ଏହି ଦ୍ୱୀପରେ ମୋଟରଯାନ ପ୍ରବେଶ ନିଷେଧ, କେବେଳ ଚାଲେ ଘୋଡା ଗାଡି

ଆଜି ବିଶ୍ୱର ସବୁ ସ୍ଥାନରେ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଦ୍ୱୀପ ବିଷୟରେ କହିବୁ ଯେଉଁଠାରେ ଯାନବାହାନ ପ୍ରବେଶ ନିଷେଧ । ଏଠାରେ ସମସ୍ତେ କେବଳ ଘୋଡା ଗାଡି ବ୍ୟବହାର କରନ୍ତି । ଆଜି ଦୁନିଆରେ ଯେଉଁଠାରେ ସାରା ବିଶ୍ୱରେ ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ଚାଲୁଛି । ଆମେରିକାର ଏକ ଏଭଳି ଦ୍ୱୀପ ରହିଛି ଯାହା ‘No vehicle zone’ ଅଟେ ।
ଏଠାରେ ଗୋଟିଏ ବି ମୋଟରଯାନ ଚାଲେ ନାହିଁ । ଏଠାରେ ସମସ୍ତେ ସାଇକେଲ ଏବଂ ଘୋଡା ଗାଡ଼ି ବ୍ୟବହାର କରନ୍ତି । ଆଜି ଯେଉଁ ଦ୍ୱୀପ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତାହା ବହୁତ ସୁନ୍ଦର ଦ୍ୱୀପ । ଅନେକ ବଡ ରିଜର୍ଟ ମଧ୍ୟ ଏଠାରେ ଉପସ୍ଥିତ । କିନ୍ତୁ ଏଠାକୁ ଆସୁଥିବା ଯାତ୍ରୀମାନଙ୍କୁ କେବଳ ଘୋଡା ଗାଡ଼ିରେ ଯାତ୍ରା କରିବାକୁ ପଡିଥାଏ । ଏହି ଦ୍ୱୀପ ଆମେରିକାରେ ଅବସ୍ଥିତ ।
ଯାନବାହାନର ଅନୁପସ୍ଥିତି ଯୋଗୁଁ, ଏହି ସ୍ଥାନରେ ବାୟୁର ଗୁଣବତ୍ତା ବହୁତ ଭଲ, ସେଥିପାଇଁ ଦୂର ଦୂରାନ୍ତର ଲୋକମାନେ ଦୀର୍ଘ ଛୁଟି ନେବା ପାଇଁ ଏଠାକୁ ରହିବାକୁ ଆସନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଆମେରିକାର ମିଶିଗାନରେ ଅବସ୍ଥିତ ମାକିନେକ୍ ଦ୍ୱୀପ ମାକିନେକ୍ କାଉଣ୍ଟିରେ ଅଛି । ସୂଚନା ଅନୁଯାୟୀ, ଗତ ୧୨୭ ବର୍ଷ ଧରି ଏଠାରେ ମୋଟର ଯାନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବାସ୍ତବରେ, ଏହି ପ୍ରତିବନ୍ଧକ ୧୮୯୮ ମସିହାରୁ ଲାଗୁ କରାଯାଇଥିଲା, ଯାହା ପରେ ଆପଣ ସମଗ୍ର ଦ୍ୱୀପରେ ଗୋଟିଏ କାର୍ କିମ୍ବା ବାଇକ୍ ପାଇବେ ନାହିଁ । ଏହି ଦ୍ୱୀପର ଯେକୌଣସି ସ୍ଥାନକୁ ଯିବାକୁ ହେଲେ ଘୋଡା ଗାଡ଼ିର ସାହାଯ୍ୟ ନେବାକୁ ପଡିବ । ଏହି ଦ୍ୱୀପର ଜନସଂଖ୍ୟା ପ୍ରାୟ ୬୦୦ । ଏହି ଦ୍ୱୀପରେ ଆପଣ କେବଳ ଘୋଡା ଗାଡି ଏବଂ ସାଇକେଲ ଦେଖିପାରିବେ ।
ଏହି ସ୍ଥାନ ଆମେରିକା ସମେତ ସମଗ୍ର ବିଶ୍ୱରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେସ ପ୍ରସିଦ୍ଧ । ଆପଣଙ୍କୁ କହି ରଖୁଛୁ ଯେ ଲୋକମାନେ ବିଶେଷ ଭାବରେ ଜୁନ୍ ମାସରେ ଲିଲେକ୍ ଫେଷ୍ଟିଭାଲ୍ ଏବଂ ଫଲ୍ ଫୋଲିଏଜ୍ ଦେଖିବାକୁ ଏହି ସ୍ଥାନକୁ ଆସନ୍ତି ।