ହୋଇ ଯାଇଥିଲା ।

ମିଡିଆ ରିପୋର୍ଟର ଅନୁସାରେ ,ଏହି ଘଟଣା ପରେ ଛୁଆଟିକୁ ହତ୍ୟା ଉଦ୍ୟମ ଦୋଷରେ ପୋଲିସ ପିଲାଟିର ମାଆକୁ ଗିରଫ କରିଛନ୍ତି। ଯଦି ପିଲାଟିର ମାଆ ଦୋଷୀ ସାବ୍ୟସ୍ତ ହେବେ , ତେବେ ତାଙ୍କୁ ୧୫ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଚିଡିଆଘରର ଏକ ବ୍ୟକ୍ତି କହିଥିଲେ ଯେ ମହିଳା ଜଣଙ୍କ ଜାଣିଶୁଣି ନିଜ ଶିଶୁକୁ ଭାଲୁ ଗୁମ୍ଫାକୁ ଧକ୍କା ମାରିଥିଲେ । ସେଠି ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ମଧ୍ଯ ଏହି ଘଟଣାରେ ସମାନ ମତ ଦେଇଛନ୍ତି। ଲୋକଙ୍କ କହିବା କଥା ହେଲା ଏହି ଘଟଣା ସମୟରେ ଆମେ ସମସ୍ତେ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେତେବେଳକୁ ମହିଳା ପିଲାଟିକୁ ଧକ୍କା ମାରିସାରିଥିଲେ । ମହିଳା ଜଣକ ଏପରି କାହିଁକି କରିଲେ ଏଯାବତ୍ କୌଣସି ସ୍ପଷ୍ଟ ଖବର ମିଳିନାହିଁ।

video courtesy : RT

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

33 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago