ବେଙ୍ଗାଲୁରୁ (କେନ୍ୟୁଜ୍) : ସାଧାରଣତଃ ବାରିକମାନେ ହାତରେ କଇଁଚି ଓ କ୍ଷୁର ଧରି ଗ୍ରାହକଙ୍କ କେଶ କାଟିଥାନ୍ତି । ସମୟ ବଦଳିବା ସହ ଏବେ କେଶ କଟାର ବିଭିନ୍ନ ମାଧ୍ୟମ ମଧ୍ୟ ବଦଳିଛି । ଏନେଇ ଅନେକ ଅତ୍ୟ।ଧୁନିକ ଉପକାରଣଗୁଡ଼ିକର ବ୍ୟବହାର କରାଯାଉଛି। କିନ୍ତୁ ନିକଟରେ ଦେଖିବାକୁ ମିଳିଥିବା ଜଣେ ବ୍ୟକ୍ତି ହାତ ବ୍ୟତୀତ ପାଟିରେ କେଶ କାଟିବା ସହ କ୍ଷର କରୁଛନ୍ତି। ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି ବନାରସରେ ।
୩୨ ବର୍ଷୀୟ ବାରିକ ଅମ୍ମିଦ୍ ଆନସାରୀ ନିଜ ସାହସ ଓ ଇଚ୍ଛା ଶକ୍ତି ମାଧ୍ୟମରେ ଭାରତୀୟ ମାଉଥ୍ ବାରବର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପ୍ରଥମେ ହାତ ସାହାର୍ୟ୍ୟରେ ନିଜର ଏକ ସେଲୁନରେ କେଶ କାଟୁଥିଲେ । କିନ୍ତୁ ପରେ ଏକ ଦୁର୍ଘଟଣାରେ ତାଙ୍କର ହାତ ଦୁଇଟି ଭାଙ୍ଗି ଯାଇଥିଲା । ହାତ ଭଲ ହେବା ପରେ ପୁଣି କେଶ କାଟିବା ଆରମ୍ଭ କରିଥିଲେ। କିନ୍ତୁ ସେ ହାତ ବ୍ୟତୀତ ପାଟି ସାହାର୍ୟ୍ୟରେ କେଶ କାଟିବା ସମ୍ଭବ ହୋଇପାରିବ ବୋଲି ଆଶା କରି ପ୍ରୟାସ ଆରମ୍ଭ କଲେ।
୨୦୦୧ ମସିହାରେ ସେ ପ୍ରଥମେ ଏହି ପ୍ରୟାସ ଆରମ୍ଭ କଲେ ଏବଂ ପାଟି ମାଧ୍ୟମରେ କଇଂଚି ଧରି କେଶ କାଟିବା ଅଭ୍ୟାସ ଆରମ୍ଭ କଲେ ।ଏପରି ଅଭ୍ୟାସ ସେ ଜାରି ରଖିଲେ । କିଛି ମାସ ପରେ ଏକ ଛୋଟ ପିଲାକୁ ପ୍ରଥମେ ପାଟି ସାହାର୍ୟ୍ୟରେ କଇଁଚିରେ କେଶ କାଟିଲେ । ଏହି କାର୍ୟ୍ୟରେ ସେ ସଫଳ ହେଲେ । ପରବର୍ତୀ ସମୟରେ ସେ ଜାଣିବାକୁ ପାଇଲେ ପାଟି ଦ୍ୱାରା କେଶ କାଟିବା ପାଇଁ କମ୍ ସମୟ ମଧ୍ୟ ଲାଗୁଛି । କିନ୍ତୁ ଲୋକମାନଙ୍କର ଭୟଥିଲା କାଳେ କୌଣସି ଦୁର୍ଘଟଣା ଘଟିବ । ସେଥିଲାଗି କିଛିଟା ବାଧା ଉପୁଜିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ପାଟି ଦ୍ୱାରା କେଶ କାଟିବାରେ ପାରଙ୍ଗମ ହୋଇଗଲେ ।
ତେବେ ଏନେଇ ମଧ୍ୟ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସ୍ଥାନୀୟ ବାରିକ ଲକ୍ଷ୍ମଣ ଓ ଅମ୍ମିଦ ଆନସାରୀ ଭାଗ ନେଇଥିଲେ । ଲକ୍ଷ୍ମଣ ହାତରେ କେଶ କାଟିଲା ଏବଂ ଅମ୍ମିଦ ପାଟି ମାଧ୍ୟମରେ କେଶ କାଟିଲା । କିନ୍ତୁ ଅମ୍ମିଦ ଖୁବ ଶୀଘ୍ର ଓ ଅତି ସୁନ୍ଦର ଭାବେ କେଶ କାଟିଲା । ଏଥିରେ ଅମ୍ମିଦର ବିଜୟ ହୋଇଥିଲା । ଏପରି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଯାହା ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ପ୍ରମାଣିତ କରିପାରିଲେ ଦୁନିଆରେ କୈାଣସି କାର୍ୟ୍ୟ ଅସମ୍ଭବ ନୁହେଁ ବୋଲି ।