ଦୁନିଆର ପ୍ରଥମ ବ୍ୟକ୍ତି, ଯିଏ କେବଳ ନିଜ ଭାବନା ଦ୍ୱାରା କରୁଛନ୍ତି ଟ୍ଵିଟ; ନା ଲେଖିବାକୁ ପଡୁଛି ନା କହିବାକୁ

ଅଷ୍ଟ୍ରେଲିଆର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଜାଣିଲା ପରେ ହୁଏତ ଆପଣ ବିଶ୍ୱାସ କରିବେନି। ଅଷ୍ଟ୍ରେଲିଆର ଏକ ପାରାଲିସସ୍‌ ବ୍ୟକ୍ତି ନିଜ ଭାବନା ଦ୍ୱାରା ଟ୍ଵିଟ କଲେ। ମାନେ ବ୍ୟକ୍ତି ଜଣକ କେବଳ ନିଜ ବିଚାରକୁ ଉପଯୋଗ କରି ଟ୍ଵିଟ କରିବାରେ ସକ୍ଷମ ହେଲେ । ସେ ଟ୍ଵିଟରେ କିଛି ଟାଇପ କରିନାହାନ୍ତି କି କିଛି କହିନାହଁନ୍ତି । କିନ୍ତୁ ସେ ଯାହା ଭାବୁଥିଲେ ତାହା ଟ୍ଵିଟ ହୋଇଯାଉଥିଲା। ଶ ୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଜଣେ ବ୍ୟକ୍ତି କେବଳ ନିଜ ଭାବନା ଦ୍ୱାରା କିପରି ଫୋନରେ ଟ୍ଵିଟ କରିପାରିବ।

ଏମିତି କେବେ ଆପଣ ଭାବିଛନ୍ତି ଯେ ଜଣେ ବ୍ୟକ୍ତିର ପୁରା ଶରୀର କାମ କରିବା ବନ୍ଦ କରିଦେବ। ତାପରେ ବି ସେ ନିଜ ଭାବନାକୁ ଟେକ୍ସଟ ରେ ଟ୍ରାନ୍ସଲେଟ କରି ପାରିବା ସମ୍ଭବ କି? ଏହା ଅସମ୍ଭବ ଲାଗୁଥିଲେ ବି ବର୍ତ୍ତମାନ ଏହା ବାସ୍ତବରେ ସମ୍ଭବ ହୋଇଛି । ଅଷ୍ଟ୍ରେଲିଆର ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ନ୍ୟୁରୋ ଡିଜଜ୍‌ ରେ ଆକ୍ରାନ୍ତ ଅଛନ୍ତି। ଏହାପରେ ବି ସେ ନିଜ ଭାବନା ବଳରେ ଟ୍ଵିଟରକୁ ଖୁବ ଭଲ ଭାବେ ବ୍ୟବହାର କରୁଥିଲେ। ନିଜ ଭାବନାକୁ ଉପଯୋଗ କରି ମେସେଜ ଟ୍ଵିଟ କରିବାରେ ଏହି ବ୍ୟକ୍ତି ଜଣକ ଦୁନିଆରେ ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି। ସେ ବିନା ଟାଇପ କରି କିଛି ବି ନକହି କେବଳ ନିଜ ମସ୍ତିଷ୍କର ଉପଯୋଗ କରି ଟ୍ଵିଟ କରିଛନ୍ତି।

astralia
pc: asianet newsable

ନ୍ୟୁରୋ ଡିଜିିଜରେ ଆକ୍ରାନ୍ତ ଥିବା ଏହି ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ପେପରକ୍ଳିପ ଆକାରର ମାଇକ୍ରୋଚିପକୁ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣକ ହେଉଛନ୍ତି ୬୨ ବର୍ଷିୟ ବୃଦ୍ଧ, ନାଁ ହେଉଛି ଫିଲିପ ଓ କିଫ। ତାଙ୍କ ବିଚାର ତଥା ଭାବନାକୁ ପଢ଼ିବା ଓ ବୁଝିବା ପାଇଁ ଏହି ମାଇକ୍ରୋଚିପ୍‌ କୁ ଲଗାଯାଇଛି। ଯାହା ସେହି ବୃଦ୍ଧ ଜଣକ ଭାବନାକୁ ଟେକ୍ସଟରେ ଟ୍ରାନ୍ସଲେଟ୍‌ କରିବ। ଏଥିପାଇଁ ସେ ବ୍ରେନ ଇମ୍ପଲାଣ୍ଟର ବ୍ୟବହାର କରି ହେଲୋ ଓ୍ଵାଲର୍ଡ କହିଲେ। ଏହି ମେସେଜ ଫାଷ୍ଟ ଡାଇରେକ୍ଟ ଥଟ୍‌ ଟ୍ଵିଟ ରୂପେ ବର୍ଣ୍ଣିତ କରାଗଲା।

ଫିଲିପ ୨୦୧୫ରୁ ଏମିୟୋଟ୍ରୋଫିକ ଲାଟେରଲ ସ୍କ୍ଲେରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏହି କାରଣରୁ ସେ ନିଜ ଶରୀର କୌଣସି ବି ଅଙ୍ଗକୁ କାମରେ ଲଗାଇପାରୁନାହାନ୍ତି। ମାନେ ସେ ନିଜ କାମ କରିବାକୁ ପୁରା ଅସମର୍ଥ। କିନ୍ତୁ ଡାକ୍ତର ତାଙ୍କ ମସ୍ତିଷ୍କରେ ମାଇକ୍ରୋଚିପକୁ ଭର୍ତ୍ତି କରିବା ପରେ ତାଙ୍କୁ ସଂକ୍ଷିପ୍ତ ମେସେଜୁକ ଟ୍ଵିଟ କରିବାର ସକ୍ଷମ କରାଗଲା। ଏହି ଅବସ୍ଥାରେ ତାଙ୍କର ପ୍ରଥମ ଟ୍ଵିଟ ଥିଲା , ହେଲୋ ଓ୍ଵାଲର୍ଡ! ଛୋଟା ଟ୍ଵିଟ, ବଡ଼ା ଆଚିଭମେଣ୍ଟ। ଏହି ଟ୍ଵିଟକୁ ସେ ସିଙ୍କ୍ରନ କମ୍ପାନୀର ସିଇଓ ଥୋମାସ୍‌ ଅକ୍ସଲିଙ୍କ ଟ୍ଵିଟର ଆକାଉଣ୍ଟରେ କରିଥିଲେ।

twitter
pc: brezzyscroll

ଏହି ଇଣ୍ଟରଫେସ କୁ କାଲିଫର୍ଣ୍ଣିଆ ସ୍ଥିତ ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ କମ୍ପାନୀ, ସିଙ୍କ୍ରନଙ୍କ ଦ୍ୱାରା ତିଆରି କରାଯାଇଥିଲା। ଏମାନେ କେବଳ ନିଜ ମସ୍ତିଷ୍କକୁ ଉପଯୋଗ କରି ରୋଗୀଙ୍କୁ କମ୍ପ୍ୟୁଟରରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାନ୍ତି। ତେବେ ଏହି କାମରେ ଫିଲିପ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଯିଏ ନିଜ ସନ୍ଦେଶକୁ ବିଚାର ମାଧ୍ୟମ ଦ୍ୱାରା ସୋସିଆଲ ମିଡିଆରେ ସଫଳତା ପୂର୍ବକ ପୋଷ୍ଟ କରିଛନ୍ତି।