ତୁମେ ମଣିଷ ନା ଅମଣିଷ, ମୋ ଛୁଆକୁ ନେଇ ଯାଉଛ କୁଆଡ଼େ ?

ଆରେ ମୋ ଧନକୁ କୁଆଡେ ନେଇ ଯାଉଛ, କଣ ହେଇଛି ତାର, ଟିକେ ରୁହ ସେ ଟିକେ କ୍ଷୀର ପିଇ ଦେଲେ ତାର ସବୁ ଠିକ ହୋଇ ଯିବ l ଛାଡ଼ ତାକୁ କାହିଁକି ବସ୍ତାରେ ପୂରାଇ ନେଇକି ଯାଉଛ । ମୋ କଥା କେହି ଶୁଣୁନ କାହିଁକି । ମୋତେ ଟିକେ କୁହ କଣ ହେଇଛି ମୋ ଧନର ରଖ ରଖ ଗାଡି ରଖ ମୋ ଧନ କୁ ଟିକିଏ ଦେଖିଦିଏ l ଇଏ ହେଉଛି ଗୋଟିଏ ମା ମୁହଁର କଥା । କିନ୍ତୁ ଏ ତ ପଶୁଟିଏ କଥା କହିବାର କ୍ଷମତା ନାହିଁ ହେଲେ ଏହି ଶଦ୍ଦ ମା ଗାଈର ଥିଲା । ତା ମନର ବ୍ୟଥା l ଆମେ ଖାଲି ମଣିଷ ର କିଛି ହେଲେ ତା ପାଇଁ ଚିନ୍ତା କରୁଛନ୍ତି ହେଲେ ଏମାନଙ୍କ କଥା କିଏ ବୁଝୁଛି l ଏହି ଦୁଃଖଦ ଘଟଣାଟି ଦେଖିବା ପରେ ଆପଣଙ୍କ ଆଖିରୁ ବି ଧାର ଧାର ଲୁହ ଗଡ଼ିଯିବ ।

ରାସ୍ତାର ଗୋଟିଏ ପାର୍ଶ୍ୱ ରେ ଗାଈଟିଏ ଠିଆ ହୋଇ ରହିଛି l ତଳେ ଗୋଟିଏ କୁନି ବାଛୁରୀ ପଡ଼ି ଛଟପଟ ହେଉଛି l ଗାଈ ଟି ଏଣେ ତେଣେ ଚାହିଁ ହମା ରଡ୍ଡୀ କରୁଛି l ଆରେ କିଏ ଟିକେ ଆସ ମୋ ଧନ ତଳେ ପଡିଛି ତାକୁ ଟିକେ ଉଠାଇ ନିଅ l ଏତିକି ସାହାଯ୍ୟ କର ମୋ ଧନକୁ ବୋଲି ମଣିଷ ହୋଇଥିଲେ କହିଥାନ୍ତା l କିନ୍ତୁ ଏ ହେଉଛି ଗୋଟିଏ ଗାଈ ସେ ବା ମୁହ ଖୋଲି କିପରି କହିପାରିବ । ଖାଲି ତା ଶଦ୍ଦ ଠାରରେ ଏପରି ଆର୍ତ୍ତ ଚିତ୍କାର କରିଥିଲା l ସେହି ରାସ୍ତାରେ ଅନେକ ଗାଡି ମୋଟର ଯା ଆସ କରୁଛି ସତ କିନ୍ତୁ ଆହତ ବାଛୁରୀ କି ଗାଈ ଉପରେ କାହାରି ନିଘା ନଥିଲା l କାହିଁକି ଏ ଗାଈ ବାଛୁରୀଟି ଏମିତି ପରିସ୍ଥିତିରେ ଅଛନ୍ତି l

ସେଦିନର କଥା ଯାହା ପଶୁପ୍ରେମୀଙ୍କ ସୂଚନା ଥିଲା l ଜଣେ ମଦ୍ୟପ ରାସ୍ତାରେ ହଠାତ କୁନି ବାଛୁରୀ ଟିକୁ ଧକ୍କା ଦେଇଥିଲା l ସେହି ଧକ୍କାରେ କୁନି ବାଛୁରୀ ତଳେ ପଡ଼ିଗଲା l ମଦ୍ୟପ ମଧ୍ୟ ତଳେ ପଡ଼ିଗଲା l କିନ୍ତୁ ବଡ଼ ଦୁଃଖର ବିଷୟ ଯେତେବେଳେ ଦୁର୍ଘଟଣା ଘଟିଲା ବାଛୁରୀଟି ତଳେ ପଡ଼ି ଛଟପଟ ହେଉଛି କିନ୍ତୁ ସବୁ ଲୋକ ମଦୁଆ ଜଣଙ୍କୁ ନେଇ ହସ୍ପିଟାଲ ଗଲେ କିନ୍ତୁ ବାଛୁରୀ ଛୁଆଟିକୁ ସେହିଠାରେ ଛାଡ଼ି ଚାଲିଗଲେ l ଫଳରେ କିଛି ସମୟ ପରେ ଘଟଣାସ୍ଥଳରେ ଏଇ ବାଛୁରୀଟିର ଜୀବନ ଚାଲିଗଲା l ଆଉ ସେଇ ରାସ୍ତାରେ ବାଛୁରୀଟିକୁ ଜଗି ରହିଥିଲା ଗାଈ । ତା ପରେ ସେଠାରେ ପହଞ୍ଚିଥିଲେ ଜଣେ ସହୃଦୟ ବ୍ୟକ୍ତି ଆଉ ମୃତ ବାଛୁରୀଟିକୁ ଉଦ୍ଧାର କରିଥିଲେ । ପରେ ବାଛୁରୀଟିକୁ ଏକ ଅଖାରେ ପୂରାଇ ନିଜ ଗାଡ଼ିରେ ଶବ ସତ୍କାର ପାଇଁ ନେଉଥିଲେ । ଶେଷରେ ଏଇ ବାଛୁରୀ ଛୁଆଟିକୁ ନେଇ ଶବ ସତ୍କାର କରାଇଥିଲେ । କିନ୍ତୁ ଯେତେବେଳେ ବାଛୁରୀଟିକୁ ନେଉଥିଲେ ସେତେବେଳେ ସେହି ସମୟର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା ।

ନିଜ ଛୁଆକୁ ଅନ୍ୟ କେହି ନେଇଯାଉଥିବାର ଦେଖି ଛୁଆ ପଛରେ ଧାଇଁଥିଲା ମା । ଯେତେବେଳେ ଗାଡ଼ି ଅଟକୁଥିଲା ସେତେବେଳେ ତା ଛୁଆକୁ ଚାଟି ପକାଉଥିଲା । କାଳେ ବାଛୁରୀ ଉଠି ପଡ଼ି ମା ବୋଲି ଡାକିବ । ପାଦରେ ଦୌଡ଼ି ପାରୁନଥିଲେ ମଧ୍ୟ ଛୁଆ ପଛରେ ଧାଇଁ ଥିଲେ । ଟିକିଏ ବି ଥକୁ ନଥିଲେ । କାହିଁକି ନାଁ ଛୁଆର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲା ଏଇ ମା ଜଣକ । ତାର ଏଇ ଆବେଗ ଭଲପାାଇବା ମା ଆଉ ଛୁଆର ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ ବୋଲି ଚେତାଇ ଦେଉଥିଲା ।

ସତରେ କଣ ମଣିଷ ଜୀବନ ଆଗରେ ଅଲୋଡ଼ା ଏଇ ପଶୁମାନଙ୍କ ଜୀବନ ? ଏମାନେ କଥା କହିପାରୁ ନାହାଁନ୍ତି ସତ କିନ୍ତୁ ଏମାନଙ୍କ ମନରେ ବି ଉଦାରତା, ଆବେଗ,ଭଲପାଇବା, ସ୍ନେହ ଶ୍ରଦ୍ଧା ଭରି ହୋଇ ରହିଛି । ସେଥିପାଇଁ ତ ନିଜ ଛୁଆକୁ ଏପରି ଅବସ୍ଥାରେ ଦେଖି ସହି ପାରି ନଥିଲା ଏଇ ମା ଗାଈ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like